ETV Bharat / state

ବେଆଇନ ବାଲି ଚାଲାଣ: 17 ଟ୍ରକ ଜବତ,7 ଲକ୍ଷ ଜରିମାନା ଆଦାୟ

ବେଆଇନ ବାଲି ଚାଲାଣ ବେଳେ 17 ଟି ଟ୍ରକ ଜବତ କଲା କଟକ ସଦର ଥାନା ପୋଲିସ । ବାଲି ମାଫିଆମାନେ ବୟାଳିସ ମୌଜା ଝିଙ୍କିରିଆ ଅଞ୍ଚଳରୁ ବେଆଇନ ଭାବେ ବାଲି ଉଠାଇବା ନେଇ ଖବର ପାଇବା ପରେ କଟକ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଧିକ ପଢନ୍ତୁ...

ବେଆଇନ ବାଲି କାରବାର, 17 ଟ୍ରକ ଜବତ
ବେଆଇନ ବାଲି କାରବାର, 17 ଟ୍ରକ ଜବତ
author img

By

Published : Jul 19, 2021, 6:43 AM IST

କଟକ: ବେଆଇନ ବାଲି ଚାଲାଣ ବେଳେ 17ଟି ଟ୍ରକ ଜବତ କଲା କଟକ ସଦର ଥାନା ପୋଲିସ । ବାଲି ମାଫିଆମାନେ ବୟାଳିସ ମୌଜା ଝିଙ୍କିରିଆ ଅଞ୍ଚଳରୁ ବେଆଇନ ଭାବେ ବାଲି ଉଠାଇବା ନେଇ ଖବର ପାଇବା ପରେ କଟକ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଟ୍ରକ ଗୁଡିକୁ ଜବତ କରିବା ସହ ଟ୍ରକ ମାଲିକଙ୍କ ଠାରୁ 7 ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଆଦାୟ କରାଯାଇଛି । ଏହା ସହିତ ଚାଲାଣକାରୀଙ୍କ ପାଖରେ ଚାଲାଣ ସମ୍ପର୍କିତ ଆବଶ୍ୟକୀୟ କାଗଜପତ୍ର ନଥିବା ମଧ୍ୟ ଜଣାପଡ଼ିଛି ।

ବେଆଇନ ବାଲି କାରବାର, 17 ଟ୍ରକ ଜବତ

ତେବେ ତଦନ୍ତରୁ ତାହା ସ୍ପଷ୍ଟ ହେଲେ ସେ ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। କଟକ ସଦର ଥାନା ଅଞ୍ଚଳରେ ଦୀର୍ଘ ଦିନ ଧରି ବାଲି ମାଫିଆ ସକ୍ରିୟ ରହି ପ୍ରତିଦିନ ହଜାର ହଜାର ଟନ ବାଲି ଚୋରା ଚାଲାଣ କରୁଛନ୍ତି। ଯାହା ଫଳରେ ରାଜ୍ୟ ସରକାରଙ୍କ ବିପୁଳ ପରିମାଣର ରାଜସ୍ୱ ହାନି ମଧ୍ୟ ହେଉଛି ।

କଟକରୁ ପ୍ରଭୁ କଲ୍ଯାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.