ETV Bharat / state

ବଦଳିବ କି ରେଭେନ୍ସାର ନାଁ ? କ'ଣ କହିଲେ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Dec 18, 2023, 6:34 PM IST

Dharmendra Pradhan On Ravenshaw Name Change: ରେଭେନ୍ସାର ନାମ ପରିବର୍ତ୍ତନକୁ ନିଜସ୍ବ ମତ ରଖିଲେ ଧର୍ମେନ୍ଦ୍ର । ଯଦି ବମ୍ବେ ମୁମ୍ବାଇ ହୋଇଛି, ମାଡ୍ରାସ ଚେନ୍ନାଇ ହେବା ସହ ବିଭିନ୍ନ ଯାଗାରେ ଆତ୍ମଜାଗରଣ ଆସିଛି ତେବେ ରେଭେନ୍ସାର ନାମ ପରିବର୍ତ୍ତନ ପାଇଁ ଭାବିବା ଉଚିତ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଅଧିକ ପଢ଼ନ୍ତୁ

ରେଭେନ୍ସା ନାଁ ପରିବର୍ତ୍ତନ ହେବା ଉଚିତ
ରେଭେନ୍ସା ନାଁ ପରିବର୍ତ୍ତନ ହେବା ଉଚିତ
ରେଭେନ୍ସା ନାଁ ପରିବର୍ତ୍ତନ ହେବା ଉଚିତ

କଟକ: ବ୍ରିଟିସ ଶାସକ ତଥା ତତ୍କାଳୀନ କଟକ ଡିଭିଜନର କମିଶନର ଟି.ଭି ରେଭେନ୍ସାଙ୍କ ନାମ ନାମିତ ହୋଇଛି କଟକର ରେଭେନ୍ସା ବିଶ୍ବବିଦ୍ୟାଳୟ, ରେଭେନ୍ସା କଲିଜିଏଟ ଓ ରେଭେନ୍ସା ବାଳିକା ବିଦ୍ୟାଳୟ । ତେବେ ବ୍ରିଟିଶ ଶାସନର ସ୍ମୃତି ବହନ କରୁଥିବା ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକ ନାମ ପରିବର୍ତ୍ତନ କରିବା ନେଇ ଆବଶ୍ୟକତା ଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କଟକ ସ୍ଥିତ ରେଭେନ୍ସା ବାଳିକା ବିଦ୍ୟାଳୟର 150 ବର୍ଷ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ଅବସରରେ ଧମେନ୍ଦ୍ର କହିଛନ୍ତି, " ଜଣେ ଇତିହାସ ବିଭାଗର ଛାତ୍ର ଭାବରେ ଏହା ମୋର ମତ ଯେ, ୧୮୬୬ ମସିହାରେ ଓଡ଼ିଶାରେ ନ'ଅଙ୍କ ଦୁର୍ଭିକ୍ଷ ପଡ଼ିଥିବା ବେଳେ ବ୍ରିଟିଶ ଶାସକ ତଥା ତତ୍କାଳୀନ କଟକ ଡିଭିଜନର କମିଶନର ଟି.ଭି ରେଭେନ୍ସା ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ଶସ୍ୟ ମହଜୁଦ ଅଛି ବୋଲି ବ୍ରିଟିଶ ସରକାରଙ୍କୁ ଭୁଲ ରିପୋର୍ଟ ଦେଇଥିଲେ । ଯେଉଁଥି ପାଇଁ ବ୍ରିଟିଶ ସରକାର ଓଡ଼ିଶାରୁ ଖାଦ୍ୟଶସ୍ୟ ରପ୍ତାନୀ ଜାରି ରଖିଥିଲା । ଫଳସ୍ବରୂପ ଏହି ଦୁର୍ଭିକ୍ଷ ଯୋଗୁଁ ଓଡ଼ିଶାର ମୋଟ ଜନସଂଖ୍ୟାର ଏକ ତୃତୀୟାଶଂ ଲୋକେ ଅନାହାରରେ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ତାଙ୍କ ନାଁରେ ରେଭେନ୍ସାକୁ ନାମିତ କରାଯାଇଛି । ବିଶେଷ କରି ଆଧୁନିକ ଓଡ଼ିଶା ଗଠନ ଏବଂ କଟକରେ ଶିକ୍ଷାର ବିକାଶ ଦିଗରେ ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ଭଳି ମହାପୁରୁଷମାନେ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । କିନ୍ତୁ ଶିକ୍ଷାନୁଷ୍ଠାନ ଗୁଡ଼ିକ ସେମାନଙ୍କ ନାଁରେ ନାମିତ ନହୋଇ ଟି.ଭି ରେଭେନ୍ସାଙ୍କ ନାମରେ ନାମିତ ହୋଇ ରହିଛି । "

ଏହା ମଧ୍ୟ ପଢ଼ନ୍ତୁ.......କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କାହିଁକି ଫାଉଲ ପରାମର୍ଶ ଦେଲେ ବିଜେଡି ସାଂସଦ ଭର୍ତ୍ତୃହରି ?

ଏହା ମଧ୍ୟ ପଢ଼ନ୍ତୁ........ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରସଙ୍ଗ, ସେପରି ମାନ୍ୟତା ବୋଲି କିଛି ନାହିଁ: କେନ୍ଦ୍ରମନ୍ତ୍ରୀ

ତେବେ ଧର୍ମେନ୍ଦ୍ର ଏହା ମଧ୍ୟ କହିଛନ୍ତି, "ଯେତେ ବେଳେ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ଯେ, ଆମେ ପରାଧୀନତାର ମାନସିକତାରୁ ବାହାରିବା ଦରକାର । ଯଦି ରାଜପଥ କର୍ତ୍ତବ୍ୟ ପଥ ହୋଇପାରିଛି ତେବେ ସମୟ ଆସିଛି ଏଗୁଡିକ ବିଷୟରେ ଭାବିବା ପାଇଁ । କେବଳ କଟକରେ ନୁହେଁ ପୂର୍ବରୁ ବମ୍ବେ ମୁମ୍ବାଇ ହୋଇଛି, ମାଡ୍ରାସ ଚେନ୍ନାଇ ହୋଇଛି । ଯଦି ବିଭିନ୍ନ ଯାଗାରେ ଆତ୍ମଜାଗରଣ ଆସିଛି ତେବେ ରେଭେନ୍ସାର ନାମ ପରିବର୍ତ୍ତନ ପାଇଁ ଭାବିବା ଉଚିତ ।" ତେବେ ଏହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ ବୋଲି ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.