କଟକ: NCC କ୍ୟାମ୍ପ ପାଇଁ ନେଉଥିଲେ ସନ୍ତରଣ ପ୍ରଶିକ୍ଷଣ । ହେଲେ ହଠାତ ଚାଲିଗଲା ଛାତ୍ରଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ରାଜା ବଗିଚା ଅଞ୍ଚଳରେ । ମୃତ ଛାତ୍ରଙ୍କ ନାଁ ସ୍ଵପ୍ନେଶ୍ୱର ଦାସ । ଆଜି ସକାଳୁ ସ୍ବପ୍ନେଶ୍ବର NCC କ୍ୟାମ୍ପ ପାଇଁ ସନ୍ତରଣ ପ୍ରଶିକ୍ଷଣ ନେବାକୁ କଟକ କ୍ଲବ ସୁଇମିଂ ପୁଲକୁ ଆସିଥିଲେ । ସବୁ NCC ପିଲାଙ୍କ ପରି ସେ ମଧ୍ୟ ସୁଇମିଂ ପୁଲରେ NCC କ୍ୟାମ୍ପ ପାଇଁ ସନ୍ତରଣ ପ୍ରଶିକ୍ଷଣ ନେଉଥିଲେ ।
ସନ୍ତରଣ କରିବା ସମୟରେ ତାଙ୍କଠାରେ କୌଣସି ଅସୁବିଧା ପରିଲକ୍ଷିତ ହୋଇନଥିଲା । ହେଲେ ହଠାତ ପ୍ରଶିକ୍ଷଣ ସମୟରେ ସେ ଚେତାଶୂନ୍ୟ ହୋଇପଡିଥିଲେ । ତେବେ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ତାଙ୍କ ମୃତ୍ୟର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ମୃତ ଛାତ୍ରଙ୍କ ନାମ ସ୍ଵପ୍ନେଶ୍ୱର ଦାସ । ସେ ସ୍ଥାନୀୟ NSM ସିଟି କଲେଜରେ ଅଧ୍ୟୟନରତ ଛାତ୍ର ଅଟିନ୍ତି ।
ମୃତ ସ୍ଵପ୍ନେଶ୍ୱରଙ୍କ ଘର କଟକ ରାଜା ବଗିଚା ଅଞ୍ଚଳରେ । କଟକ କ୍ଲବ୍ରେ ଏନସିସି ନାଭାଲ ଓ୍ବିଙ୍ଗର ଟ୍ରେନିଂ ଚାଲିଥିଲା । ଏହି ସମୟରେ ଏପରି ଅଭାବନୀୟ ଘଟଣା ଘଟଥିଲା । ଏହାକୁ ନେଇ ଛାତ୍ରମାନେ ଟ୍ରେନ୍ରଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ସୁଇମିଂପୁଲରେ ସନ୍ତରଣ ସମୟରେ ସାମାନ୍ୟ ଅସାବଧାନତାରେ ଅନେକଙ୍କର ଜୀବନ ଯାଉଥିବା ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇର ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର କମ୍ପ୍ଲେକ୍ସ ଥିବା ସୁଇମିଂ ପୁଲରେ ସନ୍ତରଣ କୋଚିଂ ନେଉଥିବାବେଳେ, ଜଣେ ୫ବର୍ଷୀୟ ଛାତ୍ରୀ ପାଣିରେ ବୁଡି ଜୀବନ ଚାଲିଯାଇଥିବା ଘଟଣା ସାମ୍ନାକୁ ଆସିଥିଲା ।
ମୃତକ ଜଣକ ହେଲେ ଆଟମିକ ଏନର୍ଜି ସେଣ୍ଟ୍ରାଲ ସ୍କୁଲର ପ୍ରଥମ ଶ୍ରେଣୀର ପଢୁଥିବା ତଥା ୫ ବର୍ଷର ଛାତ୍ରୀ ଅନୁଷ୍କା ଶର୍ମା । ଅନୁଷ୍କା ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର କମ୍ପ୍ଲେକ୍ସରେ ଥିବା ସୁଇମିଂପୁଲ୍ରେ ପହଞ୍ଚି ପୁଲରେ ସନ୍ତରଣ ଅଭ୍ୟାସ କରିଥିଲେ । କିଛି ସମୟ ପରେ ସେ ପୁଲରେ ସନ୍ତରଣ କରୁ ନ ଥିବାର ନଜର ଆସିଥିଲେ । ପରେ ସୁଇମିଂପୁଲ୍ରୁ ତାଙ୍କ ମୃତ ଶରୀର ଭାସୁଥିବାର ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଡାକ୍ତର ୫ ବର୍ଷର ଛାତ୍ରୀ ଅନୁଷ୍କାଙ୍କୁ ମୃତ ଘୋଷଣା କରିଥିଲେ ।
ଇଟିଭି ଭାରତ, କଟକ