Easy Rasmalai Recipe: ଏବେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ଚାରିଆଡେ ପୂଜା ପାଉଛନ୍ତି ମା' ଦୁର୍ଗତିନାଶିନୀ ଦୁର୍ଗା । ଦୁର୍ଗାପୂଜାରେ ମା'ଙ୍କ ନିକଟରେ ନାନା ପ୍ରକାର ଭୋଗ ଲାଗି ହୁଏ । ଘରେ ଘରେ ଭଳିକି ଭଳି ସୁସ୍ବାଦୁ ବ୍ୟଞ୍ଜନ, ମିଷ୍ଟାନ୍ନ ପ୍ରସ୍ତୁତ ହୁଏ । ଆପଣ ବି ନିଜ ଘରେ ସୁସ୍ବାଦୁ ମିଠା ତିଆରି କରି ମା'ଙ୍କୁ ଭୋଗ ଲଗାଇପାରିବେ । ଆଜି ଆମେ ଆପଣଙ୍କୁ ଶିଖାଇବୁ ସ୍ବାଦିଷ୍ଟ ରସମଲାଇ ପ୍ରସ୍ତୁତି । ଏହା ଭାରତର ଏକ ଲୋକପ୍ରିୟ ମିଠା ଏବଂ ପ୍ରାୟ ସବୁ ମିଠା ଦୋକାନରେ ଉପଲବ୍ଧ ରହିଥାଏ । ତେବେ ଆସନ୍ତୁ ଜାଣିବା କିପରି ନିଜ ଘରେ ରସମଲାଇ ପ୍ରସ୍ତୁତ କରିବେ ।
ରସମଲାଇ ପାଇଁ ଆବଶ୍ୟକୀୟ ସାମଗ୍ରୀ:
- ଛେନା- 150 ଗ୍ରାମ
- ଚିନି- 2 କପ୍
- କ୍ଷୀର- 1 ଲିଟର
- ଗୁଜୁରାତି ଗୁଣ୍ଡ
- କାଜୁ, ବାଦାମ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ରସମଲାଇ ପାଇଁ ସିରା ପ୍ରସ୍ତୁତ କରନ୍ତୁ । ଏଥିପାଇଁ ଗ୍ୟାସ ଉପରେ ଏକ ପାତ୍ର ବସାଇ 4 ବଡ କପ୍ ପାଣିରେ 4 କପ୍ ଚିନି ମିଶାଇ ଫୁଟାନ୍ତୁ ।
ଆଉ ଏକ ପାତ୍ରରେ 1 ଲିଟର କ୍ଷୀର ଫୁଟାନ୍ତୁ । ଆପଣ ଚାହିଁଲେ ଏଥିରେ କିଛି କେଶର ମିଶାଇ ପାରିବେ ।
ଏହାପରେ ଛେନାକୁ ହାତରେ କିଛି ସମୟ ଚକଟିନ୍ତୁ ।
ଚକଟିବା ସମୟରେ ଅଳ୍ପ ଗୁଜୁରାତି ଗୁଣ୍ଡ ମିଶାଇବେ ।
ଏବେ ଛେନାରେ ଛୋଟ ଛୋଟ ଗୋଲ ଆକାରର ଗୁଳା କରି ପାତ୍ରରେ ରଖନ୍ତୁ ।
ସେହି ଗୁଳାକୁ ଫୁଟୁଥିବା ସିରାରେ ଗୋଟିଏ ଗୋଟିଏ କରି ପକାନ୍ତୁ ।
15 ମିନିଟ୍ ପାଇଁ ସିରାରେ ଫୁଲିବାକୁ ଛାଡିଦିଅନ୍ତୁ ।
ସେପଟେ କ୍ଷୀର ଫୁଟି ବହଳିଆ ହୋଇଆସିଲେ ଏଥିରେ ସାମାନ୍ୟ ଖାଇବା ରଙ୍ଗ ମିଶାନ୍ତୁ । ଏହାଦ୍ବାରା ରସମଲାଇ ଭଲ ଦେଖାଯାଏ ।
କ୍ଷୀରରେ କଟା କାଜୁ, ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ । ଏଠି ପ୍ରସ୍ତୁତି ହୋଇଗଲା ରସମଲାଇ ପାଇଁ ରାବିଡି ।
ଏବେ ରସଗୋଲା ଗୁଳାଗୁଡିକ ସିରାରୁ ବାହାର କରି ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ ।
ଥଣ୍ଡା ହୋଇଯିବା ପରେ ଏହି ରସଗୋଲାକୁ ହାତରେ ହାଲୁକା ଚିପୁଡି ଫୁଟୁଥିବା ରାବିଡିରେ ପକାନ୍ତୁ ।
ରାବିଡିରେ ରସଗୋଲାକୁ 2-3 ମିନିଟ୍ ସିଝିବାକୁ ଛାଡି ଦିଅନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ସୁସ୍ବାଦୁ ରସମଲାଇ । କାଜୁ ଓ କଟା ପିସ୍ତାବାଦାମ ପକାଇ ଗାରନିସ୍ କରିଦିଅନ୍ତୁ । ଏହି ରେସିପି ନିଜ ତିଆରି କରି ଖାଆନ୍ତୁ ଓ ଘର ଲୋକଙ୍କୁ ଖୁଆନ୍ତୁ ।
ଏହା ମଧ୍ୟ ପଢନ୍ତୁ: ପଖାଳ ଭାତରୁ ମିଳେ ଏମିତି ଚମତ୍କାର ଫାଇଦା, ବଲିଉଡ ଅଭିନେତ୍ରୀ କଲେ ପ୍ରଶଂସା ଏହା ମଧ୍ୟ ପଢନ୍ତୁ: ପାର୍ବଣରେ ଘରେ ଚୁଟ୍କିରେ ବନାନ୍ତୁ ଗୁଲାବ ଜାମୁନ, ଯିଏ ଖାଇବ କହିବ ବାଃ ବାଃ |