କଟକ: ପ୍ରକାଶ ପାଇଛି ପ୍ରସ୍ତାବିତ କଟକ ରେଳ ଷ୍ଟେସନର 3-D ଦୃଶ୍ୟ । ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଟ୍ବିଟରେ ଫଟୋ ପୋଷ୍ଟ କରି ଜନସାଧାରଣଙ୍କ ମତାମତ ଲୋଡିଛନ୍ତି । ଡିଜାଇନ ଥିମ୍ ଉପରେ ରେଟିଂ ଦେବାକୁ କହିଛନ୍ତି । ପ୍ରସ୍ତାବିତ କଟକ ରେଳ ଷ୍ଟେସନର 3-D ଦୃଶ୍ୟର ଡିଜାଇନ୍ କଟକ ବାରବାଟୀ ଦୁର୍ଗ ସ୍ଥାପତ୍ୟର ବିଷୟବସ୍ତୁ ଉପରେ ଅନୁପ୍ରାଣିତ । ଡିଜାଇନ୍ ଥିମ୍ ଉପରେ ରେଟିଂ ଦେବାକୁ ରେଳମନ୍ତ୍ରୀ ଜନସାଧାରଣଙ୍କୁ ଟୁଇଟ ଯୋଗେ ଅନୁରୋଧ କରିଛନ୍ତି । ଜନସାଧାରଣଙ୍କ ମୂଲ୍ୟାୟନ ଉପରେ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
ଏହି ପ୍ରସ୍ତାବିତ କଟକ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ରହିଛି ବିଭିନ୍ନ ସୁବିଧା ସହିତ ବିସ୍ତୃତ ଭାବରେ ବିଶ୍ରାମଗାର । ଏହା ସହିତ ରହିଛି ଆରାମଦାୟକ ବସିବା ସ୍ଥାନ । ସମସ୍ତ ପ୍ରକାର ଭ୍ରମଣ ସମ୍ବନ୍ଧୀୟ ସୂଚନା ପାଇଁ ସାଇନେଜ୍ ଏବଂ ଡିଜିଟାଲ୍ ପ୍ରଦର୍ଶନ ରହିଛି । ବିଶ୍ବସ୍ତରୀୟ ସୁବିଧା ଏବଂ ଯାତ୍ରୀ ସୁବିଧା ସହିତ ରହିଛି ଅନେକ ସୁବିଧା । ସମ୍ପୂର୍ଣ୍ଣ ଭାବରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟରରେ କଟକ ରେଳ ଷ୍ଟେସନର ଡିଜାଇନ୍ ଅପଲୋଡ୍ କରିଛନ୍ତି । ଏହାସହ ପ୍ରସ୍ତାବିତ କଟକ ରେଳ ଷ୍ଟେସନ ଡିଜାଇନ୍ ଉପରେ ଜନମତ ମାଗିଛନ୍ତି ।
ଇଟିଭି ଭାରତ, କଟକ