ETV Bharat / state

ଚର୍ଚ୍ଚାରେ ଜୈବିକ ଚାଷୀ ନଟବର: ସଂଗ୍ରହ କରିଛନ୍ତି ୭୦୦ରୁ ଊର୍ଦ୍ଧ୍ବ ଦେଶୀ ବିହନ, ରାଜ୍ୟ ବାହାରକୁ ହେଉଛି ପ୍ରେରଣ - ନିଆଳି ନଟବର ଷଡଙ୍ଗୀ

ନିଆଳି ନରିଶୋ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ନଟବର ଷଡଙ୍ଗୀ । ୩୦ ବର୍ଷର ଶିକ୍ଷକତା ପରେ ସାଜିଛନ୍ତି ଜୈବିକ ଚାଷୀ । ୨୫ ବର୍ଷ ହେଲାଣି ଦେଶର କୋଣଅନୁକୋଣରୁ ୭୦୦ କିସମର ବିହନ ସଂଗ୍ରହ କରିଥିବାବେଳେ ଜୈବିକ ଚାଷ ପାଇଁ ଚାଷୀଙ୍କୁ ଦେଉଛନ୍ତି ତାଲିମ୍ । ଅଧିକ ପଢନ୍ତୁ

ଅବସରପ୍ରାପ୍ତ ଶିକ୍ଷକରୁ ଜୈବିକ ଚାଷୀ ନଟବର
ଅବସରପ୍ରାପ୍ତ ଶିକ୍ଷକରୁ ଜୈବିକ ଚାଷୀ ନଟବର
author img

By

Published : Jan 4, 2022, 5:43 PM IST

ନିଆଳି: ଦୃଢ ମନୋବଳ ଏବଂ କାର୍ଯ୍ୟ ଦକ୍ଷତା ଆଗରେ ହାର୍ ମାନିଛି ବୟସ । ବୟସର ଅପରାହ୍ନରେ କୃଷକ ତଥା ସମାଜ ପାଇଁ ଉଦାହରଣ ସାଜିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ନରିଶୋ ଗାଁର ଅବସରପ୍ରାପ୍ତ ଶିକ୍ଷକ ନଟବର ଷଡଙ୍ଗୀ । ୩୦ ବର୍ଷର ଶିକ୍ଷକତା ପରେ ସେ ଜୀବନର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ୧୯୯୬ ମସିହାରୁ ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ସେ ୭ ଶହ ପ୍ରକାର ଦେଶୀ ବିହନ ସଂଗ୍ରହ କରିଛନ୍ତି । ଜୈବିକ ପଦ୍ଧତିରେ ଧାନ ଚାଷ କରିବା ସହ ଚାଷୀଙ୍କୁ ତାଲିମ୍ ଦେଉଛନ୍ତି । କେବଳ ବିହନ ସଂଗ୍ରହ ନୁହେଁ, କିପରି ଜୈବିକ ପଦ୍ଧତିରେ ଅଧିକରୁ ଅଧିକ ଫସଲ ଅମଳ ହୋଇପାରିବ ସେନେଇ ୨୫ ବର୍ଷ ହେଲା ଅହରହ ସଂଗ୍ରାମ ଜାରି ରଖିଛନ୍ତି ନଟବର ।

ଅବସରପ୍ରାପ୍ତ ଶିକ୍ଷକରୁ ଜୈବିକ ଚାଷୀ ନଟବର

୩୦ ବର୍ଷ କାଳ ଶିକ୍ଷକତା କରିବା ପରେ ୧୯୯୪ ମସିହାରେ ପ୍ରଥମେ ନିଜ ଜମିରେ ଜୈବିକ ଚାଷ ଆରମ୍ଭ କରିଥିଲେ ନଟବର ଷଡଙ୍ଗୀ । ଏଥିପାଇଁ ବିଭିନ୍ନ ରାଜ୍ୟ ବୁଲି ବିହନ ସଂଗ୍ରହ କଲେ । ବିହନ ସଂଗ୍ରହ କରୁ କରୁ ପୁରାତନ କୃଷି ସରଞ୍ଜାମ ଓ ନାନା ଗ୍ରାମୀଣ ସାମଗ୍ରୀ ସଂଗ୍ରହ କରିବା ତାଙ୍କ ନିଶାରେ ପଡିଗଲା । ସାରା ଭାରତବର୍ଷରୁ ୭୦୦ ରୁ ଅଧିକ ଦେଶୀ ବିହନ ସଂଗ୍ରହ କରିବା ପରେ 'ରାଜେନ୍ଦ୍ର ଦେଶୀ ଧାନ ଗବେଷଣା' ନାମରେ କେନ୍ଦ୍ରଟିଏ ନିର୍ମାଣ କଲେ । ଗବେଷଣା କେନ୍ଦ୍ର ସାଙ୍ଗକୁ ସେ ଏକ ସଂଗ୍ରହାଳୟ ଏବଂ ପାଠାଗାର ମଧ୍ୟ ତିଆରି କରିଛନ୍ତି । ଯେଉଁଠି ନାନା ପ୍ରକାର ବିହନ ସାଙ୍ଗକୁ, ବିଭିନ୍ନ ତେଲ, ମୃତ୍ତିକା, ହଳ, ଲଙ୍ଗଳ, ପୁରୁଣା ମୁଦ୍ରା, କୃଷି ଜାତୀୟ ଦ୍ରବ୍ୟ, ବିଭିନ୍ନ କାଠ ଏବଂ ଦେଶବିଦେଶକୁ ନାନା କୃଷି ସମ୍ବନ୍ଧୀୟ ପୁସ୍ତକ ଆଣି ସାଇତି ରହିଛନ୍ତି ।

ନଟବର ଓଡ଼ିଶା, ପଶ୍ଚିମବଙ୍ଗର, ଛତିଶଗଡ଼, ଆନ୍ଧ୍ର, ତାମିଲନାଡୁ,କେରଳ, କର୍ଣ୍ଣାଟକ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ଆସାମ, ପଞ୍ଜାବ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ ଭଳି ରାଜ୍ୟରୁ ଦେଶୀ ଧାନ ସଂଗ୍ରହ କରିପାରିଛନ୍ତି । ମିରିଗିଶିଆଳି, ରାଜବଲ୍ଲବ, ଭୂତିଆ, ଚମ୍ପା, ରତ୍ନଚୁଡି, ମଇପାଲ, ବାଲାମ, ବ୍ରଜକେଶରୀ, ଶାଳଫୁଲ, ଗୋବିନ୍ଦ ଭୋଗ, କଳାଜିରା, ଶୋଲରି, ତୁଳସିଭୋଗ, ସିଆର ୧୦୧୪, ସିଆର ୧୨୪୨, ସିଆର ୧୪୨ କିସର ଦେଶୀ ଧାନ ପ୍ରଭୃତି ଅନ୍ତର୍ଭୁକ୍ତ । ନଟବରଙ୍କ କହିବା କଥା କଳାଜିରା ଧାନ ବିହନକୁ ଜୈବିକ ପଦ୍ଧତିରେ ଚାଷ କଲେ ଏକ ଏକରରେ ୩୫ କ୍ବିଇଣ୍ଟାଲ ଧାନ ଅମଳ ହୋଇଥାଏ ।

ଏଥିସହ ତିଆରି କରିଥିବା ଗବେଷଣା କେନ୍ଦ୍ରରେ ସେ ଚାଷୀଙ୍କୁ ଜୈବିନ ପଦ୍ଧତିରେ ଚାଷ କରିବାର ତାଲିମ୍ ମଧ୍ୟ ଦେଉଛନ୍ତି । ଏବେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୩ ହଜାର ଚାଷୀ ତାଙ୍କଠୁ ଦେଶୀ ବିହନ ନେଇ ଚାଷ କରୁଥିବା କୁହନ୍ତି ନଟବର । ସରକାରଙ୍କ ପକ୍ଷରୁ ମଧ୍ୟ ତାଙ୍କ ଗବେଷଣା କେନ୍ଦ୍ରକୁ ସ୍ବୀକୃତି ମିଳିବା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଛି ।

ବୟସର ଅପରାହ୍ନରେ କୃଷିକ୍ଷେତ୍ରରେ ଏଭଳି ମହତ୍ ଅବଦାନ ପାଇଁ ନଟବର ଷଡଙ୍ଗୀକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯିବ ସଙ୍ଗେ ସଙ୍ଗେ ନାନା ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.