ETV Bharat / state

ବିକଶିତ ହେବ କ୍ୟାରମ ଖେଳ, ସିଲଭର ସିଟିରେ ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା

author img

By ETV Bharat Odisha Team

Published : Aug 31, 2023, 5:20 PM IST

ରାଜ୍ୟରେ କ୍ୟାରମ କ୍ରୀଡାକୁ ବ୍ୟପାକ ପ୍ରଚାର ପ୍ରସାର କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । କଟକ ବାରବାଟୀ କ୍ୟାରମ ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଛି ରାଜ୍ୟ ସ୍ତରୀୟ କ୍ୟାରମ ପ୍ରତିଯୋଗିତା । 14ଟି ଜିଲ୍ଲାରୁ ଶତାଧିକ ଦକ୍ଷ କ୍ୟାରମ ଖେଳାଳି ଏହି ପ୍ରତିଯୋଗିତାରେ ଭାଗନେଉଛନ୍ତି । ଅଧିକ ପଢନ୍ତୁ...

କଟକରେ ଆରମ୍ଭ ହେଲା କ୍ୟାରମ ଖେଳର ବିକାଶ ଅଭିଯାନ

କଟକ: ରାଜ୍ୟରେ କ୍ୟାରମ ଖେଳକୁ ବ୍ୟପାକ ପ୍ରଚାର ପ୍ରସାର କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଏହାକୁ ନଜରରେ ରଖି କଟକ ବାରବାଟୀ କ୍ୟାରମ ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଛି ରାଜ୍ୟ ସ୍ତରୀୟ କ୍ୟାରମ ପ୍ରତିଯୋଗିତା । ମୋଟ 14ଟି ଜିଲ୍ଲାରୁ ଶତାଧିକ ଦକ୍ଷ କ୍ୟାରମ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଏହା 4 ଦିନ ବ୍ୟାପି ବାରବାଟୀ ହର୍ଷ ଗେଟରେ ଖେଳାଯିବ। ଏହି ଖେଳରେ ଏକକ, ଯୁଗଳ ଉଭୟ ବର୍ଗରେ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ତଦନୁଯାୟୀ ଖେଳାଯିବ ସମସ୍ତ ମୁକାବିଲା ।

ରାଜ୍ୟ ସମେତ ରାଜ୍ୟ ବାହାରୁ ମଧ୍ୟ କିଛି ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । 80ଟି ଡବଲ୍‌ସ ଟିମ୍‌, 140ଟି ସିଙ୍ଗଲ୍ସ ଟିମ୍‌ ଓ 24ଟି ଭେଟରାନ୍‌ ଟିମ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ପ୍ରାଥମିକ ସ୍ତରରେ କିପରି କ୍ୟାରମ ଖେଳକୁ ରାଜ୍ୟ ତଥା ଦେଶର କୋଣ ଅନୁକୋଣରେ ପହଞ୍ଚାଇ ଲୋକ ପ୍ରିୟତା କରିବା ଏଭଳି ଆୟୋଜନର ମୂଳ ଲକ୍ଷ୍ୟ । ଏହା ସହ ଓଡ଼ିଶାର ତୃଣମୂଳ ସ୍ତରରୁ କିଭଳି ଭଲ ଖେଳାଳି ଚୟନ ହୋଇ ପାରିବେ ଓ ଆଗମୀ ଦିନରେ ଜାତୀୟ ସ୍ତରରେ ଓଡିଶା କ୍ୟାରମ ଖେଳରେ କିଭଳି ସଫଳତା ହାସଲ କରିବ ଏହା ହେଉଛି ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଏକାଡେମୀର ସମ୍ପାଦକ ସୁରଜ କାନନଗୋ ।

ଏହା ମଧ୍ୟ ପଢନ୍ତୁ...ICC World Cup 2023: ଆଜିଠୁ ଟିକେଟ୍ ବିକ୍ରି, ଭାରତ ମ୍ୟାଚର 3ଟି ଭେନ୍ୟୁ ପାଇଁ ମିଳିବ ଟିକେଟ୍

ତେବେ ଓଡିଶା ବର୍ତ୍ତମାନ ବିଶ୍ବ ଦରବାରରେ କ୍ରୀଡାକୁ ନେଇ ବେଶ ପରିଚୟ ଲାଭ କରିଛି । ହକି ,ଅଥଲେଟିକ , ଫୁଟବଲ ଓ ଅନ୍ୟାନ୍ୟ କ୍ରୀଡ଼ାରେ ଓଡିଶା ଅନେକ ପ୍ରତିଭାବାନ ଖେଳାଳି ତିଆରି କରି ପାରିଛି । ଏହା ସହ ଦୁଇ ଦୁଇ ଥର ହକି ବିଶ୍ବକପ ଆୟୋଜନ କରି ସଫଳ ହୋଇଛି । ଓଡ଼ିଶାର ନାମକୁ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ସ୍ଥାନ ମିଳିଛି ।ତେବେ ସରକାର ବର୍ତ୍ତମାନ କ୍ରୀଡାକୁ ନେଇ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । କ୍ୟାରମ୍‌ ଯେହେତୁ ଏକ ଇଣ୍ଡୋର ଗେମ୍ ତେଣୁ ଏହାକୁ ଯଦି ଆଗମୀ ଦିନରେ ବ୍ୟପାକ ପ୍ରଚାର ପ୍ରସାର କରାଯାଏ । ତେବେ ଘରେ ଘରେ ନୂଆ ତାରକା ଖେଳାଳି ସୃଷ୍ଟି ହୋଇ ପାରିବେ । ତେଣୁ ବାରବାଟୀ କ୍ୟାରମ ଏକାଡେମୀର ଏପରି ପ୍ରୟାସ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଖେଳାଳି । ଅନ୍ୟ କ୍ରୀଡା ଭଳି କ୍ୟାରମ ଖେଳ ପ୍ରତି ଯଦି ରାଜ୍ୟ ସରକାର ପ୍ରାଧାନ୍ୟ ଦେବେ । ତାହାଲେ ରାଜ୍ୟରୁ ଅନେକ କ୍ୟାରମ ଖେଳାଳି ଜାତୀୟ ସ୍ତରରେ ରାଜ୍ୟ ପାଇଁ ସୁନାମ ଅର୍ଜନ କରି ପାରନ୍ତେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.