ETV Bharat / state

ନକଲି ମସଲା ଗୋଦାମରେ ଚଢ଼ାଉ, 3 ଅଟକ

ନକଲି ମସଲା ଗୋଦାମରେ ପୋଲିସର ଚଢ଼ାଉ । ପାଖାପାଖି 15 କୁଇଣ୍ଟାଲ ନକଲି ମସଲା ସମଗ୍ରୀ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

author img

By

Published : Nov 11, 2020, 6:55 PM IST

raid at herbal shop in ctc
ନକଲି ମସଲା ଗୋଦାମରେ ଚଢ଼ାଉ, 3 ଅଟକ

କଟକ: ମାଲଗୋଦାମରେ ପଶିଲା ପୋଲିସ । ନକଲି ମସଲା ଗୋଦାମ ଉପରେ ପୋଲିସ କଲା ଚଢ଼ାଉ । ଅନେକ ନକଲି ମସଲା ଜବତ କଲା କମିଶନରେଟ ପୋଲିସ । ହଳଦୀ, ଲଙ୍କା ଜିରା ମସଲା ଆଦିରେ ଦିଆଯାଉଥିଲା ଅନେକ କେମିକାଲ, ଯାହା ମଣିଷ ଶରୀର କ୍ଷତି ପହଞ୍ଚାଇବ ।

ନକଲି ମସଲା ଗୋଦାମରେ ଚଢ଼ାଉ, 3 ଅଟକ
ଏହାଛଡା ଏହି ମସଲାରେ ମିଶୁଥିଲା ଚାଉଳ ଗୁଣ୍ଡ । ଯାହା ପୋକ ମଧ୍ୟରେ ରହିଥିଲା । ପାଖାପାଖି 15 କୁଇଣ୍ଟାଲ ନକଲି ମସଲା ସମଗ୍ରୀ ଜବତ କରିଛି ପୋଲିସ । ଏହାଛଡା କେମିକାଲ, ମିକ୍ସଚର ମେସିନ ଓ ଅନେକ ପଲିଥିନ ଯେଉଁଥିରେ ଏହି ନକଲି ମସଲାକୁ ପାର୍ଶଲ କରାଯାଉଥିଲା । ଏହି ଘଟଣାରେ ଗୋଦାମ ମାଲିକ ସମେତ 3 ଜଣଙ୍କୁ ଅଟକ ରଖିଛି ପୋଲିସ ।

ଘଟଣାସ୍ଥଳରେ ସିଏମସି ଫୁଡ଼ ସେଫଟି ଅଫିସର ମୁତୟନ ରହି ସମସ୍ତ ମସଲାକୁ ଯାଞ୍ଚ କରୁଛନ୍ତି । ତେବେ ଗୋଦାମ ମାଲିକ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କହିଛନ୍ତି ଯୋନ 1 ଏସସିପି ଅମରେନ୍ଦ୍ର ପଣ୍ଡା । ଗୋଦାମରେ ନଥିଲା ଲାଇସେନ୍ସ । ତେବେ ଅବୈଧ ଉପାୟରେ ଗୋଦାମ ଚଳାଇଥିଲେ ମାଲିକ ସଚ୍ଚିଦାନନ୍ଦ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.