ETV Bharat / state

ସିଲଭର ସିଟିରୁ ଉଠିଯିବ 150 ବର୍ଷ ପୁରୁଣା ମାଲଗୋଦାମ, କ୍ଷତି ସହିବା ଆଶଙ୍କାରେ ଖୁଚୁରା ବେପାରୀ !

ସିଲିଭର ସିଟି କଟକରେ ଥିବା 150 ବର୍ଷ ପୁରୁଣା ମାଲଗୋଦାମକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ମାଲଗୋଦାମର 100 ବଡ଼ ଦୋକାନକୁ ଅନ୍ୟ ସ୍ଥାନକୁ ନେବାକୁ ଯୋଜନା ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 10, 2023, 4:07 PM IST

cuttack malgodown may shift soon
ସିଲଭର ସିଟିରୁ ଉଠିଯିବ 150 ବର୍ଷ ପୁରୁଣା ମାଲଗୋଦାମ

କଟକ: ସିଲିଭର ସିଟିର ଛାତିରେ ଛିଡା ହୋଇଥିବା 150 ବର୍ଷ ପୁରୁଣା ମାଲଗୋଦାମର ଠିକାଣା ଏବେ ବଦଳିବାକୁ ଯାଉଛି । ରାଜ୍ୟର ସବୁଠାରୁ ପୁରୁଣା ବ୍ୟବସାୟିକ ପ୍ରତିଷ୍ଠାନ ସ୍ଥାନାନ୍ତରିତ ହେବ । ୧୫୦ ବର୍ଷ ତଳେ ଗଢ଼ିଉଠିଥିବା ବ୍ୟାବସାୟିକ ପ୍ରତିଷ୍ଠାନ ସ୍ଥାନାନ୍ତରିତ ପାଇଁ ନିଷ୍ପତ୍ତି ନେଇଛି ଚାମ୍ବର ଅଫ କମର୍ସ । ଯାନବାହାନ ଚଳାଚଳ, ବ୍ୟବସାୟୀଙ୍କ ସଂଖ୍ୟା ବୃଦ୍ଧି ଭଳି ବିଭିନ୍ନ ସମସ୍ୟା ଘେରରେ ରହିଥିବା ଏହି ପୁରାତନ ବ୍ୟାବସାୟିକ ପ୍ରତିଷ୍ଠାନକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିଷ୍ପତି ଗ୍ରହଣ କରିଛି ବ୍ୟବସାୟୀ ସଂଘ । ଫୁଲନଖରାରୁ ମଙ୍ଗୁଳି ମଧ୍ୟରେ ଜାତୀୟ ରାଜପଥ ପାର୍ଶ୍ବକୁ ସ୍ଥାନାନ୍ତର ପାଇଁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । ନୂଆ ମାଲଗୋଦାମ ପାଇଁ 100 ଏକର ଜାଗାର ଆବଶ୍ୟକତା ଥିବା ବେଳେ ଆସନ୍ତା ସପ୍ତାହ ସୁଦ୍ଧା ଏନେଇ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯିବ ବୋଲି କହିଛି ବ୍ୟବସାୟୀ ସଂଘ ।

ଦିନକୁ ଦିନ ଜନସଂଖ୍ଯା ବଢୁଛି ବ୍ୟବସାୟୀଙ୍କ ସଂଖ୍ୟା ବି ବଢ଼ୁଛି ହେଲେ ମାଲଗୋଦାମର ସ୍ଥିତି ବଦଳି ନାହିଁ । ମାଳମାଳ ସମସ୍ୟା ଘେରରେ ରହିଛି ମାଲଗୋଦାମ । ଏବେ ମାଲଗୋଦାମକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ନିଷ୍ପତ୍ତି ହୋଇଛି । ଏ ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । କଟକରୁ ମଙ୍ଗୁଳି କିମ୍ବା ଫୁଲନଖରା ଭିତରେ ଜାତୀୟ ରାଜପଥ ପାର୍ଶ୍ବରେ ମାଲଗୋଦାମ ପାଇଁ ଜମି ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି ବ୍ୟବସାୟୀ ସଂଘ । ଏଥିପାଇଁ ପ୍ରାୟ ୧୦୦ ଏକର ଜମିର ଆବଶ୍ୟକତା ରହିଥିବା ବେଳେ ଏହି ଜମି ପ୍ରଦାନ କରିବା ପାଇଁ ଆସନ୍ତା ସପ୍ତାହରେ ରାଜ୍ୟ ସରକାରଙ୍କୁ ନିବେଦନ କରାଯିବ ବୋଲି ମାଲଗୋଦାମ ଚାମ୍ବର ଅଫ କମର୍ସ ନିଷ୍ପତି କରିଛି ।

୨୦୦ଟି ଛୋଟ ଗୋଦାମ ଏବଂ ୧୦୦ ବଡ଼ ଗୋଦାମ ସ୍ଥାନାନ୍ତରିତ ହେବ ଏବଂ ଖୁଚୁରା ବ୍ୟବସାୟୀମାନେ ମାଲଗୋଦାମରେ ରହିବେ ବୋଲି ଯୋଜନା ପ୍ରସ୍ତୁତ କରିଛି ସଂଘ । ଯେଉଁ ଠାରେ କି ଗମନାଗମନଠାରୁ ଆରମ୍ଭ କରି ପରିମଳ, ପାର୍କିଂ, ରେଷ୍ଟୁରାଣ୍ଟ, ଶ୍ରମିକଙ୍କ ପାଇଁ ବିଶ୍ରାମ ପ୍ରକୋଷ୍ଠ, ଶୌଚାଳୟ, ବ୍ୟାଙ୍କ ଓ ପୋଲିସ ଫାଣ୍ଡି ଇତ୍ୟାଦି ରଖିବା ପାଇଁ ସରକାରଙ୍କୁ ନିବେଦନ କରାଯିବ । ଏହା ବ୍ୟତୀତ ଧାନ, ବିରି, ମୁଗ, କୋଳଥ, ବାଦାମ ଚାଷୀଙ୍କ ପାଇଁ ମଣ୍ଡି ବ୍ୟବସ୍ଥା କରି ଚାଷୀ ଯେମିତି ସିଧାସଳଖ ମାଲ୍ ଏଠାରେ ବିକ୍ରି କରିପାରିବେ ସେନେଇ ବ୍ୟବସାୟୀ ସଂଘ ଏ ପ୍ରକାର ରୂପରେଖ ପ୍ରସ୍ତୁତ କରିଥିବା ସାରିଥିବା କହିଛି । ତେବେ ବଡ଼ ଗୋଦାମ ସ୍ଥାନାନ୍ତରଣ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଖୁଚୁରା ବ୍ୟବସାୟୀ ।

ଏହା ବି ପଢନ୍ତୁ...ଆସୁଛି ଦୁର୍ଗା ପୂଜା: ଅଧାପନ୍ତରା ପଡି ରହିଛି ନିର୍ମାଣ କାର୍ଯ୍ୟ, କ୍ଷୋଭ ଝାଡିଲେ କର୍ପୋରେଟର

ନଅଙ୍କ ଦୁର୍ଭିକ୍ଷ ପରେ ପରେ କଟକରେ ସ୍ଥାପିତ ହୋଇଥିଲା ଏହି ବ୍ୟବସାୟିକ ପ୍ରତିଷ୍ଠାନ । ସେବେ ଆଉ ଏବେରେ ଅନେକ ପରିବର୍ତ୍ତନ ହୋଇଯାଇଛି । ବ୍ୟବସାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଭିଡ଼ ବି ବଢ଼ୁଛି । ଏପରିକି ମାଲଗୋଦାମରେ ଏବେ ଅଣନିଶ୍ବାସୀ ଭଳି ପରିବେଶ ସୃଷ୍ଟି ହୋଇଛି । କଟକ ଦେଇ ଯାଇଥିବା ମୁଖ୍ୟ ରେଳଲାଇନ କଡ଼ରେ ପ୍ରାୟ ୬୦ ଏକର ଜମିରେ ସ୍ଥାପନ କରାଯାଇଥିବା ଏହି ବ୍ୟବସାୟିକ ପ୍ରତିଷ୍ଠାନରେ ଆରମ୍ଭରୁ ହାତ ଗଣତି ଗୋଦାମ ଓ ଦୋକାନ ଥିଲା । ମାତ୍ର ଏବେ ଗୋଦାମ ଓ ଖୁଚୁରା ଦୋକାନକୁ ମିଶାଇ ପ୍ରାୟ ୭୮୦ରେ ପହଞ୍ଚିଲାଣି । ଦୈନିକ ପ୍ରାୟ ୨୦ କୋଟି ଟଙ୍କାର କାରବାର ହେଉଛି । ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ମିଶାଇ ଦୈନିକ ପ୍ରାୟ ୪ ହଜାର ଲୋକଙ୍କ ଚଳପ୍ରଚଳ ହେଉଛି ।

ରାଜ୍ୟ ବାହାରୁ ଦୈନିକ ୫୦ରୁ ୬୦ଟି ଟ୍ରକ ବିଭିନ୍ନ ସାମଗ୍ରୀ ନେଇ ମାଲଗୋଦାମକୁ ଆସୁଛି । ଏହା ବ୍ୟତୀତ ଓଡ଼ିଶାରୁ ପ୍ରାୟ ୧୫୦ ଗାଡ଼ି ମାଲଗୋଦାମ ଭିତରକୁ ପ୍ରବେଶ କରୁଛି । ମାଲଗୋଦାମର କଳେବରର ଦୂରରେ ଥାଉଥାଉ ସମସ୍ୟା ବଢି ବଢି ଚାଲିଛି । ଏହା ବ୍ୟତୀତ ବର୍ଷା ହେଲେ ଏଠାରେ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହେଉଥିବା ବେଳେ ପ୍ରତି ଅସରା ବର୍ଷାରେ ୮ରୁ ୧୦ ଲକ୍ଷ ଟଙ୍କାର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ନଷ୍ଟ ହେଉଛି । ତେବେ ମାଲଗୋଦାମରୁ ବଡ଼ ବଡ଼ ଗୋଦାମ ଓ ବ୍ୟବସାୟୀ ସ୍ଥାନନ୍ତରିତ ହେଲେ ଛୋଟ ବ୍ୟବସାୟୀମାନେ ପ୍ରଭାବିତ ହେବେ ବୋଲି ଆଶାଙ୍କା କରିଛନ୍ତି । ତେବେ ସରକାର ଏନେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।

ଇଟିିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.