ETV Bharat / state

ଓକିଲଙ୍କ ଲାଇସେନ୍ସ ରଦ୍ଦ କରିଛି BCI, ପ୍ରତିକ୍ରିୟା ରଖିଲେ ରାଜ୍ୟ ଆଇନଜୀବୀ ପରିଷଦର ସଚିବ

ସମ୍ବଲପୁରରେ ୨୯ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିଛି ବାର କାଉନସିଲ ଅଫ ଇଣ୍ଡିଆ । ଏହାକୁ ସମ୍ବଲପୁର ବାର ଆସୋସିଏସନ ସମାଲୋଚନା କରିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଆଇନଜୀବୀ ପରିଷଦର ସଚିବ । ଅଧିକ ପଢ଼ନ୍ତୁ

author img

By

Published : Dec 14, 2022, 7:56 PM IST

State Bar Council secretary reaction on lawyers license cancellation
ଓକିଲଙ୍କ ଲାଇସେନ୍ସ ରଦ୍ଦ କରିଛି BCI, ପ୍ରତିକ୍ରିୟା ରଖିଲେ ରାଜ୍ୟ ଆଇନଜୀବୀ ପରିଷଦର ସଚିବ
ଓକିଲଙ୍କ ଲାଇସେନ୍ସ ରଦ୍ଦ କରିଛି BCI, ପ୍ରତିକ୍ରିୟା ରଖିଲେ ରାଜ୍ୟ ଆଇନଜୀବୀ ପରିଷଦର ସଚିବ

କଟକ: ସମ୍ବଲପୁରରେ ଓକିଲଙ୍କ ଉତ୍ତେଜିତ ଆନ୍ଦୋଳନ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଛି ବାର କାଉନସିଲ ଅଫ ଇଣ୍ଡିଆ । ପ୍ରଥମ ପର୍ଯ୍ୟାୟରେ ୨୯ ଜଣ ଓ ଦ୍ବିତୀୟ ପର୍ଯ୍ୟାୟରେ ୧୪ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଥିଲା ସମ୍ବଲପୁର ବାର ଆସୋସିଏସନ । ବାର କାଉନସିଲ ଅଫ ଇଣ୍ଡିଆର କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିଛି ସମ୍ବଲପୁର ବାର ଆସୋସିଏସନ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଆଇନଜୀବୀ ପରିଷଦର ସଚିବ ।

ଓକିଲଙ୍କ ଲାଇସେନ୍ସ ରଦ୍ଦ କରିବା ଅଧିକାର ବାର କାଉନସିଲ ଅଫ ଇଣ୍ଡିଆ ପାଖରେ ନାହିଁ ବୋଲି ଅଭିଯୋଗ କରିଥିଲା ସମ୍ବଲପୁର ବାର ଆସୋସିଏସନ । ଏହାକୁ ନେଇ ଆଇନଜୀବୀ ପରିଷଦର ସଚିବ ଯଯାତୀ କେଶରୀ ସାମନ୍ତସିଂହାର କହିଛନ୍ତି, "ଏହାକୁ ନେଇ ପୂର୍ବରୁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ନିର୍ଦ୍ଦେଶନାମା ଅନୁଯାୟୀ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିବା କ୍ଷମତା ବାର କାଉନସିଲ୍‌ ଅଫ୍‌ ଇଣ୍ଡିଆର ରହିଛି ।"

ହାଇକୋର୍ଟ ବେଞ୍ଚ ସ୍ଥାପନା ଦାବିରେ ଓକିଲ ସଂଘ ଧାରଣାରେ ବସିଥିଲେ । ତେବେ ଧାରଣାରୁ ନିବୃତ୍ତ ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶର ଅବମାନନା କରି ଓକିଲ ସଂଘର ଧାରଣା ଜାରି ରହିଥିଲା । ତେବେ ଗତ ଡିସେମ୍ବର ୧୨ ତାରିଖରେ ଏହା ସବୁ ସୀମା ଟପି ଯାଇଥିଲା । ଜିଲ୍ଲା ଜଜ୍‌ଙ୍କ କୋର୍ଟ ଚାମ୍ବରରେ ପଶି ଆନ୍ଦୋଳନରତ ଓକିଲମାନେ ଭଙ୍ଗାରୁଜା କରିଥିଲ । ଏହାପରେ ପ୍ରଥମ ପର୍ଯ୍ୟାୟରେ ୨୯ ଜଣ ଓ ଦ୍ବିତୀୟ ପର୍ଯ୍ୟାୟରେ ୧୪ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିଛି ବାର କାଉନସିଲ ଅଫ ଇଣ୍ଡିଆ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.