ETV Bharat / state

ସିଏମସି କାଉନସିଲ ବୈଠକରେ ହଟ୍ଟଗୋଳ, ସ୍ଥଗିତ ରହିଲା ବୈଠକ - Ruckus During CMC Council Meeting

ସିଏମସି କାଉନସିଲ ବୈଠକରେ ବିରୋଧି କର୍ପୋରେଟରଙ୍କ ହାଇଡ୍ରାମା । ଦ୍ବିତୀୟ ଥର ବୈଠକରେ ଗୃହ ତ୍ୟାଗ କରିଥିଲେ ଶାସକ ଦଳର କର୍ପୋରେଟର । ଅଧିକ ପଢନ୍ତୁ

cuttack municipal corporation council meeting held

author img

By

Published : May 25, 2023, 9:48 AM IST

cuttack municipal corporation council meeting held

କଟକ: କଟକ ମହାନଗର ନିଗମ କାଉନସିଲ ବୈଠକରେ ବିରୋଧି ଦଳ କର୍ପୋରେଟରଙ୍କ ହାଇଡ୍ରାମା । ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଜେପି କର୍ପୋରେଟର ହୋହଲ୍ଲା କରିବାରୁ ସ୍ଥଗିତ ରହିଲା ବୈଠକ । ଫଳରେ କାଉନସିଲର ଗୃହ ଛାଡି ଚାଲିଯାଇଥିଲେ ମେୟର ଏବଂ କମିଶନର । ପୁନଃ ମେୟରଙ୍କ ସହିତ ଆଲୋଚନା ପରେ ଦ୍ବିତୀୟ ଥର ବୈଠକ ଆରମ୍ଭ ହୋଇଥିଲା । ମାତ୍ର ଶାସକ କର୍ପୋରେଟରଙ୍କୁ ବିରୋଧୀ ଦଳର କର୍ପୋରେଟର ମାନେ ଆକ୍ଷେପ ଯୋଗୁଁ କାଉନସିଲ ବୈଠକ ଗୃହ ତ୍ୟାଗ କରିଥିଲେ ଶାସକ ଦଳର କର୍ପୋରେଟର ।

ବୁଧବାର କଟକ ମହାନଗର ନିଗମର ୧୨ ତମ କାଉନସିଲ ବୈଠକ ବସିଥିଲା । ଗୃହ ଆରମ୍ଭରୁ ହୋହଲ୍ଲା କରିଥିଲେ ବିରୋଧି ଦଳ କର୍ପୋର୍ଟର । ବୈଠକ ଆରମ୍ଭରୁ ୱାର୍ଡର ବିଭିନ୍ନ ସମସ୍ୟାକୁ ନେଇ ବିରୋଧୀ ଉଭୟ କଂଗ୍ରେସ ଓ ବିଜେପି କର୍ପୋରେଟର ମାନେ ବିରୋଧ କରିବା ସହ ଗୃହର ତଳେ ବସି ଧାରଣା ଦେଇଥିଲେ । କେବଳ ସେତିକି ନୁହେଁ ମେୟର ଓ କମିଶନରଙ୍କ ବିରୋଧରେ ନାରାବାଜି କରିଥିଲେ । ପଙ୍କ ଉଦ୍ଧାର, ମୋ ୱାର୍ଡ କାର୍ଯ୍ୟକ୍ରମ, ଜେଇ ନିଲମ୍ବନ ପ୍ରସଙ୍ଗ, ବସ୍ତି ସମସ୍ୟା ଆଦିକୁ ନେଇ ନାରାବାଜି ଦେଇଥିଲେ ବିରୋଧୀ କର୍ପୋରେଟର । ମେୟରଙ୍କ ମନମାନି ବିରୋଧରେ ନାରାବାଜି ଦେବାରୁ କମ୍ପି ଉଠିଥିଲା କାଉନସିଲ ଗୃହ । ଏହା ପରେ ଶାସକ ଦଳର କର୍ପୋରେଟର ମାନଙ୍କ ସହ ମୁହାଁମୁହିଁ ହେବା ଭଳି ପରିସ୍ଥିତି ବି ସୃଷ୍ଟି ହୋଇଥିଲା । ତେବେ ବିରୋଧୀ କର୍ପୋରେଟରଙ୍କ ବିନା ଉପସ୍ଥିତିରେ ସମସ୍ତ ବିଲ ପାସ କରି ମେୟର ଓ କମିଶନର ବୈଠକ ଅଧାରୁ ଉଠି ଚାଲିଯାଇଥିଲେ ।

ତେବେ ପୁଣି ଥରେ ମେୟରଙ୍କ ସହ ଆଲୋଚନା ପରେ ଦ୍ୱିତୀୟ ଥର ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଶାସକ କର୍ପୋରେଟରଙ୍କୁ ବିରୋଧୀଙ୍କ ଆକ୍ଷେପ ଯୋଗୁଁ କାଉନସିଲ ବୈଠକ ଛାଡି ଚାଲିଯାଇଥିଲେ ଶାସକ କର୍ପୋରେଟର । ଶାସକ କର୍ପୋରେଟର ଅଭିଯୋଗ କରିଛନ୍ତି ଯେ, ବିରୋଧୀ କର୍ପୋରେଟର ମାନେ କାଉନସିଲ ବୈଠକରେ ଅଜଥାରେ ହଟ୍ଟଗୋଳ କରୁଛନ୍ତି । ପ୍ରସଙ୍ଗ ଉପରେ ଆଲୋଚନା ନକରି ଅଯଥା କଥା ଉଠାଇ ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଏପରିକି କେବଳ ଗଣମାଧ୍ୟମରେ ବାହାରିବା ପାଇଁ ବିରୋଧୀ କର୍ପୋରେଟର ମାନେ ଏପରି କରିଛନ୍ତି ।

ଅନ୍ୟପଟେ ମେୟର କହିଛନ୍ତି ଯେ, ବିରୋଧୀ କର୍ପୋରେଟର କଟକର ବିକାଶରେ ବାଧା ସୃଷ୍ଟି କରୁଛନ୍ତି । ତେଣୁ ସେମାନେ ବିରୋଧ କଲେ ମଧ୍ୟ କଟକର ବିକାଶ କାର୍ଯ୍ୟ ବନ୍ଦ ହେବନାହିଁ । ଆବଶ୍ୟକ ସ୍ଥଳେ ସେମାନଙ୍କ ବିନା ଉପସ୍ଥିତିରେ ସମସ୍ତ ବିଲ ପାରିତ ହେବ ବୋଲି ସିଏମସି ମେୟର ସୁବାସ ସିଂ କହିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.