ETV Bharat / state

ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇ ନିସର୍ତ୍ତ କ୍ଷମା ମାଗିଲେ ରାଜ୍ୟ ଖାଉଟି କଲ୍ୟାଣ ଓ ଯୋଗାଣ ସଚିବ

author img

By ETV Bharat Odisha Team

Published : Oct 12, 2023, 7:19 AM IST

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବ୍ୟକ୍ତିଗତ ଭାବେ ପହଞ୍ଚି ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ । ଅଧିକ ପଢନ୍ତୁ

ନିସର୍ତ୍ତ କ୍ଷମା ମାଗିଲେ ରାଜ୍ୟ ଖାଉଟି ଓ ଯୋଗାଣ ସଚିବ

କଟକ: ହାଇକୋର୍ଟରେ କ୍ଷମା ପାର୍ଥନା କଲେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ । ହାଇକୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି । ଓଡ଼ିଶା ଖାଉଟି ସୁରକ୍ଷା ନିୟମାବଳୀ, ୨୦୨୦ର ନିୟମ-୮ ଅନୁସାରେ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିଶନର ସଭାପତି ଭାବେ ଦାୟିତ୍ବ ନିର୍ବାହ କରିବାକୁ ସଦସ୍ୟ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ଅନୁମତି ଦିଆଯାଇଥିବା ନେଇ ସତ୍ୟପାଠରେ ଦର୍ଶାଇଛନ୍ତି । ନିୟମିତ ସଭାପତିଙ୍କ ନିଯୁକ୍ତି ପର୍ଯ୍ୟନ୍ତ ଦିଲ୍ଲୀପ କୁମାର ସଭାପତି ଦାୟିତ୍ବ ନିର୍ବାହ କରିବା ନେଇ ଅକ୍ଟୋବର ୧୦ରେ ଖାଉଟି କଲ୍ୟାଣ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ସଚିବଙ୍କ ତରଫରୁ ଦର୍ଶାଯାଇଥିଲା ।

ପୂର୍ବରୁ ଅକ୍ଟୋବର ୭ରେ ଜାରି କରାଯାଇଥିବା ବିଭାଗୀୟ ନିର୍ଦ୍ଦେଶନାମା ପ୍ରତ୍ୟାହାର କରାଯାଇଛି । ଏଥି ସହିତ ସଚିବଙ୍କ ତରଫରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଇଥିଲା । ହାଇକୋର୍ଟ ସଚିବଙ୍କ ସତ୍ୟପାଠକୁ ଗ୍ରହଣ କରିଥିଲେ। ସାନି ନିର୍ଦ୍ଦେଶନାମା ଜାରି କରାଯାଇଥିବା ଘଟଣାକୁ ହାଇକୋର୍ଟ ବିଚାରକୁ ନେଇ ଅଦାଲତ ଅବମାନନା ମାମଲାର ଶୁଣାଣିରେ ଆଜି ଅନ୍ତ ଘଟାଇଛନ୍ତି । ସେହିପରି ଖାଦ୍ୟ ଯୋଗଣା ଓ ଖାଉଟି କଲ୍ୟାଣ ବିଭାଗ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜିରାରୁ ହାଇକୋର୍ଟ ମୁକ୍ତ କରିଛନ୍ତି ।

କାହିଁକି ହାଇକୋର୍ଟ ରେ ବ୍ୟକ୍ତିଗତ ଭାବରେ ହାଜର ହୋଇ ନିସର୍ତ୍ତ କ୍ଷମା ମାଗିଲେ ସଚିବ ?
ସୂଚନା ଅନୁଯାୟୀ, ସ୍ଥାୟୀ ସଭାପତି ନିଯୁକ୍ତ ‌ହେବା ପର୍ଯ୍ୟନ୍ତ ରାଜ୍ୟ କମିସନର ବରିଷ୍ଠତମ ସଦସ୍ୟଙ୍କୁ ସଭାପତି ଭାବେ ଦାୟିତ୍ବ ନିର୍ବାହ ପାଇଁ ରାଜ୍ୟ ଖାଦ୍ୟ ଯୋଗଣ, ଖାଉଟି କଲ୍ୟାଣ ବିଭାଗ ଅନୁମତି ଦେବ ବୋଲି ହାଇକୋର୍ଟ ଅଗଷ୍ଟ ୨୨ରେ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ଉପଭୋକ୍ତା କମିଶନ ସଦସ୍ୟ ଦିଲ୍ଲୀପ କୁମାର ମହାପାତ୍ର, ପ୍ରମୋଦ କୁମାର ପୃଷ୍ଟି ଓ ହେମନ୍ତ କୁମାର ମହାନ୍ତିଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ ନେଇ ହାଇକୋର୍ଟରେ କମିଶନ ସଦସ୍ୟ ଦିଲ୍ଲୀପ କୁମାର ମହାପାତ୍ର ଓ ଅନ୍ୟ ଦୁଇ ଜଣ ପୁଣି ଅଦାଲତ ଅବମାନନା ରୁଜୁ କରିଥିଲେ। ମାମଲାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବଙ୍କ ତରଫରୁ ଦାଖଲ ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ ବି କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ ନକରିବାରୁ କୋର୍ଟ ଗତ ୧୦ରେ ମାମଲାର ଶୁଣାଣି କରି ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏବଂ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସଚିବ କୋର୍ଟରେ ବ୍ୟକ୍ତିଗତ ଭାବେ ପହଞ୍ଚି ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ନାବାଳିକାଙ୍କୁ ମିଳିଲା ନ୍ୟାୟ, ଦୁଷ୍କର୍ମକାରୀକୁ 20 ବର୍ଷ ସଶ୍ରମ କାରାଦଣ୍ଡ

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.