ETV Bharat / state

ତାଳଦଣ୍ଡା କେନାଲରେ ଖୁବଶୀଘ୍ର ଆରମ୍ଭ ହେବ ବୋଟିଂ

author img

By

Published : Mar 18, 2023, 8:39 PM IST

୧୮୬୨ ଖ୍ରୀଷ୍ଟାବ୍ଦରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ବାରା କଟକରେ ନିର୍ମାଣ ହୋଇଥିବା ତାଳଦଣ୍ଡା କେନାଲକୁ ମିଳିଛି ନୂଆ ରୂପ । ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ପ୍ରସ୍ତୁତ କରାଯାଉଛି । ୨୦୨୩ରେ ହିଁ ଏହି ନବୀକରଣ କେନାଲର ଶୁଭ ଉଦ୍‌ଘାଟନ ହେବ ବୋଲି ସୂଚନା ଦେଇଛନ୍ତି ମେୟର ସୁବାସ ସିଂ । ଅଧିକ ପଢ଼ନ୍ତୁ..

ପର୍ଯ୍ୟଟନ କ୍ଷେତ୍ର ପାଲଟିବ ତାଳଦଣ୍ଡା କେନାଲ
ପର୍ଯ୍ୟଟନ କ୍ଷେତ୍ର ପାଲଟିବ ତାଳଦଣ୍ଡା କେନାଲ

ପର୍ଯ୍ୟଟନ କ୍ଷେତ୍ର ପାଲଟିବ ତାଳଦଣ୍ଡା କେନାଲ

କଟକ: ବଦଳୁଛି କଟକର ରୂପରେଖ । ରାଜ୍ୟ ସରକାର କଟକ ଉପରେ ଫୋକସ କରିବା ପରେ ଧିରେଧିରେ ହଜାରେ ବର୍ଷର ସହରରେ ଆସୁଛି ବିକାଶର ପରିଭାଷା । ତେବେ ଏହି କ୍ରମରେ କଟକରେ ୧୮୬୨ ଖ୍ରୀଷ୍ଟାବ୍ଦରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ବାରା ନିର୍ମାଣ ହୋଇଥିବା ତାଳଦଣ୍ଡା କେନାଲ ଆଜି ନୂଆ ରୂପ ପାଇଛି । ମୁଖ୍ୟମନ୍ତ୍ରୀ ଏହି କେନାଲକୁ ନୂଆ ରୂପ ଦେଇଥିଲା ବେଳେ ଏଥିରେ ଆଉ ଏକ ପ୍ରତିଛବି ରହିଛି । ତାହା ହେଉଛି ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ।

ତାଳଦଣ୍ଡା କେନାଲରେ ବର୍ତ୍ତମାନ ପାର୍କ, ଫୁଡ କୋର୍ଟ, ଜିମ, ବିଭିନ୍ନ ପ୍ରକାର ଲାଇଟ ଓ ବୋଟିଂ ବ୍ୟବସ୍ଥା ପାଇଁ ଜାରି ରହିଛି କାର୍ଯ୍ୟ । ପ୍ରତିଦିନ କଟକ ମହାନଗର ନିଗମର ଅଧିକାରୀ କାର୍ଯ୍ୟକୁ ତଦାରଖ କରୁଛନ୍ତି । ଏନେଇ ସିଏମସି କମିଶନର ନିଖିଲ ପବନ କଲ୍ୟାଣ କହିଛନ୍ତି , "OTDCର ୯୦ ଭାଗ କାର୍ଯ୍ୟ ଶେଷ ହୋଇଛି । କେବଳ ଫ୍ଲୋଟିଂ ଜେଟି କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି । କାରଣ ଆଉ ଅଳ୍ପ ଦିନ ଗଲେ ଏହି କେନାଲରେ ବୋଟିଂର ମଜା ଉଠାଇବେ ପର୍ଯ୍ୟଟକ ।" ଆଉ ମାତ୍ର ୨୦ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ବୋଲି ସିଏମସି କମିଶନର ସ୍ପଷ୍ଟ କରିଛନ୍ତି । ସେପଟେ ଏନେଇ କଟକ ମେୟର ସୁବାସ ସିଂ କହିଛନ୍ତି, "ରାଣୀହାଟ ଅଞ୍ଚଳରେ ଯେଉଁ ୱାଚ ଟାୱାର ନିର୍ମାଣ ହୋଇଛି, ତାହା ମଧ୍ୟ ଖୁବ କମ ଦିନରେ ଶେଷ ହେବ । ଏହା ସହିତ ସିଏମସି ପକ୍ଷରୁ ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ ବ୍ୟବସ୍ଥା ମଧ୍ୟ କରାଯାଉଛି । ଯାହା ଆଗମୀ ଦିନରେ କଟକର ପରିଚୟକୁ ଆହୁରି ସ୍ୱତନ୍ତ୍ର କରିଦେବ ।" ୨୦୨୩ରେ ହିଁ ଏହି ନବୀକରଣ କେନାଲର ଶୁଭ ଉଦ୍‌ଘାଟନ ହେବ ବୋଲି କହିଛନ୍ତି ମେୟର ସୁବାସ ସିଂ ।

ଏହା ମଧ୍ୟ ପଢ଼ନ୍ତୁ... କଟକରେ ଖୋଲିଲା ମିଲେଟ କାଫେ, ଜିଲ୍ଲାରେ ଶୀଘ୍ର ହେବ ଚାଷ

ତେବେ ଦୀର୍ଘ ବର୍ଷ ଧରି ଏହି କେନାଲ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା । ଆଉ ବର୍ତ୍ତମାନ ସମୟରେ ସେ ଆଉ ଏକ ନୂଆ ରୂପ ପାଇବାକୁ ଯାଉଛି । ଯାହାକୁ ନେଇ କଟକିବାସୀ ବେଶ ଖୁସି ଓ ଆନନ୍ଦ ପ୍ରକଟ କରିଛନ୍ତି । ତେବେ ଗତକିଛି ଦିନ ପୂର୍ବରୁ ଅନ୍ୟ ରାଜ୍ୟର ପ୍ରଶାସକ ମାନେ ତାଳଦଣ୍ଡା କେନାଲ ବୁଲି ଦେଖିଥିଲେ । ଆଉ କିଛିଦିନ ମଧ୍ୟରେ ଏହା ବିଶ୍ୱବାପୀ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି କଟକବାସୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.