କଟକ: ଦିନକୁ ଦିନ ଚିନ୍ତା ବଢ଼ାଉଛି ଶିଶୁ ମୃତ୍ୟୁହାର । ପୂର୍ବ ତୁଳନାରେ ଶିଶୁ ମୃତ୍ୟୁହାର ପ୍ରତିଶତ ଅଧିକ ରହୁଛି, କାହିଁକି ଓ କେଉଁ କାରଣରୁ ରାଜ୍ୟରେ ଶିଶୁଙ୍କ ମୃତ୍ୟୁହାର ବଢୁଛି ବିଶେଷଜ୍ଞମାନେ ତାହାର କାରଣ ଖୋଜୁଛନ୍ତି । ବର୍ତ୍ତମାନ ଏହାକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇନଥିଲେ ବି ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ବିଶେଷକରି ମାଆ ଗର୍ଭଧାରଣ ଠାରୁ ଶିଶୁଟିଏ ଜନ୍ମ ହେବା ପର୍ଯ୍ୟନ୍ତ କ'ଣ ସମସ୍ୟା ରହୁଛି । ଏହି ସମୟ ମଧ୍ୟରେ କେଉଁ କେଉଁ ଦିଗକୁ ଦୃଷ୍ଟିରେ ରଖିବା କଥା ଆଦି ସମସ୍ତ ଦିଗକୁ ଧ୍ୟାନରେ ରଖି ବିଶେଷଜ୍ଞମାନେ ଏହାର ଅନୁଧ୍ୟାନ କରୁଛନ୍ତି । ତେବେ ଏହାରି ଭିତରେ ଶିଶୁ ମୃତ୍ୟୁହାର ରୋକିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି ଶ୍ରୀଅରବିନ୍ଦ ମେଡ଼ିକାଲ ଆସୋସିଏସନ୍ । ଆଗକୁ ହେବାକୁ ଥିବା ଏହାର 34 ତମ ବାର୍ଷିକ ସମ୍ମିଳନୀରେ ଏଥର ଶିଶୁ ମୃତ୍ୟୁହାର ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବ ।
ଏହା ମଧ୍ୟ ପଢ଼ନ୍ତୁ... UN Report: 2021ରେ ପ୍ରତି ସାଢେ 4 ସେକେଣ୍ଡରେ ଯାଇଛି ଶିଶୁ-ଯୁବକଙ୍କ ଜୀବନ
ତେବେ ଆସନ୍ତା ସେପ୍ଟେମ୍ବର 9 ଏବଂ 10 ତାରିଖ ଦୁଇଦିନ ଧରି ସାରଳା ଭବନ ଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ନବଜାତ ଶିଶୁର ଲାଳନ ପାଳନ ଏବଂ ତାର ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ବିଷୟ ବସ୍ତୁକୁ ନେଇ ଏହି ଅଧିବେଶନ ଅନୁଷ୍ଠିତ ହେବ । ଏଥିରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ବହୁ ଶିଶୁ ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଯୋଗଦେବେ । ମାତୃ ଗର୍ଭରୁ ଶିଶୁ ଜନ୍ମ ହେବା ଠାରୁ ତାର ପରବର୍ତ୍ତୀ ସମୟ ମଧ୍ୟରେ ଶିଶୁର ଶାରୀରିକ ମାନସିକ ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବ । ତେବେ ଏନେଇ କଟକ ମଧୁପାଟଣା ସ୍ଥିତ ମାତୃଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ଚିକିତ୍ସକ ଡକ୍ଟର ଜୟନ୍ତ ପଣ୍ଡା ଏହି ଅଧିବେଶନ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... ୧୫ ବର୍ଷ ମଧ୍ୟରେ ରାଜ୍ୟରେ ଶିଶୁ ମୃତ୍ୟୁହାର ୩୯ ପ୍ରତିଶତ ହ୍ରାସ
ତେବେ ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡକ୍ଟର ଶ୍ୟାମା କାନୁନଗୋ, ଡକ୍ଟର ସଂଘମିତ୍ରା ପଣ୍ଡା, ନିଉ ଲାଇଫ ଏଜୁକେସନ ଟ୍ରଷ୍ଟର ସମ୍ପାଦକ ପ୍ରସାଦ ତ୍ରିପାଠୀ, ମାତୃଭବନ ଟ୍ରଷ୍ଟ ସମ୍ପାଦକ ଗଦାଧର ମିଶ୍ର, ଡ଼ଃ ସଂଘମିତ୍ରା ପଣ୍ଡା, ଡ଼ଃ ଲତିକା ବେହେରା, ଡ଼ଃ ଅଭିପ୍ସା ରଥ, ଗଙ୍ଗାଧର ସାହୁ ଏବଂ ଜଚିନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଇଟିଭି ଭାରତ, କଟକ