ETV Bharat / state

ରକ୍ଷା ବନ୍ଧନର ପ୍ରକୃତ ଅର୍ଥ ଈଶ୍ୱରଙ୍କୁ ନିଜ ମନରେ ବାନ୍ଧିବା: ବ୍ରହ୍ମାକୁମାରୀ

author img

By ETV Bharat Odisha Team

Published : Aug 29, 2023, 9:44 AM IST

କଟକ ଝାଞିରିମଙ୍ଗଳା ଵ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ବ ବିଦ୍ୟାଳୟରେ ରକ୍ଷା ବନ୍ଧନ ପାଳିନ ହୋଇଛି । ଅଧିକ ପଢନ୍ତୁ

Rakshya bandhan celebration at Brahmakumari
ରକ୍ଷା ବନ୍ଧନର ପ୍ରକୃତ ଅର୍ଥ ଈଶ୍ୱରଙ୍କୁ ନିଜ ମନରେ ବାନ୍ଧିବା

କଟକ: ରାତି ପାହିଲେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ସ୍ନେହର ଡୋରି ବାନ୍ଧିବ ଭଉଣୀ । ପ୍ରକୃତରେ ରକ୍ଷା ବନ୍ଧନ ଅର୍ଥ କଣ । ପ୍ରକୃତରେ କଣ ଭାଇଟି ପ୍ରତି ମୂହୂର୍ତ୍ତରେ ତାର ଭଉଣୀଙ୍କୁ ସୁରକ୍ଷା ଦେବାକୁ ସକ୍ଷମ ହୋଇପାରିବ । ରକ୍ଷା ବନ୍ଧନର ପ୍ରକୃତ ରହସ୍ୟ ହେଉଛି ସର୍ବ ଶକ୍ତିଶାଳୀ ଇଶ୍ବର ହିଁ ରକ୍ଷାକର୍ତ୍ତା । ଏହା କହିଛନ୍ତି କଟକ ଝାଞିରିମଙ୍ଗଳା ଵ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ବ ବିଦ୍ୟାଳୟ ଵ୍ରହ୍ମାକୁମାରୀ ଗୀତାଞ୍ଜଳି ।

ରକ୍ଷା ବନ୍ଧନର ପ୍ରକୃତ ଅର୍ଥ ବୁଝାଇ ଵ୍ରହ୍ମାକୁମାରୀ ଗୀତାଞ୍ଜଳି କହିଛନ୍ତି, "ହାତରେ ରାକ୍ଷୀ ବାନ୍ଧିଲେ ଜଣେ ଭାଇ ତା ଭଉଣୀକୁ କଣ ପ୍ରତି ମୁହୂର୍ତ୍ତରେ ସୁରକ୍ଷା ଯୋଗାଇ ପାରିବାରେ ସମର୍ଥ ହେବ କି । କେଉଁଟି ଭାଇ ଦୂରରେ ରହୁଛି ତ କେଉଁଟି ଭାଇ ଭଉଣୀଠୁ ବହୁତ ସାନ ମଧ୍ୟ ରହିଛନ୍ତି । ତେବେ ଏହା କୌଣସି ଭୁଲ ନୁହେଁ । କିନ୍ତୁ ରକ୍ଷା ବନ୍ଧନର ପ୍ରକୃତ ରହସ୍ୟ ହେଉଛି ସର୍ବ ଶକ୍ତିଶାଳୀ ଈଶ୍ବର ହିଁ ରକ୍ଷାକର୍ତ୍ତା । ମଣିଷ ବନ୍ଧନ ମଧ୍ୟରେ ରହି ରକ୍ଷାକର୍ତ୍ତା ଈଶ୍ୱରଙ୍କ ପ୍ରତି ସର୍ଵଦା ସୁରକ୍ଷାର ଆର୍ଶୀବାଦ ଭିକ୍ଷା କରିବା ଆବଶ୍ୟକ । ସେ ଝିଅ ହେଉକୁ ପୁଅ । ଏଠି କୌଣସି ଲିଙ୍ଗଗତ ବିଭିନ୍ନତା ନାହିଁ । ସବୁ ଆତ୍ମା ସମାନ । ଶରୀର ରକ୍ଷା କରିବା ଈଶ୍ୱରଙ୍କ ହାତରେ ତେଣୁ ଏହି ଜୀବନ ରୂପୀ ବନ୍ଧନ ମଧ୍ୟରେ ରହି ରକ୍ଷାକର୍ତା ଈଶ୍ୱରଙ୍କ ଉଦ୍ଧେଶ୍ୟରେ ମଧ୍ୟ ରାକ୍ଷୀ ପ୍ରଦାନ କରିବା ଆବଶ୍ୟକ । ରକ୍ଷା ବନ୍ଧନର ପ୍ରକୃତ ଅର୍ଥ ଈଶ୍ୱରଙ୍କୁ ନିଜ ମନରେ ବାନ୍ଧିବା ।"

ଏହା ବି ପଢନ୍ତୁ...ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟର ଜୈବିକ ଚାଷ, ଫସଲରେ ହସୁଛି ଶାଶ୍ବତ ଗୃହବାଟିକା

କଟକ ଝାଞ୍ଜିମଙ୍ଗଳାସ୍ଥିତ ଵ୍ରହ୍ମାକୁମାରୀ ଇଶ୍ଵରୀୟ ବିଦ୍ୟାଳୟ ତରଫରୁ ଶିଳ୍ପ ଓ ଵ୍ୟଵସାୟିକ ସଫଳତା ପାଇଁ ସକାରାତ୍ମକ ବିଚାରର ଆବଶ୍ୟକତା ସମ୍ପର୍କରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ଶିଳ୍ପ ଓ ଵ୍ୟଵସାୟ କ୍ଷେତ୍ରରେ ଥିବା ଭାଇ, ଭଉଣୀମାନେ କିଭଳି ମନରେ ସକାରାତ୍ମକ ବିଚାର ଆଣିପାରିବେ, ରାଜଯୋଗ ମେଡିଟେସନର ଏଥିରେ କିଭଳି ସହାୟତା କରିପାରିବ ସେ ସମ୍ପର୍କରେ ଵ୍ରହ୍ମାକୁମାରୀ ତରଫରୁ ଆଲୋଚନା କରାଯାଇଥିଲା। ଏହି ଅବସରରେ କର୍ମଶାଳାରେ ଯୋଗ ଦେଇଥିଵା ଉଦ୍ୟୋଗୀ ଓ ଵ୍ୟଵସାୟୀ ଭାଇ ଭଉଣୀମାନଙ୍କୁ ଵ୍ରହ୍ମାକୁମାରୀ ଆଶ୍ରମ ତରଫରୁ ରକ୍ଷୀ ବନ୍ଧନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଵ୍ରହ୍ମାକୁମାରୀ କଟକ ସଵ୍‌ଜୋନର ମୁଖ୍ୟ ନିର୍ଦ୍ଦେଶିକା ରାଜଯୋଗିନୀ ଵ୍ରହ୍ମାକୁମାରୀ କମଳେଶ ଦିଦି ଆଶୀର୍ଵାଦ ପ୍ରଦାନ କରିଥିଲେ । ସବ୍‌ଜୋନ୍‌ର ସଞ୍ଚାଳିକା ରାଜଯୋଗିନୀ ଵ୍ରହ୍ମାକୁମାରୀ ସୁଲୋଚନା ଦିଦି ରକ୍ଷା ବନ୍ଧନର ମହତ୍ତ୍ଵ ଵିଷୟରେ ସୂଚନା ଦେଇଥିଲେ । ରକ୍ଷା ଵନ୍ଧନର ଵାସ୍ତଵ ଅର୍ଥ ହେଉଛି ନିଜକୁ ପାଞ୍ଚ ବିକାରରୁ ରକ୍ଷା କରିଵା ପାଇଁ ରାଖୀ ବାନ୍ଧି ପ୍ରତିବଦ୍ଧ ହେବା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.