କଟକ: କଟକ ବଡ ମେଡିକାଲରୁ ଅଭିଯୁକ୍ତ ଫେରାର ହେବା ଘଟଣାରେ ଭିନ୍ନ ମୋଡ଼। କଟକର ଜଣେ ଆଇନଜୀବୀ ଦେବାଶିଷ ପଣ୍ଡାଙ୍କ ଘରୁ ଗିରଫ ହେଲା ଫେରାର ଅଭିଯୁକ୍ତ ଆଲୋକ ସାହୁ। ଗଣମାଧ୍ୟମ ଆଗରେ ଚାଞ୍ଚଲ୍ୟକର ବୟାନ ଦେଲା ଆଲୋକ।
ଏକ ମିଛ ମାମଲାରେ ବିରିଡି ଥାନା ପୋଲିସ ତାଙ୍କୁ ଗତ ମାସ 12 ତାରିଖରେ ପୁରୀ ଜିଲ୍ଲାର ବ୍ରହ୍ମଗିରିରୁ ଉଠାଇ ଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ପୋଲିସ ଅଟକ ରଖିବା ସହ ମାଡ ମଧ୍ୟ ମାରିଥିଲା। ଏହା ପରେ ତାଙ୍କୁ ଆହତ ଅବସ୍ଥାରେ ଗତ 4 ତାରିଖ ଦିନ ଏସସିବିର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ନିଜ ପୁଅକୁ ନପାଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ତାଙ୍କ ପରିବାର ।
ତେବେ ଆଜି (ଶନିବାର) ସକାଳୁ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ଅଲୋକଙ୍କୁ ଘରକୁ ଯିବା ପାଇଁ ମଧ୍ୟ କହିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଆଲୋକକୁ ହେପାଜତକୁ ନେଲା ମଙ୍ଗଳାବାଗ ଥାନା । ତେବେ ଏହି ମାମଲାରେ ଆଗକୁ ପୋଲିସ କଣ ପଦକ୍ଷେପ ନେବ ସେନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ