ETV Bharat / state

ସ୍ୱଚ୍ଛ ରହିବ କଟକ ବେଳାଭୂମି, ଆରମ୍ଭ ହେଲା ପୁନିତ ସାଗର ଅଭିଯାନ - ଏନସିସି ଛାତ୍ରଛାତ୍ରୀଙ୍କ ପୁନିତ ସାଗର ଅଭିଯାନ

କଟକ ସହରରେ NCC ପକ୍ଷରୁ ପୁନିତ ସାଗର ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବୁଧବାର କଟକ ମହାନଦୀ ନିକଟରେ ଥିବା ବାଲିଯାତ୍ରା ପଡିଆକୁ ସଫା କରିଥିଲେ ଏନସିସି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଆରମ୍ଭ ହେଲା ପୁନିତ ସାଗର ଅଭିଯାନ
ଆରମ୍ଭ ହେଲା ପୁନିତ ସାଗର ଅଭିଯାନ
author img

By

Published : Aug 17, 2022, 10:40 PM IST

କଟକ: NCC ପକ୍ଷରୁ କଟକ ସହରରେ ଆରମ୍ଭ ହେଲା ପୁନିତ ସାଗର ଅଭିଯାନ(Puneet sagar Abhiyaan) । ସହରରେ ନଦୀ, ସମୁଦ୍ର ତଟକୁ ସଫା ରଖିବା ପାଇଁ ଏନସିସି ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବୁଧବାର କଟକ ମହାନଦୀ ନିକଟରେ ଥିବା ବାଲିଯାତ୍ରା ପଡିଆକୁ ଏନସିସି ଛାତ୍ରଛାତ୍ରୀମାନେ ସଫା କରିଥିଲେ ।

ଆରମ୍ଭ ହେଲା ପୁନିତ ସାଗର ଅଭିଯାନ

ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଥିଲା ବେଳେ ଏହି ଅଭିଯାନ ମାଧ୍ୟମରେ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖାଯାଇପାରିବ ବୋଲି କହିଛନ୍ତି ଏନସିସି ଅଧିକାରୀ। ପୁନିତ ସାଗର ଅଭିଯାନର ଉଦଘାଟନଟି କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ଓ କଟକ ମେୟର ସୁବାସ ସିଂ ଯୋଗଦେଇ NCC ଛାତ୍ରଛାତ୍ରୀଙ୍କ ମନୋବଳକୁ ଆହୁରି ବୃଦ୍ଧି କରିଥିଲେ ।

ଏହି ଅବସରରେ କଟକ ଜିଲ୍ଲାପାଳ କହିଛନ୍ତି ଯେ, " ନଦୀ, ସମୁଦ୍ର ତଟରେ ଯେଉଁ ପ୍ଲାଷ୍ଟିକ ଏବଂ ଅଦରକାରୀ ବର୍ଯ୍ୟବସ୍ତୁ ରହିଛି ତାହାକୁ ପୁନିତ ସାଗର ଅଭିଯାନରେ ସାମିଲ କର୍ମକର୍ତ୍ତାମାନେ ସଫା କରିବେ । ଏହା ସହ ଏହି ବର୍ଯ୍ୟବସ୍ତୁର ନବୀକରଣ କରାଯିବ । ମୁଁ ଆଜି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଗୈରବାନ୍ବିତ ମନେ କରୁଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.