କଟକ: ଆସନ୍ତା 19ରେ ରାୟଗଡା ଜିଲ୍ଲା ପରିଷଦ ସଭାପତି ଉପନିର୍ବାଚନ । ରାୟଗଡା ଜିଲ୍ଲା ପରିଷଦ ସଭାପତି ଉପନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ବିରୋଧରେ ରୁଜୁ ହୋଇଥିବା ଆବେଦନ ମଙ୍ଗଳବାର ହାଇକୋର୍ଟରେ ଖାରଜ ହୋଇଛି । ରାୟଗଡ଼ାର ଖଞ୍ଜ ଶବର ନାମକ ଜଣେ ବ୍ୟକ୍ତିଙ୍କ ତରଫରୁ ଏହି ମାମଲା ଆବେଦନ କରିଥିଲେ ।
ଅନ୍ୟପକ୍ଷରେ ରାୟଗଡା ଜିଲ୍ଲା ପରିଷଦ ସଭାପତି ଉପନିର୍ବାଚନ ସମ୍ପର୍କିତ ନିର୍ବାଚନ ଆୟୁକ୍ତଙ୍କ ବିଜ୍ଞପ୍ତିକୁ ଅଦାଲତ କାଏମ ରଖିଛନ୍ତି । ଅଦାଲତଙ୍କ ଏପରି ନିର୍ଦ୍ଧେଶ ଯୋଗୁଁ ଆସନ୍ତା ୧୯ ତାରିଖରେ ରାୟଗଡା ଜିଲ୍ଲା ପରିଷଦ ସଭାପତି ଉପନିର୍ବାଚନ ହେବ ବୋଲି ସ୍ପଷ୍ଟ ହୋଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ