ETV Bharat / state

ବାସୋପଯୋଗୀ ସ୍ଥାନରେ ଥଇଥାନ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବସ୍ତିବାସିନ୍ଦା

author img

By

Published : Jan 8, 2022, 5:35 PM IST

କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ ପ୍ରଦର୍ଶନ । ବାସୋପଯୋଗୀ ସ୍ଥାନରେ ଥଇଥାନ ପାଇଁ କରିଛନ୍ତି ଦାବି । ଅଧିକ ପଢନ୍ତୁ

ବାସପୋଯୋଗୀ ସ୍ଥାନରେ ଥଇଥାନ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବସ୍ତିବାସିନ୍ଦା

କଟକ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ବସ୍ତି ବାସିନ୍ଦା । ବାସୋପଯୋଗୀ ସ୍ଥାନରେ ଜାଗା ଓ ଘର ଯୋଗାଇ ଦେବାକୁ ଦାବି କରି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ପ୍ରଶାସନିକ ଟାର୍ଗେଟ ଯୋଗୁଁ ଦୂରାବସ୍ଥା ଦେଇ ବସ୍ତିବାସିନ୍ଦାମାନେ ଗତି କରୁଛନ୍ତି । ଏମାନଙ୍କୁ ଯେଉଁ ସ୍ଥାନରେ ଜାଗା ଦିଆଯାଉଛି ତାହା ସମ୍ପୂର୍ଣ୍ଣ ରୂପେ ଗ୍ରୀନ ଟ୍ରିବ୍ୟୁନାଲ ଅଧୀନରେ ରହୁଛି । ଯାହାକି ବସ୍ତିବାସିନ୍ଦାଙ୍କ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ବସ୍ତିବାସିନ୍ଦାମାନଙ୍କୁ ବାସୋପଯୋଗୀ ସ୍ଥାନରେ ଜାଗା କିମ୍ବା ଘର ଯୋଗାଇବାକୁ ଆଇନଗତ ନିୟମ ରହିଛି । ମାତ୍ର ସରକାର ତାହା ନ କରୁନଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ।

ନିର୍ବାଚନକୁ ଆଖି ଆଗରେ ସରକାର କେବଳ ଘୋଷଣା କରୁଛନ୍ତି ମାତ୍ର ତାହା କରୁନଥିବା ଆନ୍ଦୋଳନକାରୀମାନେ କହିଛନ୍ତି । ସରକାର ବସ୍ତିବାସିନ୍ଦାଙ୍କୁ ଭ୍ରମିତ ନ କରି ଆଇନ ମୁତାବକ ଥଇଥାନ କରି ପଟ୍ଟା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.