ETV Bharat / state

ବଲିଓଡ ଓ ଓଲିଉଡଙ୍କ ଗୀତରେ ଜମିବ ବାଲିଯାତ୍ରା - ବାଲିଯାତ୍ରାରେ ଝଲସିବ କଟକ

ଚଳିତବର୍ଷ ବାଲିଯାତ୍ରାରେ ଝଲସିବ କଟକ । ଉଭୟ ବଲିଓଡ଼ ଓ ଓଲିଉଡ ର ମିକ୍ସ ବାଲିଯାତ୍ରାରେ ନଜର ଆଶିବ।

ବଲିଓଡ଼ ଓ ଓଲିଉଡଙ୍କ ଗୀତରେ ଝୁମିବ ବାଲିଯାତ୍ରା

author img

By

Published : Nov 6, 2022, 7:08 PM IST

କଟକ: ଆଗକୁ ଆସୁଛି ବାଲିଯାତ୍ରା । ଏଥିପାଇଁ ଚଳଚଞ୍ଚଳ କଟକ ସହର । ଚଳିତବର୍ଷ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝଲସିବ ବାଲିଯାତ୍ରା । ଉଭୟ ବଲିଉଡ ଓ ଓଲିଉଡ ଗୀତରେ ଝୁମିବେ ବାଲିଯାତ୍ରାକୁ ଆସିଥିବା ଲୋକେ । ଜଣାଶୁଣା ବଲିଉଡ ଗାୟକ ଜାଭେଦ ଅଲି, କୈଳାସ ଖେର ପ୍ରମୁଖ କରିବେ ଧମାଲ । ଯାହାର ଭରପୁର ମଜା ଉଠାଇବେ ଦର୍ଶକ।

ବଲିଓଡ଼ ଓ ଓଲିଉଡଙ୍କ ଗୀତରେ ଝୁମିବ ବାଲିଯାତ୍ରା

ଏନେଇ ଅନ୍ୟପଟେ ଓଲିଉଡର ଷ୍ଟାର୍‌ ଗାୟକ ଯେପରି ହ୍ୟୁମାନ ସାଗର, ମଣ୍ଟୁ ଛୁରିଆ, ଅସୀମା ପଣ୍ଡା ଓ ଅନ୍ୟନ୍ୟ ଗାୟକ ମଧ୍ୟ ଏହି ବାଲିଯାତ୍ରାରେ ନଜର ଆସିବେ । ସମ୍ବଲପୁରୀ, ଓଡ଼ିଆ ଗୀତର ତାଳେତାଳେ ଝୁମିବେ ଦର୍ଶକ । ତେବେ ବାଲିଯାତ୍ରାରେ ଦୁଇଟି ମଞ୍ଚରେ ହେବ ସମସ୍ତ କାର୍ଯ୍ୟକ୍ରମ । ତଳ ପଡିଆରେ ବୈଷ୍ଣବ ପାଣି ମଞ୍ଚ ରହିଥିଲା ବେଳେ ଉପର ପଡିଆ ରେ ଅକ୍ଷୟ ମହାନ୍ତିଙ୍କ ମଞ୍ଚ ରହିବ । ସବୁ ଦିନ ଓଡ଼ିଆ ସଂସ୍କୃତି ପରମ୍ପରା, ଲୋକକଳା ସହ ବଲିଉଡ଼ର ମନଛୁଆଁ ଗୀତ ନୃତ୍ୟ ସମସ୍ତେ ଦେଖିବେ ।

ଚଳିତ ବର୍ଷ ପ୍ଲାଷ୍ଟିକ ମୁକ୍ତ ହେବ ବାଲିଯାତ୍ରା । ପରିବେଶକୁ ସୁସ୍ଥ ଓ ସ୍ବଚ୍ଛଳ ରଖିବା ପାଇଁ କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ବାଲିଯାତ୍ରାରେ ଡିଜିଟାଲ ଡିପୋଜିଟ ରିଫଣ୍ଡ୍‌ ସିଷ୍ଟମ କାର୍ଯ୍ୟକାରୀ ହେବ । ଯାହାଦ୍ୱାରା ପ୍ଲାଷ୍ଟିକ ଜନିତ ପ୍ରଦୂଷଣକୁ ରୋକାଯାଇ ପାରିବ । ଏହି ସିଷ୍ଟମ ଅନୁଯାୟୀ ବାଲିଯାତ୍ରା ପଡିଆରୁ ପ୍ଲାଷ୍ଟିକ ମୃଦୁ ପାନୀୟ ବୋତଲ, ଖାଦ୍ୟ ପ୍ୟାକେଟ ଜରି ଇତ୍ୟାଦିରେ କ୍ୟୁଆର କୋଡ୍‌ ରହିବ । ଆଉ ସେହି ପ୍ଲାଷ୍ଟିକକୁ ବ୍ୟବହାର କରିବା ପରେ ସିଏମସି କିମ୍ବା ଜିଲ୍ଲା ପ୍ରଶାସନର ଲାଗିଥିବା କଲେକ୍ସନ ଷ୍ଟଲ ନିକଟରେ ଦାଖଲ କଲେ 5 ଟଙ୍କା ଫେରସ୍ତ ପାଇବେ ଗ୍ରାହକ । ଯାହାଦ୍ୱାରା ଉକ୍ତ ପ୍ଲାଷ୍ଟିକ ଗୁଡିକ ଏଣେତେଣେ ପଡିବନି । ଆଉ ପରିବେଶ ବି ସୁସ୍ଥ ରହିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.