ETV Bharat / state

କଟକ NRRIରେ ରାଷ୍ଟ୍ରପତି, ଭାରତୀୟ ଦ୍ବିତୀୟ ଧାନ କଂଗ୍ରେସର କଲେ ଉଦଘାଟନ

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପରେ କଟକରେ ପହଞ୍ଚିଲେ ରାଷ୍ଟ୍ରପତି । ଏନଆରଆରଆଇରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହୋଇଛନ୍ତି ସାମିଲ । ଅଧିକ ପଢନ୍ତୁ

author img

By

Published : Feb 11, 2023, 11:47 AM IST

Updated : Feb 11, 2023, 12:35 PM IST

president droupadi murmu reached a cuttack
president droupadi murmu reached at cuttack
ଭାରତୀୟ ଦ୍ବିତୀୟ ଧାନ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି

କଟକ: ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦା ମୁର୍ମୁଙ୍କ ଓଡିଶା ଗସ୍ତର ଦ୍ବିତୀୟ ଦିନ । ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିବା ପରେ କଟକ ଗସ୍ତ କରିଛନ୍ତି ରାଷ୍ଟ୍ରପତି । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ବରରୁ ବାହାରିବା ପରେ କଟକର ଏନଆରଆରଆଇରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ ଆୟୋଜିତ ଭାରତୀୟ ଦ୍ୱିତୀୟ ଧାନ କଂଗ୍ରେସ ସମ୍ମିଳନୀରେ ରାଷ୍ଟ୍ରପତି ସାମିଲ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ହେଲିକପ୍ଟର ଯୋଗେ କଟକରେ ପହଞ୍ଚିବା ପରେ ହେଲିପ୍ୟାଡରରୁ ଓହ୍ଲାଇ ସ୍ବତନ୍ତ୍ର କାରକେଡରେ ସିଧାସଳଖ NRRI ଅଡିଟୋରିୟମରେ ପହଞ୍ଚି ସମ୍ମିଳନୀରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ଆଜି ଭାରତୀୟ ଦ୍ୱିତୀୟ ଧାନ କଂଗ୍ରେସ ସମ୍ମିଳନୀରେ ଏକ ଘଣ୍ଟାର କାର୍ଯ୍ୟକ୍ରମ ରହିଥିଲା। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି । ଏହି ସମ୍ମିଳନୀରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଛନ୍ତି ।

ରାଷ୍ଟ୍ରପତିଙ୍କ ଗସ୍ତର ଦ୍ବିତୀୟ ଦିନରେ ଆଜି ସକାଳ ସମୟରେ ପ୍ରଥମେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଦ୍ରୌପଦା ମୁର୍ମୁ। ପ୍ରଥମେ ବିନ୍ଦୁ ସାଗରକୁ ଯାଇଥିଲେ । ସେଠାରୁ ଖାଲି ପାଦରେ ଚାଲି ଚାଲି ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିରରେ ରାଷ୍ଟ୍ରପତିଙ୍କୁ ୪ ନିଯୋଗ ସମ୍ପାଦକ ସ୍ବାଗତ କରିଥିଲେ । ଏହି ସମୟରେ ତାଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ-President visits Lingaraj temple: ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ରାଷ୍ଟ୍ରପତି, ଚାଲି ଚାଲି ବୁଲିଲେ ବିନ୍ଦୁ ସାଗର

ମନ୍ଦିରରେ ରାଷ୍ଟ୍ରପତି ପ୍ରଭୁ ଲିଙ୍ଗରାଜଙ୍କୁ ଜଳାଭିଷକ କରିବା ସହ ପ୍ରାୟ ୩୦ ମିନିଟ୍ ପୂଜାର୍ଚ୍ଚନା କରିଥିଲେ । ସେଥିପାଇଁ ମନ୍ଦିରରେ ଅଧଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ମହିମହିମ ଗସ୍ତ ପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା ପରେ ହେଲିକପ୍ଟର ଯୋଗେ କଟକ ବାହାରିଥିଲେ ରାଷ୍ଟ୍ରପତି ।

ଗତକାଲି(ଶୁକ୍ରବାର) ରାଷ୍ଟ୍ରପତି ଦିନ ୧୧ଟା ୪୫ ମିନିଟ୍ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲେ । ସେଠାରୁ ସିଧାସଖଳ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ । ଏହାପରେ ରାଜଭବନରେ ଭୋଜନ କରିବା ପରେ ଦ୍ବାତୀୟର୍ଦ୍ଧରେ ଅପରାହ୍ନ ସମୟ ୪ଟା ୧୫ ମିନିଟରେ ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଇଟିଭି ଭାରତ ,କଟକ

Last Updated : Feb 11, 2023, 12:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.