ETV Bharat / state

ଶୁଣୁନାହାନ୍ତି ସରକାର, ଧାରଣା ସ୍ଥଳରେ ଗଣେଶ ପୂଜା କରିବେ ଶିକ୍ଷକ ଶିକ୍ଷୟିତ୍ରୀ - ଧାରଣାରେ ଶିକ୍ଷକ ଓ ଶିକ୍ଷୟି

ଧାରଣା ସ୍ଥଳରେ ଗଣେଶ ପୂଜା କରିବେ ଧାରଣାରତ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଅଧିକ ପଢ଼ନ୍ତୁ

primary teacher stage protest
primary teacher stage protest
author img

By ETV Bharat Odisha Team

Published : Sep 18, 2023, 6:37 PM IST

Updated : Sep 18, 2023, 7:42 PM IST

primary teacher stage protest

ନିଆଳି: ୩ ଦଫା ଦାବି ନେଇ ଧାରଣା ଜାରି ରଖିଛନ୍ତି ପ୍ରାଥମିକ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଧାରଣା 9 ଦିନରେ ପହଞ୍ଚିଥିବା ବେଳେ ଜିଦର ଅଟଳ ରହିଛି ଧାରଣାରତ ଶିକ୍ଷକ ସଂଘ । ସ୍କୁଲରେ ତାଲା ଝୁଲିଥିବା ବେଳେ ଗଣେଶ ପୂଜା ମଧ୍ୟ ହେବ ନାହିଁ । ଫଳରେ ଧାରଣାସ୍ଥଳରେ ଗଣେଶ ପୂଜା କରିବେ କଣ୍ଟାପଡ଼ା ବ୍ଲକ ବିଇଓ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଦେଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ।

ସେପ୍ଟେମ୍ବର ୧୧ ତାରିଖରୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ କଟକ ଜିଲ୍ଲା ନିଆଳି ବ୍ଳକ ବିଇଓ କାର୍ଯ୍ଯାଳୟ ସମ୍ମୁଖରେ ୨୭୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ କଣ୍ଟାପଡ଼ା ବ୍ଲକ ବିଇଓ କାର୍ଯ୍ଯାଳୟ ସମ୍ମୁଖରେ ୨୪୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜର ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ୯ ଦିନ ହେଲା ଧାରଣାରେ ବସି ରହିଛନ୍ତି । ଶିକ୍ଷା କର୍ମୀ, ଶିକ୍ଷା ସହାୟକ, ଗଣ ଶିକ୍ଷକ, କୀଡ୍ରା ଶିକ୍ଷକ, କଳା ଶିକ୍ଷକ, ଏକ୍ସ କ୍ଯାଡର, ଏନ୍‌ପିଏସ୍‌ ଶିକ୍ଷକ ଓ ଓପିଏସ୍‌ ଶିକ୍ଷକ ଧାରଣାରେ ସାମିଲ ରହିଛନ୍ତି । ଧାରଣା ନବମ ଦିନରେ ପହଞ୍ଚିଥିବା ବେଳେ ପ୍ରତି ସ୍କୁଲ୍‌ରେ ପାଠପଢ଼ା ବନ୍ଦ ରହିଛି । କେବେ ଦାବି ପୂରଣ ହେବ ଓ ସ୍କୁଲକୁ ଫେରିବେ ଶିକ୍ଷକ ଶିକ୍ଷୟିତ୍ରୀ ତାହା ଏବେ ଅନିଶ୍ଚିତତା ଘେରରେ । କାହିଁକି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ତାହା ମଧ୍ୟ ଶିକ୍ଷକ ସଂଘ ତରଫରୁ ସ୍ପଷ୍ଟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଢେଙ୍କାନାଳରେ ୩ ଦଫା ଦାବି ନେଇ ଶିକ୍ଷକଙ୍କ ଆନ୍ଦୋଳନ

ସେପଟେ ଧାରଣାକୁ ଅଭିଭାବକ ମାନେ ସମର୍ଥନ କରିଥିବାରୁ ଶିକ୍ଷକ ସଂଘ ଏହାକୁ ସ୍ବାଗତ କରିଛି । ଯଦି ଏମିତି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଧାରଣ ଜାରି ରୁହେ ଓ ସରକାର ସମସ୍ୟାର ସମାଧାନ ଶୀଘ୍ର ନକରନ୍ତି ତେବେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।‌ ଧାରଣାରତ ଶିକ୍ଷକ ଓ ଶିକ୍ଷୟିତ୍ରୀ କହିଛନ୍ତି ଯେ, ଏହା ଆମର ପେଟ ପାଟଣା କଥା । ସରକାର ଦାବି ମାନି ନେଲେ ଆମେ ବିଦ୍ୟାଳୟକୁ ଫେରିଯୁବୁ । ପିଲା ମାନଙ୍କ ମୁହଁ ଆଖି ଆଗରେ ନାଚୁଛି । ଛୁଆଙ୍କ କଥା ମନେ ପଡ଼ୁଛି । ହେଲେ ସରକାର ଆମ ଉପରେ ଦୃଷ୍ଟି ଦେଉନାହାନ୍ତି । ସରକାରୀ ହାଇସ୍କୁଲ ଓ ବ୍ଲକ ଗ୍ରାଣ୍ଟ୍‌ ଶିକ୍ଷକମାନଙ୍କୁ ନିୟମିତ କଲେ କିନ୍ତୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ମାନଙ୍କ ବେଳକୁ କାହିଁକି ପଛଘୁଞ୍ଚା ଦିଆଯାଉଛି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଧାରଣରତ ଶିକ୍ଷକ । ସେପଟେ ଧାରଣା ଜାରି ରହିଥିବାରୁ ବିଦ୍ଯାଳୟରେ ଗଣେଶ ପୂଜା ହେବ ନାହିଁ ବୋଲି ସୂଚନା ମିଳିଛି ।‌

ଇଟିଭି ଭାରତ, ନିଆଳି

Last Updated : Sep 18, 2023, 7:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.