ETV Bharat / state

Ban on actor Manoj Mishra: ଓଲିଉଡ଼ ବିବାଦକୁ ନେଇ ରାଜନୀତି ନକରିବାକୁ ଅନୁରୋଧ କଲେ ଟୁଟୁ ନାୟକ

author img

By ETV Bharat Odisha Team

Published : Oct 28, 2023, 12:06 PM IST

ବିଧାୟକ ନରସିଂହ ମିଶ୍ରଙ୍କ ବୟାନକୁ ନେଇ କଡା ଜବାବ ଦେଲେ ପ୍ରଯୋଜକ ସଞ୍ଜୟ ନାୟକ । ଓଲିଓଡ଼ ବିବାଦକୁ ନେଇ ରାଜନୀତି ନରକରିବା ପାଇଁ ଅନୁରୋଧ କଲେ ଟୁଟୁ ନାୟକ । ଅଧିକ ପଢନ୍ତୁ

producer sanjay nayak on Manoj Mishra ban issue

କଟକ: ଅଭିନେତା ମନୋଜ ମିଶ୍ରଙ୍କୁ ଓଡିଆ ସିନେଜଗତରୁ ବ୍ୟାନ କରିବା ଘଟଣାକୁ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହାକୁ ନେଇ ପଶ୍ଚିମ ଓଡ଼ିଶାରେ ତୀବ୍ର ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ଓଲିଉଡ କଳିରେ ରାଜନୀତିର ଏଣ୍ଟ୍ରି ହୋଇଛି । ମନୋଜଙ୍କ ସପକ୍ଷରେ ସ୍ବର ଉଠାଇଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ପାତର ଅନ୍ତର ନୀତି ବନ୍ଦ ନକଲେ ଆଗକୁ ଦରକାର ପଡ଼ିଲେ ଓଡ଼ିଶା ଦୁଇ ଭାଗ ହେବ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ । ଏହାରି ଭିତରେ ବିଧାୟକଙ୍କ ବାୟାନକୁ ନେଇ ଆଜି କଡା ଜବାବ ଦେଇଛନ୍ତି ସିନେ ପ୍ରଯୋଜକ ସଞ୍ଜୟ ନାୟକ । ଓଲିଉଡ ବିବାଦକୁ ନେଇ ରାଜନୀତି ନକରିବା ପାଇଁ ସେ ଅନୁରୋଧ କରିଛନ୍ତି ।

ଟୁଟୁ ନାୟକଙ୍କ ପ୍ରତିକ୍ରିୟା: ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ପ୍ରତ୍ୟେକ ପରିବାରରେ ଝଗଡା ଥାଏ । ଆମ ସିନେମା ଇଣ୍ଡ୍ରଷ୍ଟ୍ରିରେ ମଧ୍ୟ ଝଗଡା ହୋଇଥିଲା । ଯଦି ପରିବାରର କେହି ସଦସ୍ୟ ଭୁଲ କରେ ତାକୁ ସୁଧୁରିବା ପାଇଁ ଦଣ୍ଡ ଦିଆଯାଏ । ସେହି ଭଳି ଆମ ସିନେମା ଶିଳ୍ପ ପକ୍ଷରୁ ମଧ୍ୟ ଦଣ୍ଡ ଦିଆଯାଇଛି । ତେଣୁଆମ ଘର କଳିକୁ ଘରେ ରଖାଯାଉ । ଏହାକୁ ରାଜନୀତି ରଙ୍ଗ ଦିଆନଯାଉ। ଓଡିଶା, ଓଡ଼ିଆ ଭାଷା, ଓଡ଼ିଆ ଫିଲ୍ମ ଏକ । ପୂର୍ବରୁ I LOVE YOU ଓଡ଼ିଆ ଫିଲ୍ମ ପଶ୍ଚିମ ଓଡିଶାରେ ବେଶ ହଇଚଇ କରିଥିଲା । ମୋର ଅଭିଜ୍ଞତାରୁ ମୁଁ କହୁଛି ପଶ୍ଚିମ ଓଡିଶାର ଲୋକମାନେ ବହୁତ ଭଲ । ତେଣୁ ପଶ୍ଚିମ ଓଡିଶାକୁ ବଦନାମ କରନ୍ତୁ ନାହିଁ । ମୁଁ ଅନୁରୋଧ କରୁଛି ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ।"

ଏହା କହିଥିଲେ ନରସିଂହ ମିଶ୍ର: ପ୍ରକାଶଥାଉକି, ଓଲିଉଡ ନିଆଁ ତେଜିବାରେ ଲାଗିଛି। କଳାକାର ଠାରୁ ଆରମ୍ଭ କରି ବିଭିନ୍ନ ମଞ୍ଚ ଅଭିନେତା ମନୋଜଙ୍କ ସପକ୍ଷରେ ରହିଥିବା ବେଳେ ଆଉ କିଛି ଜଣ ଏହାକୁ ବିରୋଧ କରିଛନ୍ତି। ତେବେ ପଶ୍ଚିମ ଓଡିଶାର କଳାକାର ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଥିଲେ ଵଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ପଶ୍ଚିମ ଓଡ଼ିଶାର ଜଣେ କଳାକାରଙ୍କୁ ଏଭଳି ପାତର ଅନ୍ତର ନୀତି ଅବଲମ୍ବନ କରି ହେୟ ଜ୍ଞାନ କରିବା ମହଙ୍ଗା ପଡ଼ିବ । ଏପରିକି ଦରକାର ପଡ଼ିଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ଓ ଓଡ଼ିଶା ଦୁଇ ଫାଳ ହେବ ବୋଲି କହିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଏଭଳି ନିଷ୍ପତ୍ତିରୁ ଓଡ଼ିଶା ସିନେମା ଇଣ୍ଡଷ୍ଟ୍ରି ଦୂରରେ ରହି ଏଠିକାର କଳାକାର ପ୍ରଯୋଜକଙ୍କୁ ଉଚିତ୍ ସମ୍ମାନ ଦେଉ ବୋଲି ବିଧାୟକ କହିଥିଲେ।

ଏହା ମଧ୍ୟ ପଢନ୍ତୁ: Ban on Actor Manoj Mishra: ଅଭିନେତାଙ୍କ କଳିରେ ଏଣ୍ଟ୍ରି ମାରିଲେ ନେତା, ମନୋଜଙ୍କ ସପକ୍ଷରେ ବାହାରିଲେ ନରସିଂହ

କଣ ରହିଛି ବିବାଦ: ଗତ ୨୦ ତାରିଖରେ ଅଭିନେତା ଅରନ୍ଦିମ ରୟଙ୍କ ଓଡ଼ିଆ ଫିଲ୍ମ 'ରାମ'କୁ ସମ୍ବଲପୁରରେ ନ ଚଳାଇଦେବା ନେଇ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ସମ୍ବଲପୁରର ଆଇଲେକକ୍ସ ସିନେମା ହଲରେ ୩ ଜଣ ବ୍ୟକ୍ତି 'ରାମ'କୁ ବିରୋଧ କରିବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହାପରେ ଅଭିନେତା ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଏନେଇ ଅବଗତ କରାଇଥିଲେ । ତଥ୍ୟ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସଂଘ । ଏହାସହ ଦୁଇ ବର୍ଷ କୌଣସି ଫିଲ୍ମରେ ଅଭିନୟ ପାଇଁ ନିଆଯିବନି ବା ବ୍ୟାନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.