ETV Bharat / state

ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ବାଲିଯାତ୍ରା, ଉଦଘାଟନ କଲେ ଅର୍ଥମନ୍ତ୍ରୀ - ଆକର୍ଷଣ ସାଜିବ କଟକ ଇନ୍‌ କଟକ

Bali Yatra 2023: ଆରମ୍ଭ ହେଲା କଟକର ପ୍ରସିଦ୍ଧ ବାଲିଯାତ୍ରା । ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ । ଅଧିକ ପଢନ୍ତୁ

Bali Yatra 2023
Cuttack Famous Bali Yatra 2023
author img

By ETV Bharat Odisha Team

Published : Nov 27, 2023, 7:50 PM IST

Updated : Nov 27, 2023, 10:32 PM IST

ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ବାଲିଯାତ୍ରା, ଉଦଘାଟନ କଲେ ଅର୍ଥମନ୍ତ୍ରୀ

କଟକ: ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ବାଲିଯାତ୍ରା । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଐତିହାସିକ ବାଲିଯାତ୍ରାର ଶୁଭାରମ୍ଭ କରିଛନ୍ତି । ଆଜିଠୁ ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ କଟକରେ ଜାରି ରହିବ ଏହି ଲୋକପ୍ରିୟ ବାଣିଜ୍ୟ ମେଳା । ତେବେ ଏହି ଉଦଘାଟନ ଉତ୍ସବର କଟକର ବିଧାୟକ, ସାଂସଦ ଓ ମେୟର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ବାଲିଯାତ୍ରାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି ।

ଆକର୍ଷଣ ସାଜିବ 'କଟକ ଇନ୍‌ କଟକ':- ଚଳିତ ବାଲିଯାତ୍ରାରେ କଟକ ଇନ୍ କଟକ ଭିତରେ ଦେଖିବାକୁ ମିଳିବ ଗ୍ରାମୀଣ ସଂସ୍କୃତି ଓ ପରମ୍ପରାର ଦିଗଦର୍ଶନ । ଗାଁ ମାଟିର ସୁଗନ୍ଧ ସହିତ ଚାଳ ଘର, ଗାଈ ଗୁହାଳ, ପୋଖରୀ, ସ୍କୁଲ, ଭାଗବତ ଟୁଙ୍ଗୀ ଭଳି ପ୍ରାକୃତିକ ଦୃଶ୍ୟର ଝଲକ । ସେହିଭଳି ଗାଁ ପରିବେଶର କଳାକୃତିକୁ ନିଖୁଣ ଭାବରେ ପ୍ରଦର୍ଶନ କରାଯାଇଛି । ଏହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିବ ବୋଲି ଆଶା କରାଯାଇଥିଲା । ତେବେ ଆଜି ପ୍ରଥମ ଦିନରେ ଏଠାରେ ଲୋକଙ୍କ ଭିଡ଼ ଜମିଛି ।

ଏହା ବି ପଢନ୍ତୁ- ବାଲିଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର: ମୁଖ୍ୟ ଆକର୍ଷଣ ହେବ ଟନେଲ ଆକ୍ବାରିୟମ, ଦର୍ଶକଙ୍କୁ ମିଳିବ ବ୍ୟାଙ୍କକ ଅନୁଭବ

ବାଲିଯାତ୍ରାରେ ବଲିଉଡ ଏଣ୍ଟ୍ରି:- ଏଥର ବଲିଉଡ ଓ ଓଲିଉଡ଼ର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସାଧାରଣ ଦର୍ଶକଙ୍କ ମନ ମୋହିବେ । ବାଲିଯାତ୍ରା ସନ୍ଧ୍ୟାରେ ପ୍ରତିଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଷ୍ଟେଜ ପ୍ରୋଗ୍ରାମରେ ସେଲିବ୍ରିଟିଙ୍କ ଗୀତ ପରିବେଷଣରେ ଦୁଲିକିବ ସହର । ଏନେଇ କଟକବାସୀଙ୍କ ସମେତ ସାରା ରାଜ୍ୟବାସୀଙ୍କ ମନରେ ଭରିଛି ଉତ୍କଣ୍ଠା । ତେବେ ବାଲିଯାତ୍ରାର ସନ୍ଧ୍ୟାକୁ ଆହୁରି ଆକର୍ଷଣୀୟ କରିବାକୁ ଓଡ଼ିଶା ଆସିବେ ବଲିଉଡର ଲୋକପ୍ରିୟ ପ୍ଲେବ୍ୟାକ ସିଙ୍ଗର ଅନୁ ମଲିକ ଓ ମ୍ୟାଜିକାଲ ଡ୍ୟୋ ସଚିନ-ଜିଗର । ଷ୍ଟେଜ୍‌ ପ୍ରୋଗ୍ରାମ ମାଧ୍ୟମରେ ଏମାନେ ଦେଖାଇବେ କମାଲ । ଆଉ ଝୁମିବେ ଦର୍ଶକ । ଏନେଇ ଏହି ଲୋକପ୍ରିୟ ସିଙ୍ଗର ଭିଡିଓ ଜାରି କରି ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- ବାଲିଯାତ୍ରାରେ ବଲିଉଡ ଏଣ୍ଟ୍ରି, କମାଲ ଦେଖାଇବେ ଲୋକପ୍ରିୟ ସିଙ୍ଗର ଅନୁମଲିକ ଓ ସଚିନ ଜିଗର

ମୁଖ୍ୟ ଆକର୍ଷଣ ଟନେଲ ଆକ୍ବାରିୟମ:- ଚେନ୍ନାଇରୁ ଆସିଥିବା ଟନେଲ ଆକ୍ବାରିୟମ ଚଳିତବର୍ଷ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି । ସୁଡ଼ଙ୍ଗ ସଦୃଶ ଏକ ବିଶାଳ ଆକ୍ବାରିୟମରେ ବିଭିନ୍ନ ପ୍ରକାରର ଜଳଚର ଜୀବଙ୍କୁ ଦେଖିବାକୁ ପାଇବା ଦର୍ଶକ । ତେବେ ବ୍ୟାକଙ୍କ ଓ ଦୁବାଇ ଦେଶରେ ଥିବା ଟନେଲ ଆକ୍ବାରିୟମ ଭଳି ଏହି ଆକ୍ବାରିୟମକୁ ଡିଜାଇନ କରାଯାଇଛି । ଏହା ପ୍ରଥମ ଥର ଓଡ଼ିଶା ଆସିଥିବାରୁ ଏହି ଆକ୍ବାରିୟମ ବାଲିଯାତ୍ରାର ଦର୍ଶକମାନଙ୍କୁ ଏକ ଭିନ୍ନ ଅନୁଭୂତି ଦେବ ବୋଲି ବ୍ୟବସାୟୀ କହିଛନ୍ତି । ଏହାର ଦର କିଛି ଦିନ ପରେ ନିର୍ଦ୍ଧାରିତ କରାଯିବ ବୋଲି କଟକ ଡିସିପି କହିଛନ୍ତି । ତେବେ ଏହି ଟନେଲ ଆକ୍ବାରିୟମ କ'ଣ ତାକୁ ଦେଖିବା ପାଇଁ ଏବେ ଠାରୁ କଟକ ଲୋକଙ୍କର ଭିଡ଼ ଜମିବାକୁ ଲାଗିଲାଣି ।

ଇଟିଭି ଭାରତ, କଟକ

Last Updated : Nov 27, 2023, 10:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.