ETV Bharat / state

SCB କ୍ୟାମ୍ପସରେ ତମାଖୁ ମନା, ନିୟମ ଭାଙ୍ଗିଲେ ମିଳିବ ତଣ୍ଡ

author img

By

Published : Feb 24, 2023, 11:06 PM IST

Updated : Feb 25, 2023, 6:43 AM IST

ଏଣିକି ଏସସିବି ମେଡିକାଲର ଭିତରେ କିମ୍ବା ବାହାରେ ତମାଖୁ ସେବନ ମନା । ଅଧିକ ପଢ଼ନ୍ତୁ

ଏସିବି ମେଡିକାଲରେ ଗୁଟୁଖା, ତମ୍ବାଖୁ କୁ  ନାଁ
ଏସିବି ମେଡିକାଲରେ ଗୁଟୁଖା, ତମ୍ବାଖୁ କୁ ନାଁ
ଏସିବି ମେଡିକାଲରେ ଗୁଟୁଖା, ତମ୍ବାଖୁ କୁ ମନା

କଟକ: ଏସସିବି ମେଡିକାଲରେ ଗୁଟଖା, ତମାଖୁକୁ ନା । ବଡ଼ ମେଡିକାଲରେ କର୍ମଚାରୀ, ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଖାଇପାରିବେନି ତମାଖୁ । କେହି ବି ଆଜିଠୁ ମେଡିକାଲ ପରିସରରେ ପାନ ଗୁଟଖା ସେବନ କରିପାରିବେନି । ଏନେଇ ମେଡିକାଲ ପକ୍ଷରୁ ଜାରି ହୋଇଛି ଗାଇଡ଼ ଲାଇନ । ପରିମଳ ଦୃଷ୍ଟିରେ ରଖି ଏସିବିକୁ ଆହୁରି ସୃଦୁଢ଼ କରିବା ପାଇଁ ଏସିବି ମେଡିକାଲ ପକ୍ଷରୁ ଏହି ନିୟମ ଜାରି କରାଯାଇଛି ।

ଆଜି ପ୍ରଥମ ଦିନରେ ପ୍ରଥମଃ ମେଡିକାଲର ପ୍ରତିୱାର୍ଡ, କାଜୁଆଲଟି, ବିଭିନ୍ନ ବିଭାଗର କାର୍ଯ୍ୟରତ କର୍ମଚାରୀ ଓ ରୋଗୀମାନଙ୍କୁ ପାନ ଗୁଟଖା ସେବନ କରିବାରୁ ବାରଣ କରଯାଇଛି । ଆଗାମୀ ଦିନରେ ଏହି ନିୟମ ଉଲ୍ଲଙ୍ଘନ ହେଲେ 200 ଟଙ୍କା ଲେଖାଏଁ ତଣ୍ଡ ଗଣିବା ମଧ୍ୟ ନିୟମରେ ଉଲ୍ଲେଖ ରହିଛି । ବିଶେଷକରି କଟକ ମେଡିକାଲ ବିଶ୍ୱସ୍ତରୀୟ ହେବାକୁ ଥିଲା ବେଳେ ଏହାର କାର୍ଯ୍ୟ ବେଶ କ୍ଷୀପ୍ର ଗତିରେ ଜାରି ରହିଛି ।

ତେବେ ଏହି ବିଶ୍ୱ ସ୍ତରୀୟ ମେଡିକାଲର ପରିମଳ ଦିଗ ଯଦି ଦିନକୁ ଦିନ ନିମ୍ନ ମାନର ହେବ ତେବେ ଲୋକଙ୍କ ଯେଉଁ ଭରସା ଓ ବିଶ୍ୱାସ ରହିଛି ତାହା ଆଗାମୀ ଦିନରେ ଭାଙ୍ଗିବା ସ୍ବାଭାବିକ ବୋଲି କହିଛନ୍ତି ମେଡିକାଲ ପ୍ରଶାସନିକ ଅଧିକାରୀ ଅଭିନାଶ ରାଉତ । ତେଣୁ ଏହି ପଦକ୍ଷେପ ବେଶ ଭଲ ପଦକ୍ଷେପ ଏହାର ପ୍ରଭାବ ନିଶ୍ଚୟ ରୂପେ କଟକ ସମେତ ଏସିବିକୁ ଏକ ନୂତନ ପରିଚୟ ଦେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି ।

କାହିଁକି ନାଁ ବିଗତ ଦିନ ମାନଙ୍କରେ ଅନେକ ବ୍ୟକ୍ତି ବିଶେଷ ପାନ ଛେପ ଏସିବିର ଲିଫ୍ଟ, ବିଭିନ୍ନ ୱାର୍ଡର କାନ୍ଥରେ ଦୃଶ୍ୟମାନ ହେଉଥିଲା । ଏପରିକି ମୁଖ୍ୟ ଫାଟକରେ ମଧ୍ୟ ଗୁଟଖା ଛେପ ପକାଇ ଏସିବିର ସୌନ୍ଦର୍ଯ୍ୟକୁ ହ୍ରାସ ହେଉଥିଲା । ତେଣୁ ଏହି ପଦକ୍ଷେପ ବେଶ ଉଚ୍ଚକୋଟିର । ତେବେ ଏହି ନିୟମ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ପ୍ରତିଦିନ ଏନଫୋର୍ସମେଣ୍ଟ ଜାରି ରହିବ ।

ଏହାଛଡ଼ା ଲୋକମାନେ ମଧ୍ୟ ଏହି ଦିଗରେ ସଚେତନତା ଅବଲମ୍ବନ କଲେ ଏସିବି ମେଡିକାଲର ସୌନ୍ଦଯ୍ୟ ଦ୍ବିଗୁଣିତ ହୋଇପାରିବ । ରାଜ୍ୟ ସରକାର ଏସିବି ମେଡିକାଲକୁ ବିଶ୍ୱ ସ୍ତରୀୟ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଆଉ କିଛି ମାସ ପରେ ଏହି କାର୍ଯ୍ୟ ଶେଷ ହେବ । ଏହାପରେ ଏକ ଏସସିବିର ଦୃଶ୍ୟପଟ ବଦଳିଯିବ । ତେଣୁ ବର୍ତ୍ତମାନ ଠୁ ସଚେତନତା ଅବଲମ୍ବନ କରିବା ଦ୍ୱାରା ଏସିବି ବଡ଼ ମେଡିକାଲର ସୌନ୍ଦର୍ଯ୍ୟ ଆହୁରି ମନୋରମ ହୋଇପାରିବ ।

ଇଟିଭି ଭାରତ, କଟକ

Last Updated : Feb 25, 2023, 6:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.