ETV Bharat / state

ନକଲି ଔଷଧ ବିକ୍ରି କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ସ୍ବାସ୍ଥ୍ୟ ମନ୍ତ୍ରୀ - ନକଲି ଔଷଧ

ବିହାରର ଗୟା ଯାଇ ଦୁଇ ଜଣଙ୍କୁ ଗିରଫ କରିବା ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଥିଲା ପୋଲିସ । ତେବେ ଏହି ଦିଗରେ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ କଡା ନଜର ରଖିବା ସହ ପ୍ରତି ଜିଲ୍ଲାରେ ଏବେ ନକଲି ଔଷଧ ଦିଗରେ ଜାରି ରହିଛି ଚଢ଼ାଉ । ଅଧିକ ପଢନ୍ତୁ

ନକଲି ଔଷଧ ବିକ୍ରି କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ନବ ଦାସ

author img

By

Published : Sep 30, 2022, 7:12 PM IST

କଟକ: ନକଲି ଔଷଧକୁ ନେଇ ବଢୁଛି ଚିନ୍ତା । ରୋଗ ଭଲ ହେବା ଅପେକ୍ଷା ବେଶୀ ହେବାର ସମ୍ଭାବନା ରହିଛି । ତେଣୁ ଏନେଇ ଆକ୍ସନ ମୁଡରେ କମିଶନରେଟ ପୋଲିସ । ଉତ୍ତରପ୍ରଦେଶ ଗୟାରୁ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଥିଲା ପୋଲିସ । ତେବେ ଏନେଇ ବର୍ତ୍ତମାନ ସ୍ବାସ୍ଥ୍ୟବିଭାଗ କଡା ନଜର ରଖିଛି ।

ନକଲି ଔଷଧ ବିକ୍ରି କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ନବ ଦାସ

ତେବେ ପ୍ରତି ଜିଲ୍ଲାରେ ଏବେ ନକଲି ଔଷଧକୁ(Duplicate medicine link in Cuttack ) ନେଇ ଜାରି ରହିଛି ଚଢାଉ । ଯେଉଁଠାରେ ବି କିଛି ସୁରାଗ ମିଳୁଛି ସଙ୍ଗେ ସଙ୍ଗେ ଆକ୍ସନ ନେଉଛି ପୋଲିସ । ରାଜ୍ୟ ସରକାର କେବେ ବି ଏହି ଦିଗକୁ ପ୍ରୋତ୍ସାହନ ଦେଇ ନାହାଁନ୍ତି, ବରଂ ଏହାକୁ ମୂଳପୋଛ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ତେବେ ନକଲି ମେଡିସିନ ବିକ୍ରି, ଆମଦାନୀକୁ ନେଇ କେବେବି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ବର୍ଦାସ୍ତ କରିବନି । ତେଣୁ ଏନେଇ ସମ୍ପୁର୍ଣ୍ଣ ରୂପେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆମର କର୍ତ୍ତବ୍ୟ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ - ନକଲି ଔଷଧ କାରବାର ମାମଲା, ତିନିଦିନିଆ ରିମାଣ୍ଡରେ ଦୁଇ ଅଭିଯୁକ୍ତ

ସୂଚନା ଥାଉକି, ପୂର୍ବରୁ ନକଲି ଔଷଧ କାରବାର ମାମଲାରେ ବିହାର ଯାଇଥିବା କଟକ କମିଶନରେଟ ପୋଲିସ ଟିମକୁ ସଫଳତା ମିଳିଥିଲା । ଚିହ୍ନଟ ହୋଇଥିଲେ ନକଲି ଔଷଧ ଯୋଗାଇ ଥିବା ବିହାରର ଦୁଇ ବ୍ୟବସାୟୀ । ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୯ (ସୋମବାର) କଟକ ମହତାବ ରୋଡରୁ ପୁରୀଘାଟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ମିଳିତ ଟିମ୍ ନକଲି ଟେଲମା ୪୦ର ପାଖାପାଖି ୧୩୪୦ ଷ୍ଟ୍ରିପ୍‌ ଜବତ କରିଥିଲେ ।

ଜବତ ନକଲି ଔଷଧର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା । କୋଲକାତାର ଏକ ସଂସ୍ଥା ଭିଆର୍‌ ଡ୍ରଗ୍ସକୁ ଏହି ଔଷଧ ଯୋଗାଇ ଦେଇଥିଲା । ସେପ୍ଟେମ୍ବର ୧୦ ତାରିଖ ଦିନ ଏହି ଔଷଧ କୋଲକାତାରୁ ଆସି ମହତାବ ରୋଡ୍‌ରେ ଥିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ପହଞ୍ଚିଥିଲା । ତେବେ ଏନେଇ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନଜେରଙ୍କୁ ପଚରାଉଚରା କରାଯାଥିଲା । ନକଲି ଔଷଧର ଉତ୍ପାଦନର ପେଣ୍ଠସ୍ଥଳୀ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ତଦନ୍ତ ଜରି ରହିବ ବୋଲି କହିଥିଲେ କଟକ ଡିସିପି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.