ETV Bharat / state

୩ ଦଫା ଦାବି ନେଇ ରାଜ୍ୟ ଅମଲା ସଂଘର ବିକ୍ଷୋଭ ପ୍ରଦର୍ଶନ

author img

By

Published : Nov 16, 2022, 10:51 AM IST

3 ଦଫା ଦାବି ନେଇ କଟକ ଜିଲ୍ଲାପାଳଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା କଟକ ଜିଲ୍ଲା ଅମଲା ସଂଘ । ଅଧିକ ପଢନ୍ତୁ

୩ ଦଫା ଦାବି ନେଇ ରାଜ୍ୟ ଅମଲା ସଂଘର ବିକ୍ଷୋଭ ପ୍ରଦର୍ଶନ
୩ ଦଫା ଦାବି ନେଇ ରାଜ୍ୟ ଅମଲା ସଂଘର ବିକ୍ଷୋଭ ପ୍ରଦର୍ଶନ

କଟକ: ଆନ୍ଦୋଳନ ମୁହାଁ ରାଜ୍ୟ ଅମଲା ମହାସଂଘ । 3 ଦଫା ଦାବି ନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି କଟକ ଜିଲ୍ଲା ଅମଲା ସଂଘ । ତେବେ ୧୯ ଶହ ଗ୍ରେଡ ପେ ବଦଳରେ ୪୨ ଶହ ଗ୍ରେଡ ପେ ଦାବି କରି ଗତକାଲି(ମଙ୍ଗଳବାର) ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି ସଂଘ । ବାରମ୍ବାର ଆଲୋଚନା ସତ୍ତ୍ବେ ସଫଳ ମିଳୁନାହିଁ । ତେବେ ବାଧ୍ୟ ହୋଇ ବଡ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି ସଂଘ । ଏପରିକି ଆସନ୍ତା ନଭେମ୍ବର ୨୭ ତାରିଖରେ ଭୁବନେଶ୍ବରରେ ବଡ ଧରଣର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି ସଂଘ ।

ଏନେଇ କଟକ ଜିଲ୍ଲା ଅମଲା ସଂଘର ସଭାପତି ବିଶ୍ବମ୍ବର ମହାପାତ୍ର କହିଛନ୍ତି କି, ‘‘ଆମର ପ୍ରମୁଖ 3 ଗୋଟି ଦାବି ଥିଲା । ସେଥି ମଧ୍ୟରୁ 2 ଗୋଟି ଦାବି ପୂରଣ ହୋଇସାରିଛି । ଶିକ୍ଷାଗତ ଯୋଗ୍ୟତା ଏବଂ ପଦବୀ ପରିବର୍ତ୍ତନ । ସେହି ଅନୁଯାୟୀ ଆମର ଗ୍ରେଡ ପେ ପରିବର୍ତ୍ତନ କରାଯାଉ ’’।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.