ETV Bharat / state

ସ୍କୁଲ ହଷ୍ଟେଲ ଖୋଲିବା ବିରୋଧରେ ରେଭେନ୍ସା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ - ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ସ୍କୁଲ ହଷ୍ଟେଲ ଖୋଲିବା ବିରୋଧରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି । ଅଧିକ ପଢନ୍ତୁ...

ସ୍କୁଲ ହଷ୍ଟେଲ ଖୋଲିବାକୁ ବିରୋଧରେ ରେଭେନ୍ସା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

author img

By

Published : Jul 22, 2021, 8:35 PM IST

କଟକ: ମାଡି଼ ଆସୁଛି କୋରୋନା ମହାମାରୀର ତୃତୀୟ ଲହର । ଏହାରି ମଧ୍ୟରେ ରାଜ୍ୟ ସରକାର ଦଶମ ଓ ଦ୍ବାଦଶ ଶ୍ରେଣୀ ଓ ହଷ୍ଟେଲ ଖୋଲିବାକୁ ଅନୁମତି ଦେଇଛନ୍ତି । ଏହାକୁ ବିରୋଧ କରି ଆଜି(ଗୁରୁବାର) ରେଭେନ୍ସା ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି ।

ସ୍କୁଲ ହଷ୍ଟେଲ ଖୋଲିବାକୁ ବିରୋଧରେ ରେଭେନ୍ସା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ବର୍ତ୍ତମାନ ସମୟରେ କୋଭିଡର ତୃତୀୟ ଲହର ଆସୁଛି । ଆଉ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଟିକା ନେଲେଣି କି ? ଯଦି ନେଇ ନାହାନ୍ତି ତେବେ ସରକାର ଶିକ୍ଷାନୁଷ୍ଠାନ ଖୋଲିବାକୁ ନେଇଥିବା ନିଷ୍ପତ୍ତି କେତେଦୂର ଯୁକ୍ତିଯୁକ୍ତ ସେନେଇ ପ୍ରଶ୍ନ କରିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ । ତେବେ ଏହି ନିର୍ଦ୍ଦେଶନାମାକୁ ଆଉଥରେ ବିଚାର କରାଯାଇ ଖୋଲିବା ପ୍ରସଙ୍ଗକୁ ରାଜ୍ୟ ସରକାର ବନ୍ଦ କରନ୍ତୁ ବୋଲି ସେମାନେ କହିଛନ୍ତି ।

ଏହି ପ୍ରସଙ୍ଗକୁ ନେଇ ରେଭେନ୍ସା ବିଶ୍ବବିଦ୍ୟାଳୟ ସାମ୍ନାରେ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ । ଆଗାମୀ ଦିନରେ ସରକାର ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ବନ୍ଦ ନ କରିଲେ ବିପୁଳ ମାତ୍ରାରେ ଛାତ୍ରଛାତ୍ରୀ ସାମିଲ ହୋଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.