ETV Bharat / state

ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି, ଅଭିଯୋଗ ସତ୍ତ୍ବେ ନିରବ ପ୍ରଶାସନ

author img

By

Published : Aug 7, 2023, 2:32 PM IST

ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଭାପୁର ପଞ୍ଚାୟତରେ ବର୍ଷ ବର୍ଷ ଧରି ଗାଁ ଦାଣ୍ଡରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି । ସମାଧାନ ପାଇଁ ଗ୍ରାମବାସୀଙ୍କ ଅଭିଯୋଗ । ଅଧିକ ପଢନ୍ତୁ

road problem
road problem
ଅଭିଯୋଗ ସତ୍ତ୍ବେ ନିରବ ପ୍ରଶାସନ

ନିଆଳି: ବର୍ଷ ବର୍ଷ ଧରି ଗାଁ ଦାଣ୍ଡରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି । ଫଳରେ ମଶାଙ୍କ ବଂଶ ବୃଦ୍ଧି ସାଙ୍ଗକୁ ପାଣିରେ ଯିବା ଆସିବା କଲେ ଦେହରେ ଫଳି ଯାଉଥିବା ନେଇ ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଭାପୁର ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏନେଇ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି 5T ସଚିବ ପର୍ଯ୍ୟନ୍ତ ଅଭିଯୋଗ ସତ୍ତ୍ବେ କୌଣସି ସମାଧାନ ହୋଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ, ଭାପୁର ପଞ୍ଚୟତ ଅଧିନରେ ରହିଛି ୫, ୬ ଓ ୭ ନମ୍ବର ଓ୍ବାର୍ଡ । ୫ ନମ୍ବର ଓ୍ବାର୍ଡର ଦିଆନିପାଟଣାର ଗ୍ରାମଦାଣ୍ଡରେ ବର୍ଜ୍ୟଜଳ ନିଷ୍କାସିତ ନହୋଇ ଗାଁ ଦାଣ୍ଡରେ ଜମି ରହିଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଉପଯୁକ୍ତ ଡ୍ରେନେଜ୍‌ ବ୍ୟବସ୍ଥା ନଥିବାରୁ ଗ୍ରାମରେ ବର୍ଷସାରା ଏଭଳି ଅବସ୍ଥା ଲାଗି ରହୁଥିବା ନେଇ ଅଭିଯୋଗ ହୋଇଛି । ବର୍ଷାଦିନେ ଏହାର ପରିମାଣ ବୃଦ୍ଧି ପାଉଛି । ତେଣୁ ଏହି ପ୍ରଦୂଷିତ ଜଳରେ ସର୍ବଦା ମଶା, ମାଛିଙ୍କର ବଂଶବୃଦ୍ଧି ସହ ଦୁର୍ଗନ୍ଧ ସୃଷ୍ଟି ହେଉଛି । ଉକ୍ତ ରାସ୍ତାଦେଇ ଯାତାୟାତ କରୁଥିବା ଲୋକେ ହଇରାଣ ହେଉଛନ୍ତି । ସେହିପରି ଆଣ୍ଠୁଏ ଉଚ୍ଚରେ ପାଣି ଜମିବା କାରଣରୁ ଏହି ପାଣିରେ ଯିବା ଆସିବା କରିବା ଦ୍ବାରା ହାତଗୋଡ଼ ଫଳି ଯାଉଥିବା ବେଳେ ମଶାଙ୍କ ଯୋଗୁଁ ଡେଙ୍ଗୁ ବ୍ୟାପୁଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ପୁରୀ ମୁଖ୍ୟ କେନାଲରେ ଘାଇ, ବାଳକାଟି ଜଳମଗ୍ନ

୫ ନମ୍ବର ଓ୍ବାର୍ଡ ଦିଆନିପାଟଣା ଦେଇ ୬ ଓ ୭ ନମ୍ବର ଓ୍ବାର୍ଡ ଉପରେ ଜନସାଧାରଣ ନିର୍ଭର କରିଥାନ୍ତି । ତେଣୁ ଏହି ସବୁ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କ ସହ ପୂର୍ବତନ ସରପଞ୍ଚ ବିଧାୟକ ଅରବିନ୍ଦ ଢ଼ାଲି ଓ ୫ଟି ସଚିବଙ୍କୁ ଜଣାଇ ସାରିଛନ୍ତି । କିନ୍ତୁ ଅଦ୍ୟାବଧି ଗାଁ ଦାଣ୍ଡର ସମସ୍ୟା ସମାଧାନ ହୋଇପାରୁନାହିଁ । ଫଳରେ ବାଲିପାଟଣା ବ୍ଲକ ଭାପୁର ପଞ୍ଚାୟତର ୫, ୬ ଓ ୭ ନମ୍ବର ଓ୍ବାର୍ଡର ଜନସାଧାରଣ ଅସନ୍ତୋଷ ପ୍ରକାଶ କରିବା ସହିତ ଗଣମାଧ୍ୟମର ସାହାରା ନେଇଛନ୍ତି । ଅନ୍ୟପଟେ ଏହି ଗାଁ ଦାଣ୍ତ ପାଇଁ ଟଙ୍କା ଆସିଥିଲା । କିନ୍ତୁ ଭାପୁର ପଞ୍ଚାୟତ ସରପଞ୍ଚ ଏହି ଟଙ୍କା ଅନ୍ୟ ଆଡେ ଖର୍ଚ୍ଚ କରିଦଇଥିବା ଅଭିଯୋଗ ହୋଇଛି । ତେବେ ଭାପୁର ପଞ୍ଚାୟତର ଏହି ତିନୋଟି ଓ୍ବାର୍ଡର ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.