ETV Bharat / state

ବାଲିଯାତ୍ରା ଦୁର୍ନୀତି ଝଡ଼, କାଉନସିଲ ବୈଠକ ଅଚଳ - baliyatra corruption

CMC Council Meeting: ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ । ବୈଠକକୁ ଅଧାରୁ ବନ୍ଦ କରି ଚାଲିଯାଇଥିଲେ ସିଏମସି ମେୟର ଓ କମିଶନର । ଅଧିକ ପଢନ୍ତୁ

କାଉନସିଲ ବୈଠକ ଅଚଳ
କାଉନସିଲ ବୈଠକ ଅଚଳ
author img

By ETV Bharat Odisha Team

Published : Dec 27, 2023, 9:12 PM IST

କାଉନସିଲ ବୈଠକ ଅଚଳ

କଟକ: ଅଚଳ ହେଲା କାଉନସିଲ ବୈଠକ । ଆଲୋଚନା ଅଧାରୁ ଗୃହ ମୁଲତବୀ କରି ନିଜ କକ୍ଷକୁ ଫେରିଗଲେ ମେୟର ଓ କମିଶନର । ବାଲିଯାତ୍ରା ଦୁର୍ନୀତି ଝଡ଼ ପାଇଁ ସବୁ ଆଲୋଚନା ଫିକା ପଡିଲା । ବୈଠକ ଆରମ୍ଭରୁ ମୁହଁରେ ହସ ଥିବାବେଳେ କିଛି ସମୟ ମଧ୍ୟରେ ପ୍ରଶ୍ନବାଣ ପରେ ମାହୋଲ ବଦଳିଯାଇଥିବା ଦେଖିବାକୁ ମିଳିଥିଲା । ଆକ୍ରୋଶର ଶିକାର ହୋଇଥଲେ ଉଭୟ ମେୟର ଓ କମିଶନର। ପ୍ଲାକାର୍ଡ ଓ ବ୍ୟାନର ଧରି ବିରୋଧୀ ଆରମ୍ଭ କରିଥିଲେ ପ୍ରଶ୍ନବାଣ। ଯାହା ଫଳରେ ବାଲିଯାତ୍ରାରେ ଦୁର୍ନୀତି ପ୍ରସଙ୍ଗକୁ ନେଇ ସିଏମସି କାଉନସିଲ ବୈଠକରେ ଜୋରଦାର ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

ଫଳସ୍ବରୂପ ବୈଠକକୁ ଅଧାରୁ ବନ୍ଦକରି ଚାଲିଯାଇଥିଲେ ସିଏମସି ମେୟର ଓ କମିଶନର । ସୂଚନା ଅନୁସାରେ, ବୈଠକ ଆରମ୍ଭରୁ ସବୁ କିଛି ଠିକ ଭାବେ ଚାଲିଥିଲା। ଓ୍ବାର୍ଡ ଓ୍ବାରି ସମସ୍ୟାଗୁଡ଼ିକ ବାବଦରେ ପ୍ରଥମେ ଆଲୋଚନା କରାଯିବ ବୋଲି ମେୟର କହିଥିଲେ। କିନ୍ତୁ ବିରୋଧୀ ବିଜେପି ଓ କଂଗ୍ରେସ କର୍ପୋରେଟରମାନେ ପ୍ରଥମେ ବାଲିଯାତ୍ରାରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ବିବୃତ୍ତି ଦାବି କରିଥିଲେ । ଏହାପରେ ବିରୋଧୀ କର୍ପୋରେଟରମାନେ ହୋହଲ୍ଲା କରିବାରୁ ଶାସକ ଓ ବିରୋଧୀ କର୍ପୋରଟର ମୁହାଁମୁହିଁ ହୋଇଥିଲେ । ଫଳରେ ବୈଠକ ଅଧାରୁ ବାତିଲ କରି ଉଠିଯାଇଥିଲେ କଟକ ମେୟର, ଡେପୁଟି ମେୟର ଓ କମିଶନର ।

ଏହା ମଧ୍ୟ ପଢନ୍ତୁ...ମେୟର ଚାନ୍ଦା ଆଦାୟ କରି ହଜାର ଦୁଇ ହଜାର ଟଙ୍କା ପାଇ ଖୁସି ହେଉଥିଲେ: ମୋକିମ

ଏହା ମଧ୍ୟ ପଢନ୍ତୁ...ବାଲିଯାତ୍ରା ଦୁର୍ନୀତି; ଯାଞ୍ଚ କମିଟି ଫେଲ ମାରିଛି କହିଲେ ମୋକିମ

ବିରୋଧୀମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଥିବା କହିଛନ୍ତି ମେୟର ସୁବାସ ସିଂ। ମେୟର କହିଛନ୍ତି, ଏଭଳି ପ୍ରସଙ୍ଗ ଭିତ୍ତିହୀନ । ଅର୍ଥହୀନ ପ୍ରସଙ୍ଗ ଉପରେ ବିତର୍କ କରୁଛନ୍ତି। ମୁଁ ନିବେଦନ କରିଥିଲି, ସମସ୍ତେ ଆଲୋଚନାରେ ଅଂଶଗ୍ରହଣ କରନ୍ତୁ । ମତାମତ ରଖନ୍ତୁ । ଆମେ ନିର୍ଯାସ କାଢିବା ଏବଂ ଯେଉଁ କାମକୁ ତ୍ବରାନ୍ବିତ କରିବା କଥା ତାହା ଆମେ କରିଥାନ୍ତୁ । ହେଲେ ସେତିକି କରାଇବାକୁ ଦେଉନାହାନ୍ତି ୩-୪ଜଣ କର୍ପୋରେଟର।" ଅପରପକ୍ଷେ, ବିରୋଧୀମାନେ ଅଭିଯୋଗ କରି କହିଛନ୍ତି, ମହାଦୁର୍ନୀତି ହୋଇଛି । ଯଦି ସତସାହସ ଅଛି କେଉଁ ବାବଦରେ କେତେ ଖର୍ଚ୍ଚ ହୋଇଛି ତା'ର ଉତ୍ତର କଟକବାସୀଙ୍କୁ ଦିଅନ୍ତୁ ମେୟର ।"ବାଲିଯାତ୍ରାରେ ହୋଇଥିବା ମହାଦୁର୍ନୀତିକୁ ଘୋଡାଇବା ପାଇଁ ମେୟର ଏକ ସୁଚିନ୍ତିତ ଯୋଜନା କରିଥିବା କଥା ବିରୋଧୀ କର୍ପୋରେଟମାନେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.