କଟକ: ପ୍ରଳୟଙ୍କରୀ ବାତ୍ୟା ଫନି ପ୍ରଭାବରେ କଟକରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ବିଶେଷକରି ସହରର ଅନେକ ଗଛ ବାତ୍ୟା ପ୍ରଭାବରେ ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ତେବେ କଟକକୁ କିପରି ପୂର୍ବ ପରି ସବୁଜମୟ ହେବ ସେଦିଗରେ ଅଣ୍ଟା ଭିଡ଼ିଛି ବିଜୁ ଛାତ୍ର ଜନତା ଦଳ ।
କଟକ ସହରର କୋଣନୁକୋଣରେ ବୃକ୍ଷ ଲଗାଇ ପରିବେଶକୁ ସ୍ୱଚ୍ଛ କରିବା ଦିଗରେ ଅଣ୍ଟା ଭିଡ଼ିଛି ବିସିଜେଡି । ଫନି ପରେ ସହରର ଅନେକ ବଡ଼ ବଡ଼ ବୃକ୍ଷ ଉପାଡି ପଡିଛି । ସେ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂକଳ୍ପକୁ ଆଖିଆଗରେ ରଖି ବିଜୁ ଛାତ୍ର ଜନତା ଦଳ ସିଲଭରସିଟିକୁ ପୁଣି ସବୁଜମୟ କରିବାକୁ ଅଣ୍ଟା ଭିଡ଼ିଛି । ଯାହାଫଳରେ ଏକ ସୁସ୍ଥ ପରିବେଶ ଗଠନ ହୋଇପାରିବ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ