ETV Bharat / state

ମହାନଦୀରୁ ଖସୁଛି ପାଣି, ତଳିଆ ଅଞ୍ଚଳ ଏବେ ବି ଜଳବନ୍ଦୀ

author img

By

Published : Sep 10, 2019, 12:35 PM IST

ଚଳିତ ଥର ମହାନଦୀରେ ଦ୍ବିତୀୟ ଥର ପାଇଁ ବନ୍ୟା ଆସିଛି । ଧିରେ ଧିରେ ପାଣି ସ୍ତର କମୁଥିବାବେଳେ ଏବେ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଧିରେ ଧିରେ କମିବାରେ ଲାଗିଛି ମହାନଦୀର ଜଳସ୍ତର । ବଡମ୍ବା ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟା ଜଳ ପ୍ରବେଶ କରିଥିବା ପାଣି ଏବେ ଛାଡିବାରେ ଲାଗୁଛି । କିନ୍ତୁ ମନ୍ଦିର ପ୍ରବେଶ ଦ୍ବାରରେ ଏବେ ବନ୍ୟା ଜଳ ଜମି ରହିଛି । ଚଳିତ ଥର ଦ୍ବିତୀୟ ଥର ପାଇଁ ମହାନଦୀରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ଫଳରେ ଏହାର ପାଖଆଖ ଅଞ୍ଚଳ ଜଳବନ୍ଦୀ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବନ୍ୟା ଜଳରେ ହୁଳୁହୁଳା ଓ ରଣନାଳ ଦେଇ ଯିବା ଫଳରେ ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଛି । ତେବେ ବାଙ୍କୀ ବ୍ଲକର 7ଟି ପଞ୍ଚାୟତକୁ ଯୋଗଯୋଗ ବିଚ୍ଛିନ୍ନ ହୋଇପଡିଛି । ସେହିପରି ବିଲିପଡାରୁ ତାଳବସ୍ତ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ରାସ୍ତା ଓ ଆଠଗଡ ବ୍ଲକର ସୋମପଡାରୁ ଖଣ୍ଡହତା ଗାଁକୁ ସଂଯୋଗ କରୁଥିବା ରାସ୍ତାରେ 4 ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ତିଗିରିଆ ବ୍ଲକର ପୁରୁଣା ତିଗିରିଆ ପଞ୍ଚାୟତର ଚଷାଆଁରା ଗାଁରେ 3ଫୁଟର ବନ୍ୟା ଜଳ ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ମହାନଦୀରେ ଦ୍ବିତୀୟ ଥର ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ମହାନଦୀର ଜଳସ୍ତର କମିବାରେ ଲାଗିଛି ।ବଡମ୍ବା ଭଟ୍ଟାରିକାଙ୍କ ମନ୍ଦିରରେ ଗତକାଲି ବନ୍ଯାପାଣି ପ୍ରବେଶ କରିଥିଲା କିନ୍ତୁ ଆଜି ମନ୍ଦିର ଭିତରୁ ଛାଡି ଯାଇଥିଲେ ହେ ପ୍ରବେଶ ଦ୍ବାରା ରେ ବନ୍ୟା ଜଳ ଜମି ରହିଛି।ତେବେ ମହାନଦୀର ପଛୁଆପାଣି ହୁଳୁହୁଳା ଓ ରଣନାଳ ଦେଇ ଯିବା ଫଳରେ ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଛି। ତେବେ ବାଙ୍କୀ ବ୍ଲକର ୭ ଟି ପଞ୍ଚାୟତ କୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି।ସେହିପରି ବିଲିପଡା ରୁ ତାଳବସ୍ତ ଖୋର୍ଦ୍ଧା କୁ ସଂଯୋଗ କରୁଥିବା ରାସ୍ତାରେ ୪ ଫୁଟର ବନ୍ୟାଜଳ ରହିଥିବାରୁ ଯୋଗାଯୋଗ ବିଛିର୍ନ ହୋଇପଡିଛି।ସେହିପରି ଆଠଗଡ ବ୍ଲକ ର ସୋମପଡାରୁ ଖଣ୍ଡହତା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ୪ ଫୁଟର ବନ୍ୟାଜଳ ଥିବାରୁ ସେଠାରେ ମଧ୍ୟ ଯୋଗାଯୋଗ ବିଛିନ୍ନ ହୋଇ ପଡ଼ିଛି।ତିଗିରିଆ ବ୍ଲକର ପୁରୁଣା ତିଗିରିଆ ପଞ୍ଚାୟତ ର ଚଷାଆଁରା ଗ୍ରାମଟି ବାହ୍ଯଜଗତରୁ ବିଛିର୍ନ ହୋଇପଡିଛି। ରାସ୍ତାରେ ତିନିଫୁଟ ର ବନ୍ୟାଜଳ ପ୍ରବାହିତ ହେଉଛି ।ତେବେ ମୋଟାମୋଟି କହିବାକୁ ଗଲେ ମହାନଦୀର ଜଳସ୍ତର କମିଛି କିନ୍ତୁ ମହାନଦୀର ପଛୁଆପାଣି ହୁଳୁହୁଳା ଓ ରଣନାଳ ଦେଇ ଯିବା ଫଳରେ ଏବେବେ ଉକ୍ତ ଅଞ୍ଚଳ ଗୁଡିକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି।
Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.