ETV Bharat / state

ରତ୍ନଭଣ୍ଡାର ଅଳଙ୍କାର ଯାଞ୍ଚଙ୍କୁ ନେଇ ପ୍ରଶ୍ନବାଚୀ, ହାଇକୋର୍ଟରେ ପ୍ରତି ଜବାବ ଦାଖଲ କଲେ ଆବେଦନକାରୀଙ୍କ ଓକିଲ

author img

By ETV Bharat Odisha Team

Published : Sep 18, 2023, 4:33 PM IST

ରତ୍ନଭଣ୍ଡାରରେ ଅଳଙ୍କାର ଯାଞ୍ଚକୁ ନେଇ ହାଇକୋର୍ଟରେ ପ୍ରତି ଜବାବ ଦାଖଲ କଲେ ଆବେଦନକାରୀଙ୍କ ଓକିଲ । ଅଧିକ ପଢ଼ନ୍ତୁ

srimandir ratna bhandar issue
srimandir ratna bhandar issue
srimandir ratna bhandar issue

କଟକ: ଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ଅଳଙ୍କାର ଯାଞ୍ଚକୁ ନେଇ ପୁଣି ଉଠିଲା ପ୍ରଶ୍ନ। ହାଇକୋର୍ଟରେ ଆବେଦନକାରୀ ଓକିଲଙ୍କ ପକ୍ଷରୁ ଏ ସମ୍ପର୍କିତ ଦାଖଲ ହୋଇଥିବା ପ୍ରତିଜବାବକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଦୀର୍ଘ ୪୫ ବର୍ଷ ଧରି କାହିଁକି ଖୋଲି ନାହିଁ ରତ୍ନଭଣ୍ଡାର ? କାହିଁକି ରତ୍ନଭଣ୍ଡାରରେ ଥିବା ଅଳଙ୍କାରର କୌଣସି ହିସାବ କିତାବ ହୋଇନାହିଁ ? ସେନେଇ ଆବେଦନକାରୀ ହାଇକୋର୍ଟରେ ପ୍ରତି ଜବାବ ଦାଖଲ କରିଛନ୍ତି ।

ଶ୍ରୀ ଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୫ର ସେକ୍ସନ-୯ ଏବଂ ୧୯୬୦ର ନିୟମ ୫କୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇଥିବା ନେଇ ଆବେଦନକାରୀ ପ୍ରତି ଜବାବରେ କୋର୍ଟଙ୍କୁ ଅବଗତ କରାଇଛନ୍ତି । ଶ୍ରୀ ଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୫ର ସେକ୍ସନ ୯ ଅନୁସାରେ ପ୍ରତି ୩ ବର୍ଷରେ ଥରେ କମିଟି ଗଠନ ହେବା କଥା ଏବଂ ଏହି ଆଇନ ଅନୁଯାୟୀ ସେହି କମିଟିର ପୁନର୍ଗଠନ କରିବା କଥା। ୧୮ ଜଣିଆ ଏହି କମିଟିରେ ଗଜପତି ମହାରାଜା ଅଧ୍ୟକ୍ଷ ଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହାର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ରହିବା ନିୟମ ରହିଛି । ସେହିପରି ଶ୍ରୀ ଜଗନ୍ନାଥ ମନ୍ଦିର ୧୯୬୦ର ନିୟମ ୫ ଅନୁସାରେ ଗଠନ ବା ପୁନର୍ଗଠନ ହୋଇଥିବା କମିଟି, ମନ୍ଦିର ବାହାର, ଭିତର ଓ ଚଳନ୍ତି ରତ୍ନଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାର ଯାଞ୍ଚ କରି ତାକୁ ନିଜ ଦଖଲକୁ ନେବା କଥା ।

ଏହା ମଧ୍ୟ ପଢନ୍ତୁ-File Missing: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଲା ଆଇନ ବିଭାଗ !

ମାତ୍ର ୧୯୭୮ ମସିହା ପରଠୁ ଆଉ ରତ୍ନଭଣ୍ଡାର ଖୋଲା ଯାଇନାହିଁ କି ରତ୍ନ ଅଳଙ୍କାରର କୌଣସି ଯାଞ୍ଚ କରାଯାଇ ନାହିଁ। ତେବେ ରତ୍ନଭଣ୍ଡାର କେତେ ସୁରକ୍ଷିତ ଅଛି ? ସେ ନେଇ କୌଣସି ସଠିକ ତଥ୍ୟ ନଥିବା କୋର୍ଟଙ୍କୁ ନିଜର ପ୍ରତି ଜବାବରେ ଅବଗତ କରିଛନ୍ତି ଆବେଦନକାରୀଙ୍କ ଓକିଲ । ଆସନ୍ତା ଅକ୍ଟୋବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ଏହି ଶୁଣାଣି ସମୟରେ ରାଜ୍ୟ ସରକାର ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଜବାବ ଦାଖଲ କରିବେ । ଏହା ସହ ଶ୍ରୀମନ୍ଦିର ସୁରକ୍ଷା, କୋଣାର୍କ ସୂର୍ଯ୍ୟ ମନ୍ଦିର ମରାମତି ମାମଲାର ମଧ୍ୟ ଶୁଣାଣୀ ହେବ ବୋଲି ଆବେଦନକାରୀଙ୍କ ଓକିଲ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.