ETV Bharat / state

ସାବଧାନ ଅସାଧୁ ଗାଡି ଚାଳକ, 2024ରେ ଗାଡିରେ VLTD ମେସିନ ବାଧ୍ୟତାମୂଳକ - ଗାଡିରେ ଲାଗିବ ପ୍ୟାନିକ ବଟନ

ରାଜ୍ୟରେ ଯାତ୍ରୀବାହୀ ଓ ମାଲ ପରିବହନ ଗାଡି ପାଇଁ ନୂଆ ନିୟମ ଆଣିଛି ଏସଟିଏ । ଖୁବଶୀଘ୍ର ଗାଡିରେ ଲାଗିବ VLTD ମେସିନ । ଅଧିକ ପଢନ୍ତୁ

ଗାଡିରେ ଲାଗିବ VLTD ମେସିନ
tracking device panic buttons mandatory
author img

By

Published : Jul 21, 2023, 12:04 PM IST

2024ରେ ଗାଡିରେ VLTD ମେସିନ ବାଧ୍ୟତାମୂଳକ

କଟକ: ସାବଧାନ ହୋଇ ଯାଆନ୍ତୁ ଅମାନିଆ ଗାଡି ଚାଳକ । ଖୁବଶୀଘ୍ର ସମସ୍ତ ଯାତ୍ରୀବାହୀ ଯାନ ଏବଂ ମାଲ ପରିବହନ କରୁଥିବା ଗାଡ଼ିରେ ଲାଗିବ VLTD ବା ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ । ଖାଲି ଟ୍ରାକିଂ ଡିଭାଇସ ନୁହେଁ ଏହାସହ ଗାଡିରେ ଲାଗିବ ପ୍ୟାନିକ ବଟନ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏଭଳି ବ୍ୟବସ୍ଥା ଲାଗୁ କରାଯାଇଛି ।

ଆସନ୍ତା ଡିସେମ୍ବର 31ତାରିଖ ସୁଦ୍ଧା ସମସ୍ତ ଯାତ୍ରୀ ପରିବହନ ଏବଂ ମାଲ ପରିବହନ କରୁଥିବା ଗାଡ଼ିରେ ଲଗାଇବାକୁ ସମୟ ଧାର୍ଯ୍ୟ କରିଛି ରାଜ୍ୟ ପରିବହନ ବିଭାଗ । ଏହି ନୂଆ ବ୍ୟବସ୍ଥା ଯାତ୍ରୀଙ୍କ ଠାରୁ ଆରମ୍ଭ କରି ଗାଡି ମାଲିକ ଏବଂ ଡ୍ରାଇଭର ସମସ୍ତେ ଉପକୃତ ହେବେ । ଏଣିକି ସମସ୍ତ ଯାତ୍ରୀବାହୀ ଯାନ ଏବଂ ମାଲବାହୀ ଗାଡ଼ିରେ ଲାଗିବ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ ବା VLTD । ଖାଲି ସେତିକି ନୁହେଁ ଯାତ୍ରୀ ପରିବହନ କରୁଥିବା ସମସ୍ତ ପ୍ରକାର ଗାଡ଼ିରେ ପ୍ୟାନିକ ବଟନ ଲାଗିବ । 1 ଅକ୍ଟୋବର 2023ରୁ ନୂଆ ଗାଡି ପଞ୍ଜିକରଣ ହେବାକୁ ଥିବା ପ୍ରତ୍ୟେକ ଗାଡ଼ିରେ ଏହି ଡିଭାଇସ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।

ଯେଉଁ ଗାଡି ମାଲିକ 30 ସେପ୍ଟେମ୍ବର ମଧ୍ୟରେ ଗାଡ଼ି ନେଇଥିବେ ସେସବୁ ଗାଡିରେ ଚଳିତ ବର୍ଷ ଡିସେମ୍ବର 31ତାରିଖ ସୁଦ୍ଧା ଏହି ଭିଏଲଟିଡି ଲଗାଇବାକୁ ପରିବହନ ବିଭାଗ ନିର୍ଦ୍ଦେଶ ନାମା ଜାରି କରିଛି । ଏହି ବ୍ୟବସ୍ଥାରୁ 3 ଚକିଆ ଓ ଇ-ରିକ୍ସା ଏବଂ ପ୍ରାଇଭେଟ ଗାଡିକୁ ବାଦ୍ ଦିଆଯାଇଛି । ମୁଖ୍ୟତଃ ଯାତ୍ରୀମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଲୋକେସନ ଟ୍ରାକିଂ ବ୍ୟବସ୍ଥା ଦ୍ୱାରା ଗାଡିର ଗତିବିଧି ସମ୍ପର୍କରେ ସବିଶେଷ ତଥ୍ୟ କଂଟ୍ରୋଲ ରୁମ ଜରିଆରେ ମିଳିପାରିବ । ପ୍ରତି ଯାତ୍ରୀବାହୀ ଗାଡ଼ିରେ ଅନ୍ୟୁନ ଗୋଟିଏ ପ୍ୟାନିକ ବଟନ ରହିବ । ଏହି ପ୍ୟାନିକ ବଟନ ଯାତ୍ରୀମାନେ ଯାତ୍ରା କରୁଥିବା ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ବ୍ୟବହାର କରିପାରିବେ । ଗାଡି ଚାଳକ ଦ୍ରୁତ ଗତିରେ ଗାଡି ଚଳାଇଲେ କିମ୍ବା ଦୁର୍ଘଟଣା ଘଟିଲେ କମାଣ୍ଡ କଣ୍ଟ୍ରୋଲ ରୁମ ଏହା ଜାଣିପାରିବ ।

ଏହା ବି ପଢନ୍ତୁ...ସାବଧାନ ନାବାଳକ ଗାଡି ଚାଳକ, କଟକରେ ସ୍ପେଶାଲ ଡ୍ରାଇଭ ଆରମ୍ଭ

ଯଦି ଏହି ଡିଭାଇସକୁ ଟ୍ୟାମ୍ପରିଂ କରିବାକୁ ଚେଷ୍ଟା କରାଯାଏ ତାହା ମଧ୍ୟ ଜାଣିପାରିବ କମାଣ୍ଡ କଣ୍ଟ୍ରୋଲ ରୁମ । ଭୁବନେଶ୍ୱରରେ କମାଣ୍ଡ କଣ୍ଟ୍ରୋଲ ରୁମ କାର୍ଯ୍ୟ ଆରମ୍ଭ ହୋଇଛି । ବିଏସଏନଏଲ କଣ୍ଟ୍ରୋଲ ରୁମ ଦାୟିତ୍ୱ ନେଇଛି । ଦିଲ୍ଲୀ ନିର୍ଭୟା ମାମଲା ପରେ କେନ୍ଦ୍ର ସରକାର ପ୍ରତି ଗାଡ଼ିରେ ଭିଏଲଟିଡ଼ି ବ୍ୟବସ୍ଥା ଲାଗୁ କରାଯିବାକୁ ପରିବହନ ଆଇନରେ ସଂଶୋଧନ କରିଥିଲେ । 2018 ମସିହାରୁ ଏହି ବ୍ୟବସ୍ଥା ଅନ୍ୟ ରାଜ୍ୟରେ ହୋଇଥିବା ବେଳେ ଜାନୁଆରୀ 2024ରୁ ଏହା ଓଡିଶାରେ ଲାଗୁ ହେବ । ଓଡିଶାକୁ ମିଶାଇ ମୋଟ 21ଟି ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି ।

ଯାତ୍ରୀ ଯଦି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୁଏ ଏହି ପ୍ୟାନିକ ବଟନକୁ ତିନି ସେକେଣ୍ଡ ପର୍ଯ୍ୟନ୍ତ ଦବାଇବେ । ଏହା କରିବା ମାତ୍ରେ ପରିବହନ ବିଭାଗର କମାଣ୍ଡ କଣ୍ଟ୍ରୋଲ ରୁମ,ପୋଲିସ କଣ୍ଟ୍ରୋଲ ରୁମଙ୍କୁ ମଧ୍ୟ ଏହାର ସୂଚନା ପହଞ୍ଚିବ । ଏହା ପରେ କମାଣ୍ଡ କଣ୍ଟ୍ରୋଲ ରୁମ ସ୍ଥାନୀୟ ପରିବହନ ବିଭାଗକୁ ଆଲଟ କରିବେ । ଆଉ ପୋଲିସ କଣ୍ଟ୍ରୋଲ ରୁମ୍ ସୂଚନା ଦ୍ବାରା ପୋଲିସ ମଧ୍ୟ ଗାଡିର ଲୋକେସନ ଅନୁଯାୟୀ ପାଖ ଥାନାକୁ ଅବଗତ କରାଇବେ । ଭାରତ ସରକାରଙ୍କ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ସହ ପୋଲିସ କଣ୍ଟ୍ରୋଲ ରୁମ୍ 102 ସହ ଯୋଡ଼ାଯାଇଛି । ଏନେଇ ପୋଲିସ ଏବଂ ପରିବହନ ବିଭାଗ ଅଧିକାରୀଙ୍କୁ ନେଇ ବିସ୍ତୃତ ଆଲୋଚନା କରାଯାଇଛି । ଏହି ଡିଭାଇସ ଯୋଗାଇବା ପାଇଁ 6ଟି କମ୍ପାନୀ ମଧ୍ୟରୁ 3 ଟି କମ୍ପାନୀକୁ ଅନୁମୋଦନ ମିଳିଥିବା କହିଛନ୍ତି ରାଜ୍ୟ ପରିବହନ ବିଭାଗର ଯୁଗ୍ମ କମିଶନର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.