ETV Bharat / state

ବିଦାୟ ନେବେ ମା', କୋରୋନା ପାଇଁ ଫିକା ପଡିଲା ସିନ୍ଦୁର ଖେଳ

author img

By

Published : Oct 26, 2020, 9:57 PM IST

ଏହି ବିଜୟା ଦଶମୀ ପରେ ଧରାପୃଷ୍ଠରୁ ବିଦାୟ ନେବେ ମା' ଦଶଭୁଜା । ଏହି ଅବସରରେ ଅପରାଜିତା ପୂଜା ସହ ବଙ୍ଗାଳୀ ସମ୍ପ୍ରଦାୟରେ ଦେଖିବାକୁ ମିଳେ ସିନ୍ଦୁର ଖେଳ । ଅଧିକ ପଢନ୍ତୁ:

sindoor-khela
କୋରୋନା ପାଇଁ ଫିକା ପଡିଲା ସିନ୍ଦୁର ଖେଳ

କଟକ: ଆଜି(ସୋମବାର) ପବିତ୍ର ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟ। କୋରୋନା ଯୋଗୁଁ ଚଳିତବର୍ଷ ଫିକା ପଡିଛି ଦଶହରା। ତେବେ ଆଜି(ସୋମବାର) ବିଜୟା ଦଶମୀରେ ସିନ୍ଦୁର ଖେଳର ପରମ୍ପରା ରହିଥିଲେ ବି ସରକାରଙ୍କ କଟକଣା ଯୋଗୁଁ ଏହା ପ୍ରଭାବିତ ହୋଇଛି।

କୋରୋନା ପାଇଁ ଫିକା ପଡିଲା ସିନ୍ଦୁର ଖେଳ

କେବଳ ପରମ୍ପରା ପାଇଁ ସିନ୍ଦୁର ଖେଳ କରାଯାଇଛି। ସେହିପରି ଅପରାଜିତା ପୂଜାରେ ମାଙ୍କ ଦର୍ଶନ ପାଇବାରୁ ପ୍ରଥମଥର ପାଇଁ ବଞ୍ଚିତ ହୋଇଛନ୍ତି ମହିଳା ଶ୍ରଦ୍ଧାଳୁ ।

ସେହିପରି ବଙ୍ଗୀୟ ପରମ୍ପରା ଅନୁଯାୟୀ, ଅନେକ ପୂଜା ମଣ୍ଡପରେ ଆଜି ସିନ୍ଦୁର ଖେଳର ମଧ୍ୟ ପରମ୍ପରା ରହିଛି। କୁହାଯାଏ ମାଙ୍କୁ, ଝିଅ ଭାବରେ ପୂଜା କରାଯାଏ। ଗୋଟିଏ ଝିଅ ତା ବାପ ଘରୁ ଶାଶୁ ଘରକୁ ଗଲା ସମୟରେ ଯେମିତି ରୀତିନୀତି ପାଳନ କରାଯାଏ, ସେମିତି ମାଙ୍କୁ ପୂଜା କରାଯାଇଥାଏ। ସେଥିପାଇଁ ଆଜି ଦହି ପଖାଳ ଭୋଗ କରିବାର ପରମ୍ପରା ରହିଛି। କେବଳ ସେତିକି ନୁହେଁ ଆଜି ସିନ୍ଦୁର ଖେଳର ନିଆରା ପରମ୍ପରା ମଧ୍ୟ ରହିଛି।

ପ୍ରତ୍ୟକ ବର୍ଷ ଆଜିର ଏହି ଦିନରେ ମଣ୍ଡପରେ ମହିଳାମାନେ ଏକତ୍ରିତ ହୋଇ ଧୁମଧାମରେ ସିନ୍ଦୁରଖେଳ ଖେଳି ମାଆଙ୍କୁ ବିଦାୟ ଦେଇଥାଆନ୍ତି। କିନ୍ତୁ କୋରୋନା ପାଇଁ ଚଳିତବର୍ଷ ଏହି ଖେଳ ପ୍ରଭାବିତ ହୋଇଛି। କେବଳ ପରମ୍ପରା ଆଉ ବିଧି ରଖିବା ପାଇଁ ମାତ୍ର ୪ ଜଣ ମହିଳା ଭକ୍ତଙ୍କୁ ନେଇ ସିନ୍ଦୁର ଖେଳ କରାଯାଇଛି।

ମା'ଙ୍କ ଆଗମନରେ କୋରୋନା ନିୟନ୍ତ୍ରଣ ହେଉଛି। ଧୀରେଧୀରେ ଏହା କମିବ ଆଉ କୋରୋନା ମୁକ୍ତ ହେବ। ଆସନ୍ତାବର୍ଷକୁ ଦଶହରାକୁ ଧୁମଧାମରେ ପାଳନ କରାଯିବ ବୋଲି ସମସ୍ତେ ଆଶାବାଦୀ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.