ETV Bharat / state

ଥଇଥାନ ଦାବିରେ ମେୟରଙ୍କ ବାସଭବନ ଘେରାଉ - protest over land issue

ଥଇଥାନ ଦାବିରେ ତାତିଲେ ବସ୍ତିବାସିନ୍ଦା । କଟକ ମେୟର ସୁବାସ ସିଂଙ୍କ ବାସଭବନ ଘେରାଉ କରିବା ସହ ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ଅନ୍ଦୋଳନକାରୀ । ଅଧିକ ପଢନ୍ତୁ

protest over land issue
ମେୟରଙ୍କ ବାସଭବନ ଘେରାଉ
author img

By ETV Bharat Odisha Team

Published : Oct 26, 2023, 7:33 PM IST

ମେୟରଙ୍କ ବାସଭବନ ଘେରାଉ

କଟକ: ଥଇଥାନ ଦାବିରେ ତାତିଲେ ବସ୍ତିବାସିନ୍ଦା । ଏନେଇ ଆଜି କଟକ ମେୟର ସୁବାସ ସିଂଙ୍କ ବାସଭବନ ଘେରାଉ କରିଛନ୍ତି ଆନ୍ଦୋଳନକାରୀ । କଟକ ୧୬ ନମ୍ବର ୱାର୍ଡ ଗଡଖାଇରେ ଥିବା ବ୍ରହ୍ମପୁର ବସ୍ତିକୁ ଉଚ୍ଛେଦ କରାଯିବା ପାଇଁ ନୋଟିସ ଆସିବା ପରେ ଜୋର ଧରିଛି ଥଇଥାନ ଦାବି । ଆଜି କଟକ ମେୟରଙ୍କ ବାସ ଭବନ ଘେରିବା ସହ ନହରଣପୁରଠାରେ ଥିବା ଫ୍ଲାଟରେ ଥଇଥାନ ପାଇଁ ଦାବି କରାଯାଇଛି। ଏହାସହ ବସ୍ତିବାସିନ୍ଦାଙ୍କ ଏକ ଦଳ ମେୟରଙ୍କ ସହ ଆଲୋଚନା କରିଥିଲେ। ତେବେ ଥଇଥାନ ପାଇଁ ଧବଳେଶ୍ଵର ଗଡାରେ ଜାଗା ଦିଆଯାଇଥିବା କଥା କହିଛନ୍ତି ମେୟର।

କଟକ ମେୟର ସୁବାସ ସିଂ କହିଛନ୍ତି, "ଏହି ବସ୍ତିଟି ଆର୍କୋଲୋଜିକାଲ ବିଭାଗ ଅଧୀନ ସ୍ଥାନରେ ରହିଛି ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଉଚ୍ଛେଦ ପାଇଁ ନୋଟିସ ଜାରି କରାଯାଇଛି। ଉଚ୍ଛେଦ ପୂର୍ବରୁ ସମସ୍ତଙ୍କୁ ଧବଳେଶ୍ଵର ଗଡାରେ ଜାଗା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ।" ପୂର୍ବରୁ କଟକର ବସ୍ତି ମିଳିତ ମଞ୍ଚ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ସିଏମସି ଅଫିସ ଘେରାଉ କରାଯାଇଥିଲା। ନିର୍ବାଚନ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଓ ଘର ଦେବାକୁ ମଞ୍ଚ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା । ଆନ୍ଦୋଳନକାରୀ କହିଥିଲେ, "ସରକାର ସବୁ ସମୟରେ କେବଳ ନିର୍ବାଚନକୁ ଆଖି ଆଗରେ ରଖି ମିଥ୍ଯା ପ୍ରଚାର କରୁଛନ୍ତି। ବସ୍ତି ବାସିନ୍ଦାଙ୍କ ଆଇନଗତ ଅଧିକାର ରହିଥିବା ସତ୍ତ୍ବେ ତାହା ନଦେଇ ତାଙ୍କୁ ଉଛେଦ କରାଯାଇ ତାଙ୍କର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି । ଆଜି ପର୍ଯ୍ୟନ୍ତ ମ୍ୟୁନ୍ସିପାଲ କର୍ପୋରେସନ ଆଇନ ଅନୁସାରେ ବସ୍ତି ବାସିନ୍ଦାମାନଙ୍କର କୌଣସି ମୌଳିକ ଅଧିକାର ପୂରଣ ନକରି କେବଳ ଭୋଟ ସର୍ବସ୍ବ ପ୍ରଚାର ଅତ୍ଯନ୍ତ ନିନ୍ଦନୀୟ ।"

ଏହା ବି ପଢନ୍ତୁ...ପୁରୀ ବସ୍ତି ବାସିନ୍ଦାଙ୍କ ପାଇଁ ଖୁସି ଖବର ! 2ମାସରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସ୍ଥାୟୀ ପଟା

ଭୋଟ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ସହ ପକ୍କା ଘର ଦେବା, ସିଏମସି ତାଲିକାଭୁକ୍ତ ନଥିବା ବସ୍ତି ଗୁଡିକୁ ତାଲିକାଭୁକ୍ତି କରି ଥଇଥାନ ସହ ପଟ୍ଟା ଦେବା, ଉଛେଦ କରି ବାଲିସାହି ଓ ଜଗତପୁରକୁ ବିସ୍ଥାପିତ କରିଥିବା ବସ୍ତିଗୁଡିକୁ ସେହିଠାରେ ପଟ୍ଟା ପ୍ରଦାନ ନେଇ ଦାବି କରିଥିଲା ମଞ୍ଚ । ସହରରେ ଦୀର୍ଘ ଦଶନ୍ଧି ଧରି ଭଡା ଘରେ ରହିଥିବା ଗରିବ ଲୋକମାନଙ୍କୁ ଘର ପ୍ରଦାନ କରିବା, ବସ୍ତି ବାସିନ୍ଦାଙ୍କ ପରିବରକୁ ଅନ୍ତତଃ ୪୫୦ ବର୍ଗ ଫୁଟ ଜାଗା ଦିଆଯିବା ଭଳି ପ୍ରମୁଖ ଦାବିରେ ସିଏମସି ଘେରାଉ କରାଯାଇ କମିଶନରଙ୍କୁ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। "ଯଦି ଆଗାମୀ ଦିନରେ ସିଏମସି ପଟ୍ଟା ନ ଦିଏ, ତେବେ ବିଧାନସଭା ଘେରାଉ ନିଶ୍ଚୟ" ବୋଲି କହିଛନ୍ତି ବସ୍ତିବାସିନ୍ଦା । ତେବେ ଶୀଘ୍ର ଦାବି ପୂରଣ ନହେଲେ ଧାରଣରେ ବସିବା ପାଇଁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.