ETV Bharat / state

ଟ୍ରେଡ୍‌ ଆପ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ, ନହେଲେ ଖାଲି ହୋଇଯିବ ଆକାଉଣ୍ଟ

author img

By

Published : May 13, 2023, 10:32 PM IST

ସୋସିଆଲ ମିଡିଆରୁ ବିଭିନ୍ନ ଟ୍ରେଡ୍‌ ଆପ ବ୍ୟବହାର କରି ଠକାମୀର ଶିକାର ହେଉଛନ୍ତି ଅନେକ ଲୋକ । ଗତ ୨ ମାସ ମଧ୍ୟରେ କଟକ ସହରରେ ୬ଟି ମାମଲା ରୁଜୁ ହେଲାଣି । ଆଉ ୧ କୋଟି ୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ସାଇବର ଅପରାଧୀ ମାନେ ଲୁଟି ନେଇଥିବା କଟକ ଡିସିପି ଆଜି ସୂଚନା ଦେଇଛନ୍ତି । ତେବେ ଅଜଣା ଆପ୍‌କୁ ନଖୋଲିବାକୁ ପରାମର୍ଶ ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ଅଧିକ ପଢ଼ନ୍ତୁ

ଟ୍ରେଡ ଆପରେ ଠକାମୀ ନେଇ ୨ ମାସ ମଧ୍ୟରେ କଟକ ସହରରେ ୬ଟି ମାମଲା ରୁଜୁ

କଟକ: ଆପଣ ଟ୍ରେଡ୍‌ ଆପ ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ ! ନଚେତ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ ! ଏପରି ପ୍ରଲୋଭନ ଦେଖାଇ ଲୁଟୁଛନ୍ତି ସାଇବର ଅପରାଧୀ । ଜଣେ କି ଦୁଇ ଜଣ ନୁହେଁ, ବରଂ ଗତ ୨ ମାସ ମଧ୍ୟରେ କଟକ ସହରରେ ୬ଟି ମାମଲା ରୁଜୁ ହେଲାଣି । ଆଉ ୧ କୋଟି ୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ସାଇବର ଅପରାଧୀମାନେ ଲୁଟି ନେଇଥିବା କଟକ ଡିସିପି ପିନାକ ମିଶ୍ର ଆଜି ସୂଚନା ଦେଇଛନ୍ତି ।

ସବୁଠାରୁ ବଡ଼କଥା ହେଉଛି, ଯେଉଁମାନେ ସେମାନଙ୍କ ପ୍ରଲୋଭନର ଶିକାର ହେବେ, ସେମାନେ ଫସିବେ ନିଶ୍ଚୟ । କଟକ ଡିସିପି ପିନାକ ମିଶ୍ରଙ୍କ କହିବା ଅନୁଯାୟୀ, ଯେଉଁମାନେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି, ସଠିକ ବ୍ୟବହାର କରି ନପାରିଲେ ଏହି ଲୁଟ୍‌ର ଶିକାର ହେଉଛନ୍ତି । କାରଣ ବିଭିନ୍ନ ପ୍ରକାର ଅଜଣା ଆପ୍‌କୁ କ୍ଲିକ କଲେ ସେମାନେ ରୋଜଗାର କରିବାର ଲୋଭ ଦେଖାଇଥା'ନ୍ତି । ଯେମିତିକି କୌଣସି ସୋସିଆଲ ମିଡିଆ ବ୍ୟବହାର ସମୟରେ ଆଡ୍‌ ଆସେ, 'ଆପଣ ଘରେ ବସିଲେ, ଆପଣ ମାସକୁ ୫୦ ହଜାର ରୋଜଗାର କରିପାରିବେ ଅତି ସହଜ ଉପାୟରେ । ମାତ୍ର ଏହି ଆପ୍‌କୁ ଖୋଲି ପଢନ୍ତୁ କେମିତି ରୋଜଗାର କରିପାରିବେ !' ଏପରି ଲିଙ୍କକୁ ଖୋଲିବା ମାତ୍ରେ ସାଇବର ଠକ ମାନେ ସେମାନଙ୍କ ଅଭିନବ ଉପାୟରେ ଠକିଥା'ନ୍ତି ।

କଟକ ଡିସିପି କହିବା ଅନୁସାରେ ସେମାନେ ଏହି ଲିଙ୍କ୍‌ର ପ୍ରଲୋଭନ ଦେଖାଇ ବିଭିନ୍ନ ପ୍ରକାର ଟାସ୍କ୍‌ ଦେଇଥା'ନ୍ତି । ଲୋକମାନେ ମଧ୍ୟ ଠକ ମାନଙ୍କ କଥାରେ ପଡି ତାହା ହିଁ କରିଥା'ନ୍ତି । କାରଣ ଏଭଳି ଲୋକଙ୍କ ଉଦ୍ଦେଶ୍ୟ କିପରି ସହଜ ଉପାୟରେ ବିନା ପରିଶ୍ରମରେ ପୁଳା ପୁଳା ଟଙ୍କା ରୋଜଗାର କରିବା । ଯାହାକି ସେମାନଙ୍କୁ ଅସୁବିଧାରେ ପକାଇଥାଏ । ଠକମାନଙ୍କ ଟାସ୍କ୍‌ ଶେଷ କରିବା ପରେ ସେମାନେ ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ଟଙ୍କା ଜମା କରିବାକୁ କହିଥାଆନ୍ତି । ଟଙ୍କା ଜମା କରିବା ପରେ ସେମାନେ ଟାସ୍କ୍‌ ଭୁଲ କରିଥିବା କହି ଆଉ ଟଙ୍କା ଫେରାଇବା ତ ଦୂରର କଥା ଫୋନ୍‌ ରିସିଭ ମଧ୍ୟ କରନ୍ତି ନାହିଁ । କେବଳ ସେତିକି ନୁହେଁ, ବିଭିନ୍ନ ଆପ୍‌ ପଠାଇ ଆପଣଙ୍କ ଆକାଉଣ୍ଟରୁ ଲୁଟି ନେଇଥାନ୍ତି ସମସ୍ତ ଟଙ୍କା । ତେବେ କଟକ ସହରରେ ବି ଏପରି ଠକାମୀର ଶିକାର ହେଉଛନ୍ତି ଅନେକ ବ୍ୟକ୍ତି । ପ୍ରାୟ ୬ଟି ମାମଲା ରୁଜୁ କରାଯାଇଛି । ଠକ ମାନଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିବାକୁ ପୋଲିସ ଚେଷ୍ଟା କରୁଛି । ମାତ୍ର ସାମାନ୍ୟ ଭୁଲ୍‌ ପାଇଁ ଏପରି ଅସୁବିଧା ସୃଷ୍ଟି ହୋଇଥାଏ । ଏଭଳି ଅଜଣା ଆପକୁ ନଖୋଲିବାକୁ ପରାମର୍ଶ ଦେଇଛନ୍ତି କଟକ ଡିସିପି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.