ETV Bharat / state

ହୋଲି ଖେଳିଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ: ରାଜ୍ୟ ଅଗ୍ନିଶମ ଡିଜି

author img

By

Published : Mar 7, 2023, 3:57 PM IST

ହୋଲି ଉତ୍ସବ ନାଁରେ ନିଶା ଖାଇ ମଉଜ କରୁଥିବା ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଲେ ରାଜ୍ୟ ଅଗ୍ନିଶମ ଡିଜି । ଅଧିକ ପଢ଼ନ୍ତୁ

state fire services dg alert for Holi
ହୋଲି ବେଳେ ସତର୍କତା ନେଇ ଅଗ୍ନିଶମ ଡିଜିଙ୍କ ପରାମର୍ଶ

କଟକ: ରାତି ପାହିଲେ ରଙ୍ଗର ପର୍ବ ହୋଲି । ଏଥିପାଇଁ ସାରା ରାଜ୍ୟ ଉତ୍ସବମୁଖର ହୋଇ ଉଠିଛି । ଚଳିତ ଥର ବିନା କଟକଣାରେ ହୋଲି ଖେଳିବେ ରାଜ୍ୟବାସୀ । ଏହି ଅବସରରେ ରଙ୍ଗ ଖେଳିବା ସରିବା ପରେ ଅନେକ ନଦୀରେ ଗାଧୋଇ ମଜା ନେଇ ଥାଆନ୍ତି । ଫଳରେ ପ୍ରତ୍ୟେକ ବର୍ଷ ଏହି ଦିନରେ ଅନେକ ଛୋଟ ବଡ଼ ଅଘଟଣ ସାମ୍ନାକୁ ଆସୁଛି । ଯେପରିକି ନଦୀରେ ବୁଡି ଅନେକ ପ୍ରାଣ ମଧ୍ୟ ହରାଇଥାଆନ୍ତି। କିଛି କିଛି ନିଶାସକ୍ତ ଅବସ୍ଥାରେ ନଦୀରେ ଗାଧୋଇ ମୃତ୍ୟୁମୁଖରେ ପଡ଼ିଥାନ୍ତି। ଏନେଇ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ମାତ୍ର ଏହାକୁ କେହି ସତେ ଯେପରି ଖାତିରି କରନ୍ତି ନାହିଁ । ତେଣୁ ଚଳିତ ବର୍ଷ ହୋଲି ପୂର୍ବରୁ ଏନେଇ ସଚେତନତା କରାଯାଉଛି ।

ରାଜ୍ୟ ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ହୋଲି ପାଳନ ନେଇ ଲୋକଙ୍କୁ ସଚେତନ କରାଇଛନ୍ତି । ସାବଧାନତା ପାଳି ହୋଲି ଖେଳିବାକୁ ସେ ପରାମର୍ଶ ଦେଇଛନ୍ତି । ନିଶାସକ୍ତ ଅବସ୍ଥାରେ ନଦୀ ଭିତରକୁ ପ୍ରବେଶ ନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଯଦିଓ ରାଜ୍ୟର ସମସ୍ତ ନଦୀକୂଳ ମାନଙ୍କରେ ଅଗ୍ନିଶମ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯିବ। ମାତ୍ର ସମସ୍ତେ ସାବଧାନ ରହି ନଦୀରେ ଗାଧୋଇଲେ ସମସ୍ତ ପ୍ରକାର ଅଘଟଣକୁ ଏଡାଇ ଦିଆଯାଇପାରିବ ବୋଲି ଡିଜି କହିଛନ୍ତି ।

ତେଣୁ ଏନେଇ ସଚେତନ ରହିବାକୁ ରାଜ୍ୟର ସମସ୍ତ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ଆର୍ଲଟ ରଖାଯାଇଛି। ଯଦି କୌଣସି ଅଘଟଣ ଘଟେ ତାହାର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଡିଜି ସୂଚନା ଦେଇଛନ୍ତି । ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଅଗ୍ନିଶମ ଅଧିକାରୀ ମାନଙ୍କୁ ଚିଠି କରାଯାଇଛି। କୋରୋନା କଟକଣା ହଟିବା ପରେ ଚଳିତବର୍ଷ ହୋଲି ପର୍ବକୁ ସମସ୍ତେ ଆଡ଼ମ୍ବର ଭାବରେ ପାଳନ କରିବେ। ସେଥିପାଇଁ ଅଘଟଣ ଘଟିବାର ଯଥେଷ୍ଟ ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

ଏହି ଦିନରେ ନଦୀରେ ବୁଡି ମୃତ୍ୟୁବରଣ ଖବର ଅଧିକ ଆସିଥାଏ। ବିଶେଷକରି କମ ବୟସର ଯୁବକମାନେ ନଦୀରେ ବୁଡି ପ୍ରାଣ ହରାଇ ଥାଆନ୍ତି। ସବୁଠାରୁ ବଡ଼ କଥା ହେଉଛି ଅନେକ ଯୁବକ ନଦୀରେ ପହଁରି ଜାଣି ନଥାନ୍ତି । ମାତ୍ର ନଦୀରେ ଗାଧୋଇ ଗଭୀର ସ୍ଥାନକୁ ଯାଆନ୍ତି କିମ୍ବା ନଦୀର ସ୍ରୋତ ଭିତରକୁ ଯାଇ ଥାଆନ୍ତି । ଯେଉଁ କାରଣରୁ ସେମାନଙ୍କର ମୃତ୍ୟୁ ଘଟିଥାଏ । ତେବେ ନିଜେ ସଚେତନ ରହିବା ଆବଶ୍ୟକ କିମ୍ବା ଅବିଭାବକ ମାନେ ମଧ୍ୟ ସଚେତନ ରହିବା ଆବଶ୍ୟକ ବୋଲି ଡିଜି କହିଛନ୍ତି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.