କଟକ: ଆଉ ଜଳବନ୍ଦୀ ସମସ୍ୟା ଭୋଗିବେନି ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ । ଖୁବ ଶୀଘ୍ର ଦୂର ହେବ ରେଭେନ୍ସା ବିଶ୍ବ ବିଦ୍ୟାଳୟର ଜଳବନ୍ଦୀ ସମସ୍ୟା । କଟକର ବର୍ଷା ଜଳ ରେଭେନ୍ସା ଭିତରକୁ ପ୍ରବେଶ ଫଳରେ ରେଭେନ୍ସାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଥିଲା । ଏହାକୁ ନେଇ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଉଚ୍ଚ ସ୍ତରୀୟ ବୈଠକ ହୋଇଛି । ଦୀର୍ଘ ଦିନର ଜଳବନ୍ଦୀ ସମସ୍ୟାକୁ ନେଇ ସିଏମସି ମେୟର କମିଶନର ଓ ସ୍ଥାନୀୟ ବିଧାୟକଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହାର ସ୍ଥାୟୀ ସମାଧାନ ପାଇଁ ରେଭେନ୍ସାର ସମସ୍ତ ଡ୍ରେନକୁ ନିରୀକ୍ଷଣ କରାଯାଇଛି । କିପରି ଏହାର ସମାଧାନ ହୋଇ ପାରିବ ସନେଇ ଉଭୟ ରେଭେନ୍ସା କର୍ତ୍ତୃପକ୍ଷ ଓ ସିଏମସି ମଧ୍ୟରେ ହୋଇଛି ଆଲୋଚନା ।
ମୌସୁମୀ ବର୍ଷା ଦୂରର କଥା ଯେତେବେଳେ ଅଦିନିଆ ବର୍ଷା ବି ହୁଏ ରେଭେନ୍ସା କ୍ୟାମ୍ପସରେ ବର୍ଷା ଜଳ ଲହଡି ମାରେ । ନାହିଁ ନଥିବା ଅସୁବିଧାର ସମୁଖୀନ ହୁଅନ୍ତି ଛାତ୍ରଛାତ୍ରୀ । ପାଣି ଛାଡିବା ପାଇଁ ମଧ୍ୟ ଅନେକ ଦିନ ଲାଗିଥାଏ । ତେଣୁ ଏହି ଜଟିଳ ସମସ୍ୟାକୁ କିପରି ସୁବିଦିନ ପାଇଁ ପୂର୍ଣ୍ଣଚ୍ଛେଦ ପକାଯିବ ତାହା ଉପରେ ଗତକାଲି(ଗୁରୁବାର) ଗୁରୁତ୍ବାରୋପ ହୋଇଛି ।
କଟକ ମେୟର କିହିଛନ୍ତି,‘‘ରେଭେନ୍ସା ନିକଟରେ ଥିବା ସମସ୍ତ ଡ୍ରେନ ଉଚ୍ଚ ଥିବାରୁ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ସେଥିପାଇଁ ଏହି ଅସୁବିଧା ଭୋଗୁଛି । ତେଣୁ ଆଗମୀ 2 ମାସ ମଧ୍ୟରେ ଏହାର ସମାଧାନ କରାଯିବ ଓ ଛାତ୍ରଛାତ୍ରୀମାନେ ଅଉ ଜଳବନ୍ଦୀ ସମସ୍ୟାର ସମୁଖୀନ ହେବେନି ।’’ ଏହାସହ ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ କିହିଛନ୍ତି,‘‘ ଡ୍ରେନ ଗୁଡିକର ଅବସ୍ଥା ଭଲ ନଥିବା କାରଣରୁ ଜଳ ନିଷ୍କାସନ ଠିକ ଭାବେ ହୋଇ ପାରୁନି । ତେଣୁ ଏହାକୁ ତୁରନ୍ତ ସଫା କରିବା ପାଇଁ ପରାମର୍ଶ ଦେଆଯାଇଛି । ବର୍ଷା ଦିନ ପୂର୍ବରୁ ଏହି ସମସ୍ୟାର ସମାଧାନ କରାଯିବ ।’’
ଅଧିକ ପଢ଼ନ୍ତୁ: Skill Conclave 2023: ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶରେ ନୂଆ ସମ୍ଭାବନା ସୃଷ୍ଟି କରିବ କହିଲେ ନବୀନ
ରେଭେନ୍ସା ଜଳବନ୍ଦୀକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥାଏ । ଏନେଇ ଛାତ୍ରଛାତ୍ରୀ ପୂର୍ବରୁ ଆନ୍ଦୋଳନ ମଧ୍ୟ କରିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ କଟକ ମେୟର ସୁବାସ ସିଂ, ସିଏମସି କମିସନର ନିଖିଳ ପବନ କଲ୍ୟାଣ ଓ ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀଙ୍କ ଆଲୋଚନା କରିଛନ୍ତି ।
ଇଟିଭି ଭାରତ, କଟକ