ETV Bharat / state

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା; ରାଜ୍ୟ ମହିଳା କମିଶନଙ୍କୁ ହାଇକୋର୍ଟଙ୍କ କଡା ସମାଲୋଚନା

ରାଜ୍ୟ ମହିଳା କମିଶନଙ୍କ ନିକଟରେ ବିଚାରାଧୀନ ମାମଲା ବନ୍ଦ ପ୍ରସଙ୍ଗକୁ ନେଇ ଘରୋଇ ଗଣମାଧ୍ୟମ ଏମଡି ଜାଗି ମଙ୍ଗତ ପଣ୍ଡା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ମାମଲା ବନ୍ଦ ସଂପର୍କିତ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ।

ରାଜ୍ୟ ମହିଳା କମିଶନଙ୍କୁ ହାଇକୋର୍ଟଙ୍କ କଡା ସମାଲୋଚନା

author img

By

Published : Oct 1, 2020, 10:37 AM IST

କଟକ: ଥମିବାର ନାଁ ଧରୁନି ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣା । ରାଜ୍ୟ ମହିଳା କମିଶନଙ୍କ ନିକଟରେ ବିଚାରଧିନ ମାମଲା ବନ୍ଦ କରିବାକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଘରୋଇ ଗଣମାଧ୍ୟମ ସଂସ୍ଥାର ଏମଡି ଜଗି ମଙ୍ଗତ ପଣ୍ଡା । ତେବେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ।

ମହିଳା କମିଶନଙ୍କ ନିକଟରେ ମାମଲାର ଶୁଣାଣି ଥିବାରୁ ଏଭଳି ସ୍ଥିତିରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି କୋର୍ଟ । ହାଇକୋର୍ଟରେ ଆଗତ ରିଟ ପିଟିସନର ଅନ୍ତ ଘଟାଇବା ସହ ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ମହିଳା କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧାରିତ ତାରିଖରେ କମିଶନଙ୍କ ନିକଟରେ ମାମଲାର ଶୁଣାଣି ସମୟରେ ଉଭୟ ପକ୍ଷଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ, କମିସନ ଯୁକ୍ତିଯୁକ୍ତ ସମୟ ଭିତରେ ଏହି ପ୍ରସଙ୍ଗରେ ନିର୍ଦ୍ଦେଶ ପ୍ରଦାନ କରିବେ ବୋଲି ଖଣ୍ଡପୀଠ ଆଦେଶ ଦେଇଛନ୍ତି ।

ଏଥି ସହିତ ଆବେଦନକାରୀଙ୍କ ପକ୍ଷରୁ ବ୍ୟକ୍ତିଗତ ହାଜିରାରୁ ବାଦ ଦେବା ପାଇଁ ଯଦି ଆବେଦନ ଦାୟର କରାଯାଏ ତେବେ ଏହାକୁ ଉପଯୁକ୍ତ ଭାବେ ବିଚାରକୁ ନିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ, ମହିଳା କମିଶନଙ୍କ ନିକଟରେ ବିଚାରାଧୀନ ମାମଲା‌କୁ ରଦ୍ଦ କରିବାକୁ ଜଗି ମଙ୍ଗତ ପଣ୍ଡା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସେ କମିଶନଙ୍କୁ ଅବଗତ କରିବା ସହିତ ତାଙ୍କ ବିରୋଧରେ ଏହି ମାମଲା ଚାଲିବା ପ୍ରାସଙ୍ଗିକ ନୁହେଁ ବୋଲି ଦର୍ଶାଇଥିଲେ । ଏହାସହ ମାମଲା ବନ୍ଦ ପାଇଁ ସେ କମିଶନଙ୍କ ନିକଟରେ ଆବେଦନ ଦାୟର କରିଥ‌ିଲେ ଯାହା କି ବିଚାରାଧୀନ ରହିଛି । ମାମଲାରେ ରାଜ୍ୟ ସରକାର, ରାଜ୍ୟ ମହିଳା କମିଶନ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।

ସୂଚନା ଯୋଗ୍ୟ ଯେ ନାବାଳିକା ଦୁଷ୍କର୍ମ ନେଇ ଗତ ଅଗଷ୍ଟ ୩୦ରେ ମହିଳା ଥାନାରେ ଅଭିଯୋଗ ପରେ ମାମଲା ରୁଜୁ ହୋଇଥିଲା । ଗତ ୧୩ ତାରିଖରେ ପୀଡିତାଙ୍କ ମା’ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ । ଏଥି ସହିତ ସେ ଫୋନ ବାର୍ତ୍ତାଳାପର ଅଡିଓ ଦେଇଥିଲେ । ଏହି ଘଟଣାରେ ଜଗି ମଙ୍ଗତ ପଣ୍ଡାଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ମହିଳା କମିଶନ ନୋଟିସ୍ ଜାରି କରିଥିଲେ । ସେ ମଧ୍ୟ ହାଜର ହୋଇ ନିଜର ପକ୍ଷ ରଖିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.