ETV Bharat / state

ମଉଳିଗଲା ଦୁର୍ଗାପୂଜା ସ୍ବପ୍ନ, କୋରୋନା କଟକଣାରେ ନିରାଶ ରିକ୍ସା ଚାଳକ - Rickshaw business is slow down

କୋଭିଡ କଟକଣା ମଧ୍ୟରେ ମଣ୍ଡପରେ ଚାଲିଛି ମା' ଜଗଦ ଜନନୀଙ୍କ ପୂଜାର୍ଚ୍ଚନା । ଆଉ ମା'ଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ବୁଲାଇ ନେବାକୁ ଯେଉଁ ବାଉନ ବଜାର ତେପନ ଗଳିରେ ରିକ୍ସା ଚାଳକଙ୍କ ଗହଳି ଲାଗୁଥିଲା ଆଜି ତାହା ଖାଁ ଖାଁ ।

Rickshaw business is slow down
ପୂଜା ବଜାରରେ ଫିକା ରିକ୍ସା
author img

By

Published : Oct 25, 2020, 10:46 PM IST

କଟକ: ଆରମ୍ଭ ହୋଇଛି ପାର୍ବଣ ଋତୁ । ହେଲେ ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ କୋଭିଡ ସଂକ୍ରମଣ ରୋକିବା ପାଇଁ ପ୍ରତ୍ୟକ ମଣ୍ଡପ ଆଗରେ ଲାଗିଛି ପରଦା ଓ ସଟର । କାହିଁକି ନା ଲୋକମାନଙ୍କ ଗହଳି ହେବେନି ଓ କୋରନା ସଂକ୍ରମଣ ବୃଦ୍ଧି ପାଇବାର ମଧ୍ୟ ରୋକ ଲାଗିବ । ତେବେ ଏହାରି ଭିତରେ ନିରାଶ ହୋଇଛନ୍ତି ରିକ୍ସା ଚାଳକ ।

ଦିନ ଥିଲା କଟକରେ ଦଶହରା ସମୟରେ ରିକ୍ସା ଚାହିଦା ବେଶ ଅଧିକ ରହିଥିଲା। ଯେଉଁମାନେ ଦୂର ଦୁରାନ୍ତରୁ କଟକ ଦୁର୍ଗାଅପୂଜା ଦେଖିବା ପାଇଁ ଆସନ୍ତି ,ସେମାନଙ୍କୁ ରିକ୍ସା ହିଁ ଏକମାତ୍ର ସାହା ହୋଇଥାଏ । ବାଉନ ବଜାର ତେପନ ଗଳିରେ ବଡ଼ଗାଡି ପଶିବା ଅସମ୍ଭବ ହୋଇଥିଲା ବେଳେ, ରିକ୍ସା ଖୁବ କମ ସମୟରେ ପହଁଚିଥାଏ। ବିଭିନ୍ନ ମଣ୍ଡପ ବୁଲି ଲୋକମାନେ ମାଙ୍କ ଦର୍ଶନ କରିଥାନ୍ତି । ହେଲେ ଚଳିତବର୍ଷ ସବୁକିଛି ଉଜାଡ଼ି ଦେଇଛି କୋରୋନା ।

ପୂଜା ବଜାରରେ ଫିକା ରିକ୍ସା

ବିଗତ 6 ମାସରୁ ଉର୍ଦ୍ଧ୍ବ ସମୟ ହେବ ହାତ ଗୋଡ଼ ବାନ୍ଧି ବସିଛନ୍ତି ରିକ୍ସା ଚାଳକ । ଏହି ଦୁର୍ଗା ପୂଜା ସମୟରେ ବେଶ ଦୁଇ ପଇସା ଆୟ ହେବାକୁ ଲକ୍ଷ୍ୟ ରଖିଥିଲା ବେଳେ କୋଭିଡ ନିୟମ କରି ଦେଇଛି ସବୁ କିଛି ଉଲଟ ପାଲଟ । ମଣ୍ଡପରେ ଲାଗିଛି ପରଦା। ସାଧାରଣ ଲୋକ ଦର୍ଶନ କରିବାକୁ ହେଉଛନ୍ତି ବଞ୍ଚିତ। ତେବେ ଏହାରି ଭିତରରେ ରିକ୍ସା ଚାଳକଙ୍କ ସ୍ବପ୍ନ ରହିଗଲା ଅଧୁରା।

କଟକରେ ରିକ୍ସାରେ ବସି ଦୁର୍ଗାଅପୂଜା ଦେଖିବା ଏକ ନିଆରା ଅନୁଭୁତି । ଯାହା ପ୍ରତିବର୍ଷ ଦୃଷ୍ଟିଗୋଚର ହୋଇଥାଏ । ହେଲେ ଏହିବର୍ଷ କୋରୋନା ଭୟରେ ମଣ୍ଡପ ନିକଟକୁ ମଧ୍ୟ ଆସୁନାହାନ୍ତି ଭକ୍ତ। ଏପଟେ ରାଜ୍ୟ ସରକାରଙ୍କ ଆଗତ କୋଭିଡ ଗାଇଡ଼ଲାଇନ ବେଶ କଡାକଡି । ତେବେ ମଣ୍ଡପ ଆଗକୁ ଯିବାର ତ ଦୂରର କଥା ରିକ୍ସାରେ ବସିବାକୁ କିଏ ପଚାରେ ବୋଲି କହିଛନ୍ତି ଦେଖେଣାହାରି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.