କଟକ: ଉନ୍ନତମାନର ଚିକିତ୍ସା ସହ ମାଗଣାରେ ସ୍ବାସ୍ଥ୍ୟସେବା ପାଇଁ ଗିରବଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଏବେ କିଛି ବେସରକାରୀ ହସ୍ପିଟାଲ ପାଇଁ ଏହି ସ୍ବାସ୍ଥ୍ୟ କାର୍ଡ ଟଙ୍କା ଲୁଟୁବାର ମାଧ୍ୟମ ପାଲଟିଛି । କଟକ ଖାନ ନଗରସ୍ଥିତ ସାଉଥ ପଏଣ୍ଟ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମହା ଘୋଟଲା ହୋଇଥିବା ଅଭିଯୋଗ ଆସିବା ପରେ ୫ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ(commissionerate police)। ସୁସ୍ଥ ଲୋକଙ୍କୁ ହସ୍ପିଟାଲରେ ଆଡମିଶନ କରାଇ ହସ୍ପିଟାଲ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ-ପାରାଦ୍ବୀପ ଗୁଳିକାଣ୍ଡ ଘଟଣା, ବନ୍ଦର ଟ୍ରଷ୍ଟିଙ୍କ ଗିରଫଦାରୀକୁ ବିରୋଧ
ଏହି ବେସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ ଆଧାର କାର୍ଡଧାରୀଙ୍କୁ ୨ହଜାର ଟଙ୍କା ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ । କେବଳ କାଗଜପତ୍ରରେ ରୋଗୀ ଚିକିତ୍ସା କରାଇ ସରକାରଙ୍କଠାରୁ ଲକ୍ଷଲକ୍ଷ ବିଲ୍କରି ସାଉଥ ପଏଣ୍ଟ ହସ୍ପିଟାଲ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ୪୨ ମୌଜା ଅଞ୍ଚଳର କିଛି ବିଜୁସ୍ୱାସ୍ଥ୍ୟ କାର୍ଡଧାରୀଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଏଭଳି କରୁଥିଲେ ମୁନଫାଖୋର ସ୍ୱାସ୍ଥ୍ୟ ବ୍ୟବସାୟୀ । ଏହି ଘୋଟଲାରେ ସାମିଲ ଥିବା ୫ ଜଣ ହସ୍ପିଟାଲ କର୍ମଚାରୀଙ୍କୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ଏନେଇ ଗଣମାଧ୍ୟମ ସମ୍ମୁଖରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।
ଇଟିଭି ଭାରତ, କଟକ