ETV Bharat / state

କାଲି ହେବ ବିଶୃଙ୍ଖଳା ପାଇଁ ବାତିଲ ଥିବା ନିର୍ବାଚନ - ନିଆଳିରେ ହେବ ପୁନଃ ନିର୍ବାଚନ

ବିଶୃଙ୍ଖଳା ପାଇଁ ବାତିଲ ହୋଇଥିବା ମତଦାନ ଶୁକ୍ରବାର ସାନି ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ବିଶୃଙ୍ଖଳା ପାଇଁ ବାତିଲ ଥିବା ନିର୍ବାଚନ ଶୁକ୍ରବାର ହେବ

author img

By

Published : Feb 24, 2022, 10:29 PM IST

ନିଆଳି: ଶେଷ ହୋଇଛି ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । କଟକ ଜିଲ୍ଲା ନିଆଳି ବ୍ଳକର ୨୩ଟି ଗ୍ରାମ ପଞ୍ଚାୟତ ପାଇଁ ୪୭୨ଟି ବୁଥରେ ମତଦାନ ହୋଇଛି । କେତେକ ସ୍ଥାନରେ ବାଦ, ବିବାଦ, ଗଣ୍ତଗୋଳ ଓ ମତଦାନ ସମୟରେ ବଳ ପୂର୍ବକୁ ନେଇ ଗୋଷ୍ଠୀ ବିବାଦକୁ ନେଇ ବାତିଲ ହୋଇଥିଲା ନିର୍ବାଚନ । ଆସନ୍ତାକାଲି ଏସବୁ ସ୍ଥାନରେ ସାନି ମତଦାନ ହେବ ।

ତେବେ ଆଜି ନିଆଳି ବ୍ଳକର ବିଭିନ୍ନ ବୁଥରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏପରିକି କିଛି ପଞ୍ଚାୟତରେ ଭୋଟ ବାକ୍ସ ପାଣିକୁ ଫିଙ୍ଗି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ । ଫଳରେ ଏସବୁ ସ୍ଥାନରେ ମତଦାନ ବନ୍ଦ ରହିଥିଲା । ଆସନ୍ତାକାଲି(ଶୁକ୍ରବାର) ବାତିଲ ହୋଇଥିବା ମତଦାନ ପୁର୍ନବାର ଅନୁଷ୍ଠିତ ହେବ । ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେଗୁଡିକ ହେଲା ପୋଖରୀ ଗାଁ ପଞ୍ଚାୟତର ୧୨ଟି ଅଲଣା ଓ ବିଳାଶୁଣି ପଞ୍ଚାୟତରେ ଗୋଟିଏ ଲେଖାଏଁ ବୁଥରେ

ପୋଖରୀ ଗାଁ ପଞ୍ଚାୟତରେ ୧, ୭, ୮, ୧୧, ୧୨, ୧୩, ୧୪, ୧୫, ୧୬, ୧୭, ୧୮ ଓ ୧୯ ରେ ସାନି ମତଦାନ ହେବାକୁ ଥିବାବେଳେ ଅଲଣା ପଞ୍ଚାୟତର ୧୨ ଓ ବିଳାଶୁଣୀ ପଞ୍ଚାୟତର ୧୪ ନଂ ୱାର୍ଡରେ ସାନି ମତଦାନ ହେବ ।ସକାଳ ୧୦ ରୁ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିବ ମତଦାନ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.