ETV Bharat / state

ଜନ୍ମମାଟିରେ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ, ଆଜିଠୁ 3ଦିନିଆ କେନ୍ଦୁଝର ଗସ୍ତ

ଜାରି ରହିଛି ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ମଣ୍ଡପ ବୁଲା କାର୍ଯ୍ୟକ୍ରମ । ଗତକାଲି ଭୁବନେଶ୍ବର ଓ ଆଜି କଟକରେ ପୂଜା ବୁଲିବା ପରେ ଅପରାହ୍ନରେ ଯିବେ ଜନ୍ମମାଟି କେନ୍ଦୁଝର ।

author img

By ETV Bharat Odisha Team

Published : 2 hours ago

Odisha CM Keonjhar visit
Odisha CM Keonjhar visit (ETV BHARAT ODISHA)

କେନ୍ଦୁଝର: ରାଜଧାନୀ ଭୁବନେଶ୍ବର ଓ ସିଲିଭର ସିଟି କଟକରେ ପୂଜା ବୁଲିବା ପରେ ଜନ୍ମମାଟି କେନ୍ଦୁଝରରେ ଦଶହରା ପାଳିବେ ମୁଖ୍ୟମନ୍ତ୍ରୀ । ଆଜି କଟକର ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ଆଶୀର୍ବାଦ ଲାଭ କରିବା ପରେ ଅପରାହ୍ନରେ ଗୃହଜିଲ୍ଲା କେନ୍ଦୁଝରକୁ 3ଦିନିଆ ଗସ୍ତରେ ବାହାରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ 3ଟା ଭୁବନେଶ୍ବର ବିମାନ ବନ୍ଦରରୁ ଚାଟାର୍ଡ ଫ୍ଲାଇଟରେ ଜନ୍ମମାଟି ଅଭିମୁଖେ ବାହାରିବେ ମୋହନ । ଆଜି ସନ୍ଧ୍ୟାରେ ଓ ଆସନ୍ତାକାଲି କେନ୍ଦୁଝରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲିବେ । ନବମୀ ଏବଂ ଦଶମୀରେ ଦୁର୍ଗାପୂଜା ମଣ୍ଡପ ବୁଲିବା ପାଇଁ କେନ୍ଦୁଝରର ବିଭିନ୍ନ ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି ।

କେନ୍ଦୁଝର ଗସ୍ତର କାର୍ଯ୍ୟସୂଚୀ ଓ ଆଜିର କାର୍ଯ୍ୟକ୍ରମ:

  • ଆଜି(ଶନିବାର) ଅପରାହ୍ନ 3ଟା 50ମିନିଟରେ ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ
  • ଅପରାହ୍ନ 4ଟାରେ ଏକ ଚାଟାର୍ଡ ପ୍ଲେନ ଯୋଗେ କେନ୍ଦୁଝର ଅଭିମୁଖେ ବାହାରିବେ
  • ଅପରାହ୍ନ 4ଟା 35ରେ କେନ୍ଦୁଝର ରାଇସୁଆଁ ଏୟାରଷ୍ଟ୍ରିପରେ ଅବତରଣ କରିବ ମୁଖ୍ୟମନ୍ତ୍ରୀଙ୍କ ବିମାନ
  • 4ଟା 45 ମିନିଟରେ ସେଠାରୁ ସଡକ ପଥରେ ବାହାରି 5ଟାରେ କେନ୍ଦୁଝର ସର୍କିଟ ହାଉସରେ ପହଞ୍ଚିବେ
  • ସନ୍ଧ୍ୟା 6 ଟାରେ ବାଁପାରସ୍ଥିତ ସାଇ ମନ୍ଦିର ଯିବେ
  • 6ଟା 30ମିନିଟରେ ନିଉ-କଲୋନୀ ସ୍ଥିତ ଦୁର୍ଗା ମଣ୍ଡପରେ ଅନୁଷ୍ଠିତ ପୂଜାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ସନ୍ଧ୍ୟା 7ଟାରେ ଟେଲିଫୋନ ଏକ୍ସଚେଞ୍ଜ ଛକ ପୂଜା ମଣ୍ଡପରେ ପହଞ୍ଚିବେ
  • ପରେ ଗୁଜୁରାଟୀ ସମାଜ ପକ୍ଷରୁ ନବରାତ୍ର ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ
  • ରାତି 9ଟା 45 ମିନିଟରେ ସର୍କିଟ ହାଉସରେ ରାତ୍ରିଯାପନ କରିବେ ସିଏମ୍‌

ଆସନ୍ତାକାଲିର କାର୍ଯ୍ୟକ୍ରମ:

  • ଆସନ୍ତାକାଲି (ରବିବାର) ସକାଳ 8ଟା 30ରେ ରାଇକଳାସ୍ଥିତ ନିଜ ଘରକୁ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ 12ଟା 5 ମିନିଟ ପର୍ଯ୍ୟନ୍ତ ରହିବେ । 12 ଟା 30ରେ ଝୁମ୍ପୁରା ଦୁର୍ଗାପୂଜା ମଣ୍ଡପରେ ପହଞ୍ଚିବେ, ସେଠାରେ ଅପରାହ୍ନ 3ଟା ପର୍ଯ୍ୟନ୍ତ ରହିବେ
  • 3ଟା 30ରେ ସୁନାରିପଶି ଦୁର୍ଗାପୂଜା ମଣ୍ଡପରେ ପହଞ୍ଚିବେ
  • 4ଟା 30 ରେ ଉଖୁଣ୍ଡା ଦୁର୍ଗାପୂଜା ମଣ୍ଡପରେ ପହଞ୍ଚିବେ
  • ସନ୍ଧ୍ୟା 6ଟାରେ କେନ୍ଦୁଝର ସର୍କିଟ ହାଉସରେ ପହଞ୍ଚି ରାତ୍ରିଯାପନ କରିବେ

ଏହା ମଧ୍ୟ ପଢନ୍ତୁ-ଦୁର୍ଗାଷ୍ଟମୀରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛାଡ଼ କଲେ ଭଡ଼ା

ଏହାମଧ୍ୟ ପଢ଼ନ୍ତୁ- ମା' ତାରିଣୀଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ, ମନ୍ଦିର ପାଇଁ କଲେ ଅତିରିକ୍ତ ୫୦ କୋଟି ଅନୁଦାନ - CM MOHAN MAJHI VISITS KENDUJHAR

ଏହାମଧ୍ୟ ପଢ଼ନ୍ତୁ- ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଗୁପ୍ତ ପୂଜା ପରେ ବାହାରିଲା ମାଆଙ୍କ ଛତର

ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ତୃତୀୟ ଦିନ କାର୍ଯ୍ୟକ୍ରମ:

  • ସୋମବାର ଦିନ 12ଟା 5ରେ ସର୍କିଟ ହାଉସରୁ ବାହାରି 12ଟା 20ରେ ରାଇସୁଆଁ ଏୟାରଷ୍ଟ୍ରିପରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ
  • 12ଟା 30ମିନିଟରେ ରାଇସୁଆଁ ଏୟାରଷ୍ଟ୍ରିପରୁ ଚାଟାର୍ଡ ପ୍ଲେନ ଯୋଗେ ଭୁବନେଶ୍ବର ଅଭିମୁଖେ ଉଡାଣ ଭରିବେ
  • ଦିନ 1ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ
  • ଏହାପରେ ସିଧା ଭୁବନେଶ୍ଵର ୟୁନିଟ-୨ ସ୍ଥିତ ନିଜ ବାସଭବନରେ ପହଞ୍ଚିବେ

ଗୃହଜିଲ୍ଲାରୁ ଆସିଥିଲା ଦଶହରା ନିମନ୍ତ୍ରଣ

ସୂଚନା ଥାଉକି, ନବମୀ ଏବଂ ଦଶମୀରେ ଦୁର୍ଗା ପୂଜା ମଣ୍ଡପ ବୁଲିବା ପାଇଁ କେନ୍ଦୁଝରର ବିଭିନ୍ନ ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେହି ନିମନ୍ତ୍ରଣ ରକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ପୂଜା ମଣ୍ଡପ ବୁଲି ମା'ଙ୍କ ଆଶିଷ ନେବା ସହ ଲୋକଙ୍କ ସହ ମିଶିବେ । ଗତକାଲି ମୁଖ୍ୟମନ୍ତ୍ରୀ ରାଜଧାନୀ ଭୁବନେଶ୍ବରର ଏକାଧିକ ପୂଜା ମଣ୍ଡପରେ ମା’ ଜଗତଜନୀନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.