କଟକ: ମଦୁଆ ପୁଅର ଜଘନ୍ୟ କାଣ୍ଡ । ଟଙ୍କା ମିଳିନଥିବାରୁ ମା’କୁ ଟାଙ୍ଗିଆରେ ମାରି ଫେରାର ପୁଅ । ଏଭଳି ଅଭାବନୀୟ ଘଟଣା ଚୌଦ୍ବାର ଥାନା ଅନ୍ତର୍ଗତ କଖଡି ପଞ୍ଚାୟତ ଗୋପୀନାଥପଡା ଗ୍ରାମରେ ଦେଖିବାକୁ ମିଳିଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହେବା ସହ ମଦ ବିକ୍ରି ରୋକିବା ନେଇ ସ୍ବର ଉଠିଛି ।
ସୂଚନା ଅନୁଯାୟୀ, ରବିବାର ସଂଧ୍ୟାରେ ଗୋପୀନାଥପଡା ଗ୍ରାମର ପ୍ରକାଶ ଦେହୁରୀ ଅତ୍ୟଧିକ ମଦ୍ୟପାନ କରି ଘରକୁ ଆସିଲେ । ମନ ଭରିନଥିବାରୁ ଆହୁରି ପିଇବାକୁ ଟଙ୍କା ମାଗିଥିଲେ। ଏହାକୁ ମା ସାବିତ୍ରୀ ଦେହୁରୀ ବାରଣ କରିବା ସହ ଟଙ୍କା ଦେବାକୁ ମନା କରିଦେଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ପୁଅ ନିଜ ମାଙ୍କୁ ଟାଙ୍ଗିଆରେ ହାଣି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବାବେଳେ ସୋମବାର ସକାଳୁ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି ।
ତେବେ ଖବର ପାଇ ଆଠଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଏକ ହତ୍ୟା ମାମଲା ରୁଜୁ କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ