ETV Bharat / state

ସିମ୍ କିଣୁଛନ୍ତି କି ହୋଇଯାଆନ୍ତୁ ସାବଧାନ, ନଚେତ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ ! - କଟକ ସାଇବର ଥାନା ପୋଲିସ

ରାଜ୍ୟରେ ପ୍ରି-ଆକ୍ଟିଭେଟେଡ ସିମ ରାକେଟକୁ ଧରିବାରେ ସଫଳ ହେଲା କଟକ ସାଇବର ଥାନା ପୋଲିସ । ରାକେଟରେ ୮ ଜଣ ଅଭିଯୁକ୍ତ ଗିରଫ । ଅଧିକ ପଢ଼ନ୍ତୁ

pre activated racket busted
ପ୍ରି ଆକ୍ଟିଭେଟେଡ ସିମ ରାକେଟ ଠାବ
author img

By

Published : Jun 10, 2023, 10:44 PM IST

ପ୍ରି ଆକ୍ଟିଭେଟେଡ ସିମ ରାକେଟ ଠାବ

କଟକ: ରାଜ୍ୟରେ ପୁଣି ସକ୍ରିୟ ପ୍ରି-ଆକ୍ଟିଭେଟେଡ ସିମ ରାକେଟ । ଜଣେ କି ଦୁଇ ଜଣ ନୁହଁନ୍ତି ଏକ ୮ ଜଣିଆ ଗ୍ୟାଙ୍ଗକୁ ଠାବ କରିଛି କଟକ ସାଇବର ଥାନା ପୋଲିସ । ସବୁଠାରୁ ବଡ଼ କଥା ହେଉଛି, ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଏକ ନିର୍ଦ୍ଧିଷ୍ଟ ଟେଲିକମ କମ୍ପାନୀର ଅସ୍ଥାୟୀ କର୍ମଚାରୀ ବୋଲି କଟକ ଡିସିପି ସ୍ପଷ୍ଟ କରିଛନ୍ତି । ତେବେ ଅଭିଯୁକ୍ତ ମାନଙ୍କ ଠାରୁ ୮୦୦ ସିମ କାର୍ଡ ଓ ୧୬ ଟି ମୋବାଇଲ ଜବତ କରିଛି ପୋଲିସ ।

ପ୍ରି-ଆକ୍ଟିଭେଟେଡ ସିମ କାରବାରକୁ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଥିଲା । ମାତ୍ର ଏହାର କିଛି ମାସ ବିତି ନଥିବା ବେଳେ ସାମନାକୁ ଆସିଛି ଆଉ ଏକ ପ୍ରି-ଆକ୍ଟିଭେଟେଡ ସିମ ରାକେଟ । ଗିରଫ ହୋଇଥିବା ସମସ୍ତ ସାଇବର ଅପରାଧୀ ପୁରୀ ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ଏମାନଙ୍କ ଦ୍ବାରା ଓଡ଼ିଶାରୁ ପ୍ରି-ଆକ୍ଟିଭେଟେଡ ସିମ ସଂଗ୍ରହୀତ ହୋଇଥାଏ ଏବଂ ଏହା ଦ୍ୱାରା ଦେଶର ବିଭିନ୍ନ ସ୍ଥାନରେ ସାଇବର ଅପରାଧ ଘଟାଯାଇଥାଏ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, " ସମ୍ପୃକ୍ତ ଗ୍ୟାଙ୍ଗର ସାଇବର ଅପରାଧୀ ମାନେ ମାତ୍ର ୬ ରୁ ୮ ମାସର ଅବଧୀ ମଧ୍ୟରେ ମୋଟ ୫ ହଜାର ସିମକୁ ରାଜ୍ୟ ବାହାରକୁ ପଠାଇ ଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି କଟକ ସାଇବର ଥାନା ପୋଲିସ । ଏହି ଗ୍ୟାଙ୍ଗର ସଦସ୍ୟ ମାନେ ବେଆଇନ ଭାବେ ପ୍ରି-ଆକ୍ଟିଭେଟେଡ ସିମ ସଂଗ୍ରହ କରି ସେଗୁଡ଼ିକୁ ଆସାମ ଓ ଦିଲ୍ଲୀ ଭଳି ରାଜ୍ୟକୁ ପଠାଇଛନ୍ତି । ଆସାମ ଓ ଦିଲ୍ଲୀ ବାଟ ଦେଇ ସିମ ଗୁଡ଼ିକ ଉତ୍ତରପ୍ରଦେଶ, ହରିଆନା, ପଞ୍ଜାବ ଓ ପଞ୍ଚିମବଙ୍ଗ ଭଳି ରାଜ୍ୟକୁ ସାଇବର ଅପରାଧୀ ମାନେ ଚାଲାଣ କରିଥାନ୍ତି । ଓଡ଼ିଶାରେ ଆକ୍ଟିଭେଟେଡ ହୋଇଥିବା ସିମ ଏବଂ ତାର ଓଟିପିକୁ ବ୍ୟବହାର କରି ସାଇବର ଅପରାଧୀମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇଥିବା ନେଇ ଠୋସ ପ୍ରମାଣ ମିଳିଛି ।"

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ସତ୍ୟବାଦୀ ବାସିନ୍ଦା ଜ୍ଞାନ ରଞ୍ଜନ ପାତ୍ର ଓ ନିମାପଡ଼ା ବାସିନ୍ଦା ବିଶ୍ବଜିତ ପ୍ରଧାନ ଏହି ରାକେଟର ମାଷ୍ଟର ମାଇଣ୍ଡ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏମାନେ ହିଁ ଅନ୍ୟ 6 ଅଭିଯୁକ୍ତଙ୍କ ଜରିଆରେ ସିମ ସଂଗ୍ରହ କରୁଥିଲେ । ସଂଗୃହିତ ହୋଇଥିବା ସିମଗୁଡ଼ିକୁ ଆସାମ ଓ ଦିଲ୍ଲୀରେ ରହୁଥିବା ଦୁଇ ଜଣ ବ୍ୟକ୍ତି ନିୟମିତ ଭାବେ ଓଡ଼ିଶା ଆସି ଏମାନଙ୍କ ଠାରୁ ପ୍ରି-ଆକ୍ଟିଭେଟେଡ ସିମକୁ ସଂଗ୍ରହ କରୁଥିଲେ । ଏହା ବଦଳରେ ରାଜ୍ୟ ବାହାରର ସେହି ସାଇବର ଅପରାଧୀମାନେ ଅଭିଯୁକ୍ତମାନଙ୍କୁ ମୋଟା ଅଙ୍କର ଅର୍ଥ ମଧ୍ୟ ପ୍ରଦାନ କରିଛନ୍ତି । ବଡ଼ କଥା ହେଉଛି ନିକଟରେ ଶେଷ ହୋଇଥିବା ଆଇପିଏଲ ପାଇଁ ସକ୍ରିୟ ହୋଇଥିବା ବିଭିନ୍ନ ଗେମିଂ ଆପକୁ ମୋବାଇଲରେ ଡାଉନ ଲୋଡ କରିବା ପାଇଁ ସିମ କାର୍ଡ ଗୁଡ଼ିକୁ ବ୍ୟବହାର କରାଯାଇଥିବା କଥା ଜଣାପଡିଛି । ତେବେ ମୁଖ୍ୟ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ପଚରାଉଚରା କରିଲେ ସବୁ କଥା ସ୍ପଷ୍ଟ ହେବ ବୋଲି କଟକ ଡିସିପି କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.