ETV Bharat / state

Panchayat Poll: ଷ୍ଟ୍ରଙ୍ଗରୁମରେ ବିଡ଼ିଓ, ତାତିଲେ ପ୍ରାର୍ଥୀ ଓ ସମର୍ଥକ - କଟକରେ ପଞ୍ଚାୟତ ନିର୍ବାଚନୀ ହିଂସା

କଟକରେ ବାଲାଟ ବାକ୍ସ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ସ୍ଥାନୀୟ ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ କୌଣସି ପ୍ରାର୍ଥୀକୁ ସାଙ୍ଗରେ ନନେଇ ଷ୍ଟ୍ରଙ୍ଗରୁମ ମୁଖ୍ୟ ଫାଟକରେ ତାଲା ଖୋଲିଥିବା ଅଭିଯୋଗ । ଅଧିକ ପଢନ୍ତୁ

ପ୍ରାର୍ଥୀଙ୍କ ବିନା ଉପସ୍ଥିତିରେ BDO ଷ୍ଟ୍ରଙ୍ଗ ରୁମ୍ ତାଲା ଖୋଲିବାକୁ ବିରୋଧ

author img

By

Published : Feb 20, 2022, 10:59 PM IST

କଟକ: ନିଶ୍ଚିନ୍ତକୋଇଲି ବ୍ଲକର 41 ଟି ପଞ୍ଚାୟତର 590 ଟି ବାଲାଟ ବାକ୍ସ ନିଶ୍ଚିତକୋଇଲି ପିପି କଲେଜରେ ଥିବାବେଳେ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ସ୍ଥାନୀୟ ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ କୌଣସି ପ୍ରାର୍ଥୀକୁ ସାଙ୍ଗରେ ନନେଇ ଷ୍ଟ୍ରଙ୍ଗରୁମ ମୁଖ୍ୟ ଫାଟକର ତାଲା ଖୋଲିବାକୁ ନେଇ ଆପତ୍ତି ।

ଷ୍ଟ୍ରଙ୍ଗରୁମରେ ବିଡ଼ିଓ, ତାତିଲେ ପ୍ରାର୍ଥୀ ଓ ସମର୍ଥକ

ଷ୍ଟ୍ରଙ୍ଗ ରୁମ ଭିତରେ ବାଲାଟ ବାକ୍ସ ବିଡ଼ିଓ ହେରଫେର କରିଥିବା ଭଳି ସଙ୍ଗିନୀ ଅଭିଯୋଗ ଆଣିଲେ ପ୍ରାର୍ଥୀ ଓ ସମର୍ଥକ । ଏପଟେ ଏନେଇ ବିଡିଓଙ୍କୁ ପଚାରିବାରୁ ଷ୍ଟ୍ରଙ୍ଗ ରୁମରେ କୌଣସି ଅନିୟମିତତା କାମ କରାଯାଇନି । ନିର୍ବାଚନ କମିଶନରଙ୍କ ଗାଇଡଲାଇନ ଅନୁସାରେ ଷ୍ଟ୍ରଙ୍ଗ ରୁମର ମୁଖ୍ୟ ଦ୍ୱାର ଖୋଲି ତଦାରଖ କରୁଥିଲି ବୋଲି ସ୍ପଷ୍ଟ କରିଛନ୍ତି ।

ଏହାସହ କଟକ ଚାନ୍ଦବାଲି ରାସ୍ତାର ପିପି କଲେଜ୍ ଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ପ୍ରାର୍ଥୀ ଓ ତାଙ୍କ ସମର୍ଥକ । ସ୍ଥାନୀୟ ବିଡ଼ିଓ ତଥା ବ୍ଲକ ନିର୍ବାଚନ ଅଧିକାରୀଙ୍କ ବଦଳି ଦାବିରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.