ETV Bharat / state

ଭୋଗ ଦୋକାନ ନିଲାମଧାରୀଙ୍କୁ ସୁଧ ସହ ଟଙ୍କା ଫେରାଇବାକୁ ହାଇକୋର୍ଟରେ ପ୍ରାର୍ଥନା

ମା' ବିରଜାଙ୍କ ମନ୍ଦିର ପରିସର ମଧ୍ୟରେ ଥିବା ଦୁଇଟି ଅମଣିଆ ଭୋଗ ଦୋକାନ ଓ ଗୋଟିଏ ଦୀପ କର୍ପୂର ଦୋକାନ ନିଲାମ କରାଯାଇଥିଲା । ନିଲାମଧାରୀ କ୍ଷତି ସହି ଥିବାରୁ ସେମାନଙ୍କ ଟଙ୍କା ସୁଧ ସହ ଫେରସ୍ତ କରିବାକୁ ହାଇକୋର୍ଟରେ ପାର୍ଥନା ହୋଇଛି। ଅଧିକ ପଢନ୍ତୁ...

author img

By

Published : Sep 2, 2020, 5:42 PM IST

ଭୋଗ ଦୋକାନ ନିଲାମଧାରୀଙ୍କୁ ସୁଧ ସହ ଟଙ୍କା ଫେରାଇବାକୁ ହାଇକୋର୍ଟରେ ପାର୍ଥନା

କଟକ: ମା' ବିରଜାଙ୍କ ମନ୍ଦିର ପରିସରରେ ଥିବା ଦୁଇଟି ଅମନିଆ ଭୋଗ ଦୋକାନ ଓ ଗୋଟିଏ ଦୀପ କର୍ପୂର ଦୋକାନ ୬ ମାସ ଧରି ବନ୍ଦ ରହିଥିବା ବେଳେ, ନିଲାମଧାରୀଙ୍କୁ ସେମାନଙ୍କ ଟଙ୍କା ସୁଧ ସହ ଫେରାଇବାକୁ ହାଇକୋର୍ଟରେ ପାର୍ଥନା ହୋଇଛି। ଆଗତ ଏହି ମାମଲାରେ ୪ ସପ୍ତାହ ମଧ୍ୟରେ ସେମାନଙ୍କ ଆପତ୍ତି ଶୁଣିବାକୁ ଦେବୋତ୍ତର କମିଶନର ଓ ମା' ବିରଜା ପରିଚାଳନା ଟ୍ରଷ୍ଟ ବୋର୍ଡକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋରୋନା ପାଇଁ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିବାବେଳେ, ଯାଜପୁରର ଅଧିଷ୍ଠାତି ଦେବୀ ମା' ବିରଜାଙ୍କ ମନ୍ଦିର ମଧ୍ୟ ବନ୍ଦ ହୋଇ ରହିଛି । ଗତ ମାର୍ଚ୍ଚ ୧୩ ତାରିଖରେ ବିରଜା ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିର ପରିସରରେ ଥିବା ଦୁଇଟି ଅମଣିଆ ଭୋଗ ଦୋକାନ ଓ ଗୋଟିଏ ଦୀପ କର୍ପୂର ଦୋକାନ ନିଲାମ କରାଯାଇଥିଲା। ଭବାନୀ ଶଙ୍କର ବେଦୀ ଓ ଅନ୍ୟ ଦୁଇଜଣ ବ୍ୟକ୍ତି ଏହି ନିଲାମ ନେଇଥିଲେ ତିନି ଜଣ ବ୍ୟକ୍ତି ପ୍ରାୟ ୬୦ ଲକ୍ଷ ଟଙ୍କାର ନିଲାମ ଧରିଥିଲେ। ନିଲାମଧାରୀଙ୍କୁ ଟ୍ରଷ୍ଟ ବୋର୍ଡ ଦୋକାନ ଘର ହସ୍ତାନ୍ତର କରିନଥିବାବେଳେ, ମାର୍ଚ୍ଚ ୧୯ ତାରିଖରୁ କୋରୋନା ପାଇଁ ମନ୍ଦିର ବନ୍ଦ ହୋଇ ରହିଯାଇଛି ।

ନିଲାମଧାରୀ କ୍ଷତି ସହି ଥିବାରୁ ସେମାନଙ୍କ ଟଙ୍କା ସୁଧ ସହ ଫେରସ୍ତ କରିବାକୁ ବିରଜା ପରିଚାଳନା ଟ୍ରଷ୍ଟ ବୋର୍ଡ, ଦେବୋତ୍ତର କମିଶନର ଓ ରାଜ୍ୟ ଆଇନ ସଚିବଙ୍କୁ ଚିଠି ଲେଖିଥିଲେ। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ତିନି ଜଣ ନିଲାମଧାରୀ ଟଙ୍କା ଫେରସ୍ତ ପାଇଁ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କ ଆପତ୍ତି ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ସମାଧାନ କରିବାକୁ ଦେବୋତ୍ତର କମିଶନର ଓ ମା' ବିରଜା ପରିଚାଳନା ଟ୍ରଷ୍ଟ ବୋର୍ଡ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.