ETV Bharat / state

ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବ: ଡାକ୍ତର ଜୟନ୍ତ ପଣ୍ଡା

author img

By

Published : Jan 16, 2021, 8:48 PM IST

ଆଜି ଦେଶବ୍ୟାପୀ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ଯାୟ ଟୀକାକରଣ । ତେବେ ଖୁବଶୀଘ୍ର ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ କରାଯିବା ନେଇ ସୂଚନା ଦେଲେ ବୈଷୟିକ କମିଟି ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା । ଅଧିକ ପଢନ୍ତୁ...

ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଟୀକକରଣ ଆରମ୍ଭ ହେବ: ଡାକ୍ତର ଜୟନ୍ତ ପଣ୍ଡା

କଟକ: କୋଭିଡ ବିରୁଦ୍ଧରେ ବିଶ୍ବବ୍ୟାପୀ ଆରମ୍ଭ ହୋଇଥିବା ଲଢେଇରେ ସର୍ବପ୍ରଥମେ ଟୀକାକରଣ କାର୍ଯ୍ୟକୁ ଆରମ୍ଭ କରିଛି ଭାରତ । ପ୍ରଧାନମନ୍ତ୍ରୀ ଆଜି ଦେଶ ବ୍ୟାପୀ ଟୀକାକରଣ କାର୍ଯ୍ୟର ଉଦଘାଟନ କରିଥିବାବେଳେ ଓଡିଶାରେ ବି ସମସ୍ତ ଜିଲ୍ଲାରେ ଆଜି ଟିକା ନେଇଛନ୍ତି କୋଭିଡ ଯୋଦ୍ଧା । ଏହି କ୍ରମରେ କଟକରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ଟିକା ନେଇଥିଲେ କୋଭିଡର ମୁହଁ ଭିତରେ ରହି ରୋଗୀ ସେବା କରୁଥିବା କର୍ମଚାରୀ । ଏବେ କୋଭିଡ ଯୋଦ୍ଧାମାନଙ୍କୁ ଟିକା ଦିଆଯାଇଛି କିନ୍ତୁ ଅତି ଶୀଘ୍ର ଅନ୍ୟମାନଙ୍କ ପାଳି ଆସିବ । ଟୀକାକରଣ କେନ୍ଦ୍ର ସଂଖ୍ୟା ଆହୁରି ବୃଦ୍ଧି କରାଯିବ । ବିଶେଷକରି ସପ୍ତାହକ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ପଞ୍ଜିକରଣ କରିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦେବା କାର୍ଯ୍ୟକ୍ରମ ଶେଷ ହେବ । ସେହିପରି ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ଟୀକା ଦିଆଯିବ ବୋଲି ବୈଷୟିକ କମିଟି ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ।

ଏସସିବି ନର୍ସିଂ କଲେଜରେ ଆୟୋଜିତ ହୋଇଥିବା ଟୀକାକରଣ କାର୍ଯ୍ୟକ୍ରମରେ ପ୍ରଥମ ବ୍ୟକ୍ତି ଭାବେ ଟିକା ଗ୍ରହଣ କରିଥିଲେ କୋଭିଡ ଓ୍ବାର୍ଡରେ କାର୍ଯ୍ୟ କରୁଥିବା ବର୍ଷା ଦେଇ ନାମକ ଜଣେ ସଫେଇ କର୍ମଚାରୀ । ଆଡଭାଇଜରୀ ମୁତାବକ ଟିକା ନେବାର ୩୦ ମିନିଟର ବିଶ୍ରାମ ନେବା ପରେ ପୁଣି ଥରେ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ କର୍ମଚାରୀ ଜଣକ । ବର୍ଷାଙ୍କ ପରେ ଜଣ ଜଣ କରି ଶହେ ଜଣ କୋଭିଡ ଯୋଦ୍ଧା ନିଜ ପାଖକୁ ଆସିଥିବା ଏସଏମଏସକୁ ଦେଖାଇ ଟିକା ନେଇଥିଲେ । ଏଥିରେ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫମାନେ ମଧ୍ୟ ସାମିଲ ଥିଲେ । ବିଶେଷ କରି କୋଭିଡ ସେଣ୍ଟରରେ କାର୍ଯ୍ୟ କରୁଥିବା ବା କୋଭିଡ ରୋଗୀଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସୁଥିବା କର୍ମଚାରୀଙ୍କୁ ଅଗ୍ରାଧିକାର ଦିଆଯାଇଥିଲା । କଟକ ଜିଲ୍ଲାକୁ ମୋଟ ୧ ହଜାର ୯୧୦ଟି ଭାଏଲ ଆସିଥିବାବେଳେ ଗୋଟିଏ ଭାଏଲକୁ ୧୦ ଜଣ କରି ମୋଟ ୧୯ ହଜାର ୧୦୦ ଜଣ କୋଭିଡ ଯୋଦ୍ଧାଙ୍କୁ ଏହି ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସାମିଲ କରାଯାଇଛି । ଏହି କ୍ରମରେ ଜିଲ୍ଲାର ଆଜି ପ୍ରଥମ ଦିନରେ ୧୧ ଶହ ଜଣ ଏହି ଟିକା ନେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.