କଟକ: ହାଇଦାର ଫେରାର ପ୍ରସଙ୍ଗରେ ଏସସିବିର ଜରୁରୀକାଳୀନ ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି । ଅପରେସନ ଓ ବହୁବିଧ ରୋଗରେ ପୀଡିତ ହୋଇ ଏସସିବିରେ ଚିକିତ୍ସା ପାଇଁ ଆଡମିଶନ ହୋଇଥିଲା ହାଇଦର । ବୁର୍ଲାରୁ ମେଡିକାଲରୁ ଏସସିବିକୁ ସ୍ଥାନାନ୍ତର ହୋଇଥିଲା କୁଖ୍ୟାତ ଅପରାଧୀ ହାଇଦର ।
ସେପଟେ, ହାଇଦରକୁ ଏସସିବିକୁ ସ୍ଥାନାନ୍ତର କରାଯାଇଥିବା ନେଇ ପୋଲିସକୁ କୌଣସି ସୂଚନା ଦିଆଯାଇନଥିବା କହିଛନ୍ତି ଏସସିବିର ଜରୁରୀକାଳୀନ । ସେହିପରି ବଡ ମେଡିକାଲରେ ସାଧାରଣ ରୋଗୀଟି ପାଇଁ କ୍ୟାବିନ ମିଳିପାରେ ନାହିଁ ସେଠାରେ ହାଇଦରକୁ 5 ନମ୍ବର କ୍ୟାବିନ ଦିଆଯାଇଥିଲା । ଏଥିପାଇଁ ଖୋଦ ଅପରାଧି ଆବେଦନ କରିଥିବା ଏସସିବି କର୍ତ୍ତୃପକ୍ଷ କହିଛନ୍ତି ।
ସୂଚନାଯୋଗ୍ୟ, ଏପ୍ରିଲ 10 ତାରିଖରେ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ହସ୍ପିଟାଲରୁ ଚମ୍ପଟ ମାରିଥିଲା କୁଖ୍ୟାତ ଅପରାଧି ହାଇଦର । ଏହି ଘଟଣାରେ ହାଇଦର ସହଯୋଗୀ କୁହାଯାଉଥିବା ୟାକୁବକୁ ଗିରଫ କରିନେଇଛି ପୋଲିସ । ତେବେ ୟାକୁବ ବାରମ୍ବାର ହସ୍ପିଟାଲ ଯିବା ସହ ହାଇଦାର ବିରିୟାନୀ ଦେଉଥିବାରୁ ତାକୁ ଗିରଫ କରାଯାଇଛି । ହାଇଦରର ସୁରକ୍ଷାରେ ନିୟୋଜିତ ଥିବା ସୁରକ୍ଷା କର୍ମୀଙ୍କ ମଙ୍ଗଳବାଗ ଥାନାରେ ମାମଲା ରୁଜୁ ପରେ ୟାକୁବକୁ ଗିରଫ କରାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ